ଗଞ୍ଜାମରେ କରୋନା ସଂକ୍ରମିତ ମହିଳା ଜନ୍ମ ଦେଲେ ସୁସ୍ଥ ଶିଶୁ ପୁତ୍ର; ହସପିଟାଲରେ ଖେଳିଗଲା ଖୁସି

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିବା ମହିଳାଙ୍କ ପ୍ରସବ ବେଦନା ଅଧିକ ଥିବାରୁ ତାଙ୍କୁ MKCG ମେଡିକାଲ୍ କଲେଜ ଓ ହସପିଟାଲକୁ ପଠାଯାଇପାରି ନ ଥିଲା । ତାଙ୍କର ରାପିଡ଼୍ ଆଣ୍ଟିଜେନ୍ ଟେଷ୍ଟ ହେବା ପରେ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା ।

ଗଞ୍ଜାମରେ କରୋନା ସଂକ୍ରମିତ ମହିଳା ଜନ୍ମ ଦେଲେ ସୁସ୍ଥ ଶିଶୁ ପୁତ୍ର; ହସପିଟାଲରେ ଖେଳିଗଲା ଖୁସି
ଶିଶୁ ପୁତ୍ରଟିର ଓଜନ ଅଢ଼େଇ କିଲୋ ଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କରୋନା ମହାମାରୀକୁ ନେଇ ଏବେ ସବୁଠି ହାହାକାର ପରିସ୍ଥିତି ଉପୁଜିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଭଲ ଖବର । ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍‌ ରହିଥିବା ବେଳେ ସେ ଏକ ସୁସ୍ଥ ଶିଶୁ ପୁତ୍ରକୁ ଜନ୍ମଦେଇଛନ୍ତି । ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ରହିଛନ୍ତି ।

ଜିଲ୍ଲାର ଗଞ୍ଜାମ ସହରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର କୋଭିଡ୍‌ ଆଇସୋଲେସନ୍‌ ୱାର୍ଡ଼ରେ ଗୁରୁବାର ଦିନ ଏହି କରୋନା ପଜିଟିଭ୍‌ ଗର୍ଭବତୀ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । କୋଭିଡ଼ରେ ସଂକ୍ରମିତ ହେବା ପରେ ମଧ୍ୟ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେବା ପରେ ମା’ର ମୁହଁରୁ ହସ ଝରିପଡ଼ୁଥିବା ବେଳେ ଏଭଳି ସଫଳ ଡ଼େଲିଭେରି ପରେ ବେଶ ଖୁସି ଅଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

‘‘ପ୍ରସବ ବେଦନା ବଢ଼ିବା ପରେ ଏହି ମହିଳା ଗୁରୁବାର ଅପରାହ୍ଣ ୩ଟା ବେଳେ ଆମ ହସପିଟାଲକୁ ଆସିଥିଲେ । ତାଙ୍କ ପ୍ରସବ ବେଦନା ଅଧିକ ରହିଥିବା ଯୋଗୁଁ ଆମେ ତାଙ୍କୁ ଏମ୍‌.କେ.ସି.ଜି. ମେଡିକାଲ୍‌ କଲେଜ ଓ ହସପିଟାଲକୁ ରେଫର କରିପାରିଲୁ ନାହିଁ । ତାଙ୍କର ରାପିଡ଼୍‌ ଆଣ୍ଟିଜେନ୍‌ ଟେଷ୍ଟ ହେବା ପରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା । ତଥାପି ସେ ଭାଙ୍ଗି ଯାଇ ନ ଥିଲେ, ଯଦିଓ ଟିକିଏ ଚିନ୍ତାରେ ଥିଲେ । ସୁସ୍ଥ ଶିଶୁଟିଏ ଜନ୍ମ ଦେଇ ସେ ବେଶ୍‌ ଖୁସି ଅଛନ୍ତି । ଏବେ ଅପେକ୍ଷା କରିଛନ୍ତି ନିଜ ଶିଶୁ ପୁତ୍ରକୁ ଧରି ଘରକୁ ଯିବାକୁ ଓ ନିଜ ପରିବାର ସହିତ ନିଜର ଖୁସିକୁ ଦ୍ବିଗୁଣିତ କରିବାକୁ,’’ କହିଛନ୍ତି ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ପ୍ରିୟଦର୍ଶିନୀ ରାଉତରାୟ ।

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ପ୍ରିୟଦର୍ଶିନୀ ରାଉତରାୟ


ଜଣେ କରୋନା ସଂକ୍ରମିତ ମହିଳାଙ୍କର କିଭଳି ସଫଳ ଡେଲିଭେରି କରାଯିବ ସେ ନେଇ ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଚିନ୍ତାରେ ପଡ଼ିଯାଇଥିଲେ । କିନ୍ତୁ ମହିଳାଙ୍କ ପ୍ରସବ ବେଦନା ବଢ଼ିବା ପରେ ଡ଼େଲିଭେରି କରିବା ନିମନ୍ତେ ଅଣ୍ଟା ଭିଡ଼ିଥିଲେ ସେମାନେ । କିଛି ସମୟ ପରେ ସେହି ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁ ପୁତ୍ରଟିର ଓଜନ ଅଢ଼େଇ କିଲୋ ଥିଲା । ତା’ର କରୋନା ପରୀକ୍ଷଣ କରିବା ପରେ ସେ ନେଗେଟିଭ୍‌ ଥିବା ଜଣାପଡ଼ିବାରୁ ସମସ୍ତେ ଭାରି ଖୁସି ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

‘‘ଆମ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ଅନେକ ମହିଳାଙ୍କ ଡେଲିଭେରି ହୋଇଛି, କିନ୍ତୁ ପ୍ରଥମ ଥର ଜଣେ କରୋନା ସଂକ୍ରମିତ ମହିଳାଙ୍କ ଡ଼େଲିଭେରି ହୋଇଛି । ଏଭଳି କରୋନା ସଂକ୍ରମିତ ମହିଳାଙ୍କ ଡ଼େଲିଭେରି କରିବା ଏକ ଚ୍ୟାଲେଞ୍ଜ ଥିଲା, ହେଲେ ଆମେ ତାକୁ ଗ୍ରହଣ କରି ସଫଳ ଡେଲିଭେରି କରାଇଥିବାରୁ ଭାରି ଖୁସି ଲାଗୁଛି,’’ କହିଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ସୁଜାତା ମହାପାତ୍ର ।

ଏହା ବି ପଢ଼ନ୍ତୁ | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍‌ ଅଛି ଓ ସେମାନେ ଏଇଠି କୋଭିଡ୍‌ ଆଇସୋଲେସନ୍‌ ୱାର୍ଡ଼ରେ ଅଛନ୍ତି । ୪୮ ଘଣ୍ଟା ପର୍ଯ୍ୟନ୍ତ ଏଇଠି ରହିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ଓ ତା’ପରେ ସେମାନଙ୍କୁ ଘରକୁ ଯିବାକୁ ଦିଆଯିବ । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଧ୍ୟାନ ରଖିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘ଏଠାକାର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ନିଷ୍ଠାପର ଚିକିତ୍ସା ଯୋଗୁଁ ଉଭୟ ମାଆ ଓ ପୁଅ ସୁସ୍ଥ ଅଛନ୍ତି । ମୋ’ ସ୍ତ୍ରୀ କରୋନା ପଜିଡିଭ୍‌ ଥିବା ଜାଣିବା ପରେ ମୋ’ ପାଦ ତଳୁ ମାଟି ଖସି ଯାଇଥିଲା । ତଥାପି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଆମକୁ ନିଜ ମନୋବଳ ଦୃଢ଼ ରଖିବାକୁ କହିଥିଲେ । ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ପ୍ରତି ମୁଁ ସବୁ ଦିନ କୃତଜ୍ଞ ରହିବି,’’ କହିଛନ୍ତି କରୋନା ସଂକ୍ରମିତ ମହିଳାଙ୍କ ସ୍ବାମୀ ହେମନ୍ତ କୁମାର ନାୟକ ।



କିଛି ଦିନ ତଳେ ବ୍ରହ୍ମପୁର ସିଟି ହସପିଟାଲରେ ଜଣେ ମହିଳା କୋଭିଡ଼ ଓ ଏଡସ୍‌ ଭଳି ଦୁଇଟି ମାରାତ୍ମକ ରୋଗରେ ପୀଡ଼ିତ ଥିବା ବେଳେ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତା’ପରେ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି କୋଭିଡ଼ ସଂକ୍ରମିତ ମହିଳା ଏକ ସୁସ୍ଥ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଜିଲ୍ଲାର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସାଧୁବାଦ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ।
Published by: Anand ST Das
First published: May 21, 2021, 11:45 PM IST