ରେଳ ଯାତ୍ରା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ; ପୂର୍ବତଟ ରେଳବାଇ କଡ଼ାକଡି଼ ଲାଗୁ କଲା ନିୟମ

ବିମାନ ବନ୍ଦର ପରେ ରେଳ ଷ୍ଟେସନକୁ ଫୋକସ୍ କରିଛି ପ୍ରଶାସନ । ଓଡିଶା ଆସୁଥିବା ଯାତ୍ରୀମାନେ ସର୍ବାଧିକ ୭୨ ଘଣ୍ଟା ପୂର୍ବରୁ ହୋଇଥିବା RTPCR ନେଗେଟିଭ୍ ଟେଷ୍ଟ୍ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିଥିବା ଆବଶ୍ୟକ ।

ଭୁବନେଶ୍ୱର ରେଳ ଷ୍ଟେସନରେ ଆଗ ପରି ଭିଡ଼ ଦେଖିବାକୁ ମିଳୁନି ।

ଭୁବନେଶ୍ୱର ରେଳ ଷ୍ଟେସନରେ ଆଗ ପରି ଭିଡ଼ ଦେଖିବାକୁ ମିଳୁନି ।

  • Share this:
News18 Odia Digital

ଭୁବନେଶ୍ୱର: ଗମନାଗମନ ଉପରେ ଲାଗିଛି କରୋନା କଣ୍ଟା । ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ କୋଭିଡ ନେଗେଟିଭ୍ ରିପୋର୍ଟ ସାଙ୍ଗରେ ରଖିବା ବାଧ୍ୟତାମୂଳକ ହୋଇଛି । ତାହା ପୁଣି ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ୍‌ ରିପୋର୍ଟ କିମ୍ବା କୋଭିଡର ଦ୍ବୀତିୟ ଡୋଜ୍ ଟିକା ନେଇଥିବାର ସାର୍ଟିଫିକେଟ୍ । ନଚେତ ସାତ-ଦିନିଆ ବାଧ୍ୟତାମୂଳକ କ୍ୟାରେଣ୍ଟାଇନରେ ରହିବାକୁ ପଡ଼ିବ ।

ସାରା ଦେଶରେ କରୋନା ଲହର କାୟା ବିସ୍ତାର କରୁଥିବା ବେଳେ ବାହାର ରାଜ୍ୟରୁ ପ୍ରବାସୀଙ୍କ ଉପରେ ନଜର ରଖି ଏପରି ନିଷ୍ପତ୍ତି ନିଆଯାଇଛି । କରୋନା ବାହକ ସାଜି ଓଡିଶାକୁ କେହି ନ ଆସିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସହ ତାଳ ଦେଇ ଯାତ୍ରା ଆରମ୍ଭ କରୁଥିବା ସମସ୍ତ ବାହାର ରାଜ୍ୟର ଯାତ୍ରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରିଛି ରେଳବାଇ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

ସର୍ବଦା ଚଳଚଞ୍ଚଳ ଭୁବନେଶ୍ୱର ରେଳ ଷ୍ଟେସନରେ ଆଗ ଭଳି ଆଉ ଭିଡ଼ ନାହିଁ । ଲୋକଙ୍କ ଯିବା ଆସିବାରେ ଲାଗିଛି କଟକଣା। କେବଳ ରେଳରେ ଯାତ୍ରା କରୁଥିବା ଲୋକଙ୍କୁ ପ୍ଲାଟଫର୍ମ ଭିତରକୁ ପ୍ରବେଶ କରିବାକୁ ଅନୁମତି ରହିଥିବା ବେଳେ ପ୍ରବେଶ ପଥରେ କରାଯାଉଛି ଲଗେଜ୍‌ ସାନିଟାଇଜେସନ। ଥର୍ମାଲ ସ୍କ୍ରିନିଂ ସହ ଭିତରକୁ ଛଡ଼ାଯାଛି । ବାହାରୁ ଆସୁଥିବା ଯାତ୍ରୀଙ୍କର ଚେକିଂ ଅଧିକ ଗୁରୁତ୍ୱର ସହ କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ସମୁଦ୍ର କୂଳ ବିକିନିରେ ଦେଖାଦେଲେ; PICS ଭାଇରାଲ୍ ହେଲା

ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଛି। ଶନିବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନରୁ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କୁ ହୋମ କ୍ବାରେଣ୍ଟାଇନ ରେ ରଖାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଛି ।

ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି

‘‘ଆମେ ପରିବାର ସହିତ ତିନି ଦିନ ହେବ ପାଟନ ରୁ ଓଡିଶା ଆସିଛୁ । ବିମାନ ବନ୍ଦରରେ ଆସି ପହଞ୍ଚିବା ପରେ ସେଠି କୋଭିଡ ନିୟମ ଅନୁଯାୟୀ ବାହାରକୁ ଯିବାକୁ ଅନୁମତି ମିଳିଥିଲା । ପୁରୀ ଦର୍ଶନ ସାରି ଟ୍ରେନରେ ପାଟନା ଯିବୁ। ଆଗକୁ କୋଭିଡ ରିପୋର୍ଟ ନେଇ ଆସିବାକୁ ହେବ । ଭଲ କଥା, କିନ୍ତୁ ସବୁବେଳେ ରିପୋର୍ଟ ନେଇ ଯାତ୍ରା କରିବା ସମ୍ଭବ ହେବନାହିଁ,’’ କହିଛନ୍ତି ଯାତ୍ରୀ ସମ୍ଭାବନା ରାୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ବିମାନ ବନ୍ଦର ପରେ ରେଳ ଷ୍ଟେସନକୁ ଫୋକସ୍ କରିଛି ପ୍ରଶାସନ । ଏଣିକି ରାଜ୍ୟ ବାହାରୁ ଆସଲେ କୋଭିଡ ରିପୋର୍ଟ ଜରୁରୀ କରାଯାଇଛି । ଦେଶର ଯେକୌଣସି ସ୍ଥାନରୁ ଯେଉଁମାନେ ଏପ୍ରିଲ ୧୦ ତାରିଖରୁ ଯାତ୍ରା ଆରମ୍ଭ କରି ଓଡିଶା ଆସୁଥିବେ ସେମାନେ ସର୍ବାଧିକ ୭୨ ଘଣ୍ଟା ପୂର୍ବରୁ ହୋଇଥିବା ଆର୍‌.ଟି.ପି.ସି.ଆର୍‌. ନେଗେଟିଭ୍ ଟେଷ୍ଟ୍‌ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିଥିବା ଆବଶ୍ୟକ । ନଚେତ୍ ସାତ ଦିନ ବାଧ୍ୟତାମୂଳକ ଘର କିମ୍ବା ଆନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କୁଛ କୁଛ ହୋତା ହୈ ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ

ରାଜ୍ୟର କେତେକ ସ୍ଥାନରେ କୋଭିଡ-୧୯ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇଛି ରେଳବାଇ । ଏହାକୁ ଦୃଷ୍ଟିରେ ରଖି ଷ୍ଟେସନ୍‌ ପରିସରେ ଚେକିଂ ଓ ବିଶୋଧନ ଜୋରଦାର୍‌ ହେବା ସହ ରାଜ୍ୟ ବାହାର ଯାତ୍ରୀମାନଙ୍କ ଉପରେ ନଜର ରଖାଯାଉଛି । ବି.ଏମ୍‌.ସି. ଓ ରେଳବାଇ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବିଷୟରେ ପରାମର୍ଶ ଦେଇଛନ୍ତି PM ମୋଦି; ଦେଖନ୍ତୁ VIDEO

‘‘ଆମେ ସମସ୍ତ ବ୍ୟବସ୍ଥା କରିଛୁ । ଲୋକଙ୍କ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ଡେସ୍କ୍‌ ହେଇଚି । ବି.ଏମ୍‌.ସି. ଓ ରେଳବାଇ ମିଶି ପ୍ରତ୍ୟେକ ଯାତ୍ରୀଙ୍କ କୋଭିଡ଼ ରିପୋର୍ଟ ଓ ଭାକ୍ସିନ ରିପୋର୍ଟ ଯାଞ୍ଚ କରୁଛନ୍ତି । ସାମାନ୍ୟ ଅବହେଳା ମଧ୍ୟ ବରଦାସ୍ତ କରାଯିବ ନାହିଁ,’’ କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ ।



ଗୋଟିଏ ପରେ ଗୋଟିଏ କଟକଣା ଲାଗୁ ହେଉଥିବା ବେଳେ ଗତ ବର୍ଷର ପୁରୁଣା କଟକଣା ତାଜା ହେବାରେ ଲାଗିଛି । ବ୍ୟବସାୟ ଦୃଷ୍ଟିକୋଣରୁ ଏହାର ପ୍ରଭାବ ଗମନାଗମନ ଉପରେ ମଧ୍ୟ ପଡ଼ୁଛି । ଏବେ ବେଳହୁଁ ସାବଧାନ ନ ହେଲେ ଆଗକୁ ସ୍ଥିତି ଜଟିଳ ହୋଇପାରେ ବୋଲି ଚେତାଇଛନ୍ତି ବିଶେଷଜ୍ଞମାନେ ।
Published by:Anand ST Das
First published: