ରାଜ୍ୟରେ ସାଂଘାତିକ ହେଉଛି ସ୍ଥିତି ; ୧୦୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

A student gives a thumbs-up as he receives a dose of COVID-19 vaccine as India crossed the 1 billion Covid-19 vaccine dose milestone, at Dnyanasadhana College in Thane, Thursday, October 21, 2021. PTI

A student gives a thumbs-up as he receives a dose of COVID-19 vaccine as India crossed the 1 billion Covid-19 vaccine dose milestone, at Dnyanasadhana College in Thane, Thursday, October 21, 2021. PTI

  • Share this:
News 18 Odia Digital

ଭୁବନେଶ୍ୱର ; ଦୁଇ ସପ୍ତାହ ହେବ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଗତକାଲିର ରିପୋର୍ଟରେ ସଂଖ୍ୟା ୮୦୪ ଥିବାବେଳେ ଆଜି ୧୦୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାର ରିପୋର୍ଟ ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୬୦୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସ୍ଥାନିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୪ ରହିଛି । ୧୮ ବର୍ଷରୁ କମ ବୟସର ୧୦୦ ଜଣ ଚିହ୍ନଟ ହୋଇଥିବାବେଳେ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଜଣ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲା ଗୁଡିକ ମଧ୍ୟରେ, କଟକରୁ ୨୦୫,ସୁନ୍ଦରଗଡ଼ରୁ ୧୦୬, ବାଲେଶ୍ୱରରୁ ୨୦, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୭ , ବଲାଙ୍ଗୀରରୁ ୭ , ବୌଦ୍ଧରୁ ୧୩ , ଦେବଗଡ଼ରୁ ୪ , ଗଜପତିରୁ ୧୦, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡି ଜିଲ୍ଲାରୁ ୧୦, କନ୍ଧମାଳରୁ ୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୩୩୫, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୯ , ନୟାଗଡ଼ରୁ ୧୯, ନୂଆପଡ଼ାରୁ ୯, ପୁରୀରୁ ୨୮, ରାୟଗଡ଼ାରୁ ୧, ସମ୍ବଲପୁରରୁ ୩୧, ସୋନପୁରରୁ ୩୨, ଏବଂ ଷ୍ଟେଟପୁଲରୁ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୯୭ହଜାର ୧୭୫ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୩ ହଜାର ୧୬୯ ଜଣ । ସମୁଦାୟ ଆକ୍ଟିଭ୍ କେସ ୪ ହଜାର ୮୨୫ ରହିଛି ।
Published by:Soubhagya Mishra
First published: