ରାଜ୍ୟକୁ କୋଭିଡ ଫେରୁଥିବା ଭୟରେ ଭୁବନେଶ୍ୱର ବିମାନ ବନ୍ଦରରେ କଟକଣା କଡ଼ାକଡ଼ି ହେଲା
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇଟି ଯାକ ଟର୍ମିନାଲରେ ବାଧ୍ୟତାମୂଳକ ଲଗେଜ୍ ସ୍କାନିଙ୍ଗ୍ ସହିତ ସାନିଟାଇଜିଙ୍ଗ୍, ଥର୍ମାଲ୍ ସ୍କାନିଂ ଓ ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ବାହାରର ଏକ ଦୃଶ୍ୟ
- News18 Odia
- Last Updated: February 23, 2021, 11:57 PM IST
ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ଲେଉଟିବା ଆଶଙ୍କା ବଢ଼ିବା ପରେ ଏହାର ମୁକାବିଲା ପାଇଁ ତତ୍ପରତା ଆରମ୍ଭ ହୋଇଛି । ସୁରକ୍ଷା ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୁଣି ଥରେ ପୂର୍ବ ପରି କୋଭିଡ କଟକଣା ଲାଗୁ ହୋଇଛି । ବିମାନ ବନ୍ଦରରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ତ୍ରିସ୍ତରୀୟ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରୁ ଫେରୁଥିବା ସବୁ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।
କେତେକ ପଡ଼ୋଶୀ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଦୁଇ ଦିନ ତଳେ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଏ ଦିଗରେ ଆଲର୍ଟ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର ଚିଠି ଲେଖିଥିଲେ । ଏଥି ସହିତ ବିମାନ ବନ୍ଦର ଓ ରେଳ ଷ୍ଟେସନ ଉପରେ ସ୍ବତନ୍ତ୍ର ନଜର ରଖିବା ସହ କୌଣସି ବ୍ୟକ୍ତିଙ୍କ ଠାରେ କୋଭିଡ଼ ସନ୍ଦେହ ହେଲେ ତୁରନ୍ତ ସୂଚନା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋ’ ପାଖରେ ସବୁ କିଛି ଅଛି, ହେଲେ…’’
ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା କିମ୍ୱା କୌଣସି କାମରେ ଓଡି଼ଶା ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ବିଶେଷ କରି ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ବିହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କୁହାଯାଇଛି । ବାହାରୁ ଆସୁଥିବା ଯାତ୍ରୀମାନେ କୋଭିଡ ଚେକିଂ କରାଇ ଆସିଛନ୍ତି ନା ନାହିଁ ଓ ସେମାନଙ୍କ ପାଖରେ କୌଣସି କୋଭିଡ ସଂକ୍ରମଣ ସମ୍ଭାବନା ଅଛି କି ତା’ ଉପରେ ଗୁରୁତ୍ୱ ଦିଆଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଈର୍ଷ୍ୟାରେ ବର ଫଟୋଗ୍ରାଫରଙ୍କୁ ବିଧା ମାରିବା ପରେ କନ୍ୟା ହସି ହସି ବେଦମ୍! ଦେଖନ୍ତୁ VIDEO
‘‘ଏ ସବୁ ବିମାନ ବନ୍ଦରରେ ନିୟମିତ ପ୍ରକ୍ରିୟା । ଗତ ଗୋଟିଏ ବର୍ଷ ହେଲା ଆମେ ଏହି ନିୟମାବଳୀ ଅନୁପାଳନ କରି ଆସିଛୁ । କିନ୍ତୁ ଏବେ ପୁଣି ଥରେ ସଂକ୍ରମଣ ଫେରିବା ଆଶଙ୍କା ଉପୁଜିଥିବାରୁ ଗତ କିଛି ଦିନ ହେଲା ଏହାକୁ ଅଧିକ କଡ଼ାକଡ଼ି କରାଯାଇଛି,’’ କହିଛନ୍ତି ବିମାନ ବନ୍ଦରର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ।
ଭାରତର ଅନେକ ରାଜ୍ୟକୁ ସାନି କୋଭିଡ ସଂକ୍ରମଣ ଫେରିବା ପରେ ବିମାନ ବନ୍ଦରରେ ଏଭଳି ତତ୍ପରତାକୁ ସ୍ୱାଗତ କରିଛନ୍ତି ଯାତ୍ରୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Kareena Kapoor Delivery: ପିତା ଓ ଅଜା ସହ ସାନ ଭାଇକୁ ଭେଟିବାକୁ ଆସିଲେ ତୈମୁର୍; ଫଟୋ ଭାଇରାଲ୍
‘‘ପୁଣି ଥରେ କୋଭିଡ ସଂକ୍ରମଣ ଫେରିବା ଖବର ନେଇ ଆମେ ଆତଙ୍କିତ ହେଉଛୁଁ । କିନ୍ତୁ ଜରୁରୀ ଆବଶ୍ୟକତା ଥିବାରୁ ଆମେ ଯିବାକୁ ବାଧ୍ୟ ହୋଇଛୁଁ । ବିମାନ ବନ୍ଦରରେ କୋଭିଡ ନିୟମର କଡ଼ାକଡ଼ି ଅନୁପଳନ ସ୍ୱାଗତଯୋଗ୍ୟ,’’ କହିଛନ୍ତି ମୁମ୍ବାଇ ଯାଉଥିବା ଯାତ୍ରୀ ସରିତା ମହାକୁଡ଼ ।
ସପରିବାର ତେଲେଙ୍ଗାନା ଯାଉଥିବା ରାଜୀବ ସାମଲ କହିଛନ୍ତି, ‘‘ଏବେ ଦେଶର ସବୁ ବିମାନ ବନ୍ଦରରେ ଏଭଳି ଚେକିଂ ଜରୁରୀ । ଏହା ନିୟମିତ ହେବା ଆବଶ୍ୟକ । ବିମାନ ଭିତରେ ଏହାର ଅନୁପାଳନ ନିୟମିତ ହେଉଛି ।’’