ଓଡ଼ିଶାରେ ଦେଖା ଦେଇଥିବା Coronaର ‘ପ୍ଲାଟ୍ୟୁ ଷ୍ଟେଜ୍’ ଝଡ଼ ପୂର୍ବର ନିରବତା ହୋଇପାରେ

ଯେ ପର୍ଯ୍ୟନ୍ତ ସମଗ୍ର ଦେଶରେ ସଂକ୍ରମଣର ସ୍ତର ନ କମିବ ଓଡ଼ିଶାରେ ମଧ୍ୟ ତାହା କମିବା ଆଶା କମ୍ ବୋଲି ଚେତାଇ ଆମେ ସମସ୍ତେ ପୂର୍ବ ଠାରୁ ଅଧିକ ସାବଧାନ ହେବା ଉଚିତ ବୋଲି କହିଛନ୍ତି ବିଶେଷଜ୍ଞମାନେ ।

ରାଜ୍ୟର ପୂର୍ବତନ ଡି.ଏମ୍.ଇ.ଟି. ପ୍ରଫେସର୍ ଡାକ୍ତର୍ ସିଦ୍ଧାର୍ଥ ଦାସ

ରାଜ୍ୟର ପୂର୍ବତନ ଡି.ଏମ୍.ଇ.ଟି. ପ୍ରଫେସର୍ ଡାକ୍ତର୍ ସିଦ୍ଧାର୍ଥ ଦାସ

  • Share this:
News18 Odia Digital

କଟକ: ପାଞ୍ଚ ଦିନ ହେଲା ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୬,୦୦୦ରୁ ସାମାନ୍ୟ ଉପରକୁ ଯାଇ ସ୍ଥିର ରହୁଥିବା ଦେଖାଯାଇଛି । ଏହାକୁ ଏକ ‘ପ୍ଲାଟ୍ୟୁ ଷ୍ଟେଜ୍’ ବା ସମତଳ ଅବସ୍ଥା ବୋଲି କହୁଛନ୍ତି ବିଶେଷଜ୍ଞମାନେ । ସଂକ୍ରମଣ ବଢୁ ନ ଥିବାରୁ ଏହା ପୂରା ବ୍ୟବସ୍ଥାକୁ ଆଶ୍ୱସ୍ଥ କରିଛି ସତ, କିନ୍ତୁ ସଂକ୍ରମଣର ସ୍ଥିତି ଆଗକୁ କେଉଁ ରୂପ ନେବ – ନିମ୍ନଗାମୀ ହେବ ନା ଉର୍ଦ୍ଧ୍ୱମୁଖୀ ହେବ – ତାକୁ ନେଇ ଚିକିତ୍ସା ବିଜ୍ଞାନ ନିରବ ଅଛି ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

ବିଶେଷଜ୍ଞମାନଙ୍କ ମତରେ ଚିକିତ୍ସା ବିଜ୍ଞାନରେ ‘ପ୍ଲାଟ୍ୟୁ ଷ୍ଟେଜ୍’ ଏକ ଭ୍ରମ ଭଳି । ଏହା କେବଳ ଏକ ସାମୟିକ ସ୍ଥିରତାକୁ ଦର୍ଶାଇଥାଏ ଏବଂ ଏହାର ଆଧାର କେବଳ ପରିସଂଖ୍ୟାନ ମଧ୍ୟରେ ସୀମିତ ବୋଲି ସେମାନେ କହନ୍ତି । ଏହି ସ୍ଥିତି କେତେ ଦିନ ପର୍ଯ୍ୟନ୍ତ ବଜାୟ ରହିବ ତା’ର ସଠିକ ଆକଳନ କରିବା ମୁସ୍କିଲ୍ । ବାସ୍ତବରେ କୋଭିଡ୍ ସ୍ଥିତିରେ ‘ପ୍ଲାଟ୍ୟୁ ଷ୍ଟେଜ୍’କୁ ନେଇ କିଛି ବି କୁହାଯାଇ ନ ପାରେ ବୋଲି କହିଛନ୍ତି ରାଜ୍ୟର ପୂର୍ବତନ ଡି.ଏମ୍.ଇ.ଟି. ତଥା ଖ୍ୟାତନାମା ଭେଷଜ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର୍ ସିଦ୍ଧାର୍ଥ ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

‘‘ଯେହେତୁ ଦେଶରେ ସଂକ୍ରମଣ ହାର ତୀବ୍ର ଗତିରେ ବୃଦ୍ଧି ପାଇଚାଲିଛି ଏବଂ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ ଦ୍ରୁତ ସଂକ୍ରମଣର ଧାରା ଜାରି ରହିଛି, ତାକୁ ଦେଖି ଓଡ଼ିଶାରେ ଯେ ସଂକ୍ରମଣ ସ୍ଥିର ହୋଇଗଲା ତାହା ଭାବି ଖୁସି ହେବା ଅନୁଚିତ । ଓଡ଼ିଶା ଭାରତର ଏକ ଅଙ୍ଗ, ଏବଂ ଓଡ଼ିଶାକୁ ବିଭିନ୍ନ ବାଟରେ ଗମନାଗମନ ଜାରି ରହିଛି । ତେଣୁ ସଂକ୍ରମଣ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବା ବାଟ ମଧ୍ୟ ଖୋଲା ରହିଛି । ଯେ ପର୍ଯ୍ୟନ୍ତ ସମଗ୍ର ଦେଶରେ ସଂକ୍ରମଣର ସ୍ତର ନ କମିବ ଓଡ଼ିଶାରେ ମଧ୍ୟ ତାହା କମିବା ଆଶା ନାହିଁ,’’ ନ୍ୟୁଜ ୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ଡଃ ସିଦ୍ଧାର୍ଥ ଦାସ ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ଏସ୍‌.ସି.ବି. ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ପ୍ରଫେସର୍‌ ଡାକ୍ତର ଧୀରେନ୍ଦ୍ର ନାଥ ମହାରାଣା କହିଛନ୍ତି, ‘‘ଚିକିତ୍ସା ବିଜ୍ଞାନରେ ପ୍ଲାଟ୍ୟୁ ଷ୍ଟେଜ୍ ବୋଲି କିଛି ନାହିଁ । କୋଭିଡ୍ ସଂକ୍ରମଣ ଏବେ ଯେଉଁ ସ୍ତରରେ ରହିଛି, ତାହା ଟିପ୍‌ ଅଫ୍‌ ଦି ଆଇସବର୍ଗ (ଏକ ବଡ଼ ସମସ୍ୟାର ସାମାନ୍ୟ ଦିଶୁଥିବା ଅଂଶ) । ଏହା ଆଗକୁ କୁଆଡ଼େ ଯିବ ତା’ର ଆକଳନ ବର୍ତ୍ତମାନ ଅସମ୍ଭବ । ଆମେ ସମସ୍ତେ ସତର୍କ ନ ହେଲେ କୋଭିଡ୍ ସଂକ୍ରମଣ ଘରକୁ ଘର ବ୍ୟାପିବ ।’’



ଭରତରେ ଦେଖା ଦେଇଥିବା ଏହି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ କ୍ରମଶଃ ଗୁରୁତର ହେଉଥିବାରୁ ଚିନ୍ତା ବଢ଼ିଛି । କେବଳ ମଙ୍ଗଳବାର ଦିନ ୨୪ ଘଣ୍ଟାରେ ରେକର୍ଡ଼ ୩.୨୩ ଲକ୍ଷରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ମେ' ମାସ ମଧ୍ୟ ଭାଗ ସୁଦ୍ଧା ଏହି ସଂଖ୍ୟା ୬ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ । ଏହାକୁ ଦେଖି ଓଡ଼ିଶାରେ କୋଭିଡର ଏହି ‘ପ୍ଲାଟ୍ୟୁ ଷ୍ଟେଜ୍’ ଏବେ ଏକ ଅଜଣା ଭୟକୁ ଜନ୍ମ ଦେଇଛି । ଏହା ଯେକୌଣସି ସମୟରେ ବିସ୍ଫୋରକ ରୂପ ନେଇପାରେ ବୋଲି ଆଶଙ୍କା ବ୍ୟକ୍ତ କରୁଛନ୍ତି ଅନେକ ବିଶେଷଜ୍ଞ ।
Published by:Anand S.T. Das
First published: