୬ ମିନିଟ୍: କରୋନାରୁ ସୁସ୍ଥ ହୋଇ ଫୁସଫୁସ୍ ହରେଇଲେ ରୋଗୀ; ଭୁବନେଶ୍ୱରରୁ ହାଇଦ୍ରାବାଦ ନିଆଗଲା

କୋଭିଡ-୧୯ରେ ଆକ୍ରାନ୍ତ ହୋଇ ୧୯ ଦିନ ଚିକିତ୍ସିତ ହେବା ପରେ ପୁରୀର ଏହି ରୋଗୀ ପୂରା ସୁସ୍ଥ ହୋଇଥିଲେ, ହେଲେ ତାଙ୍କ ଫୁସଫୁ୍ସ୍ ପୂରା ଖରାପ ହୋଇଯାଇଥିଲା । କୃତ୍ରିମ ଫୁସଫୁସର ସଫଳ ପ୍ରତ୍ୟାରୋପଣ ପରେ ସ୍ଥିତି ଅଚାନକ ସଙ୍କଟାପନ୍ନ ହୋଇଥିଲା ।

୬ ମିନିଟ୍: କରୋନାରୁ ସୁସ୍ଥ ହୋଇ ଫୁସଫୁସ୍ ହରେଇଲେ ରୋଗୀ; ଭୁବନେଶ୍ୱରରୁ ହାଇଦ୍ରାବାଦ ନିଆଗଲା
ଆମ୍ବୁଲାନ୍ସ ଭିତରେ ଗୁରୁତର ସ୍ଥିତିରେ ରୋଗୀ ଅଭୟ କୁମାର ଜେନା
  • News18 Odia
  • Last Updated: October 23, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବି ନିଜ ଫୁସଫୁସ୍‌ ହରେଇ ବସିଥିବା ଓ ତା’ ପରେ ସଫଳ ଫୁସଫୁସ୍‌ ପ୍ରତ୍ୟାରୋପଣ ସତ୍ତ୍ୱେ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦ ନେବା ପାଇଁ ପ୍ରଶାସନର ତତ୍ପରତା ସହ ଅତୁଳନୀୟ ସହଯୋଗ କରିଥିଲେ ରାଜଧାନୀର ରାସ୍ତା ବ୍ୟବହାର କରୁଥିବା ଲୋକେ । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ରୋଗୀଙ୍କୁ ଗୋଟିଏ ହସପିଟାଲରୁ ବିମାନ ବନ୍ଦରକୁ ନେବା ପାଇଁ ମାତ୍ର ଛଅ ମିନିଟ୍‌ ସମୟ ଲାଗିଥିଲା ଓ ତାଙ୍କୁ ବିମାନରେ ଜରୁରୀ ଚିକିତ୍ସା ପାଇଁ ବିମାନରେ ହାଇଦ୍ରାବାଦ ନିଆଯାଇପାରିଥିଲା ।

ନୟାପଲ୍ଲୀର ହେଲ୍ଥ ଭିଲେଜ କେୟାର ହସ୍ପିଟାଲରୁ (Health Village Care Hospital Bhubaneswar) ହାଇଦ୍ରାବାଦର କିମ୍ସ ହସ୍ପିଟାଲକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା ପୁରୀ ଜିଲ୍ଲା ଆଁଳାକୁଦା ବାସିନ୍ଦା ଅଭୟ କୁମାର ଜେନାଙ୍କୁ । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ବସାଇବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେବା ସମୟରେ ବାଟ ଛାଡ଼ିଦେଇଥିଲା ରାଜଧାନୀ ଭୁବନେଶ୍ୱର । ରୋଗୀଙ୍କୁ ନୟାପଲ୍ଲୀରୁ ବିମାନବନ୍ଦରରେ ଯାଏ ପହଞ୍ଚିବାକୁ ମାତ୍ର ଛଅ ମିନିଟ ସମୟ ଲାଗିବା ହିଁ ଥିଲା ତା’ର ପ୍ରମାଣ ।

ନୟାପଲ୍ଲୀର ଘରୋଇ ହସ୍ପିଟାଲରୁ ଆମ୍ବୁଲାନ୍ସରେ ବିମାନ ବନ୍ଦରକୁ ନିଆଯାଉଛି ଜେନାଙ୍କୁ ।


ଏଥି ପାଇଁ ହେଲ୍ଥ ଭିଲେଜ କେୟାର ହସ୍ପିଟାଲରୁ ବିମାନ ବନ୍ଦର ଯାଏଁ କରାଯାଇଥିଲା ଗ୍ରୀନ୍‌ କରିଡ଼ର୍‌ । ରାଜଧାନୀର ଟ୍ରାଫିକ୍‌ ପୋଲିସ ଟିମ୍‌ ସ୍ୱଳ୍ପ ସମୟ ମଧ୍ୟରେ ସଫଳତାର ସହ ଏହାର ଆୟୋଜନ କରିଥିଲା । ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ଗ୍ରୀନ କରିଡ଼ରର ନେତୄତ୍ୱ ନେଇଥିଲେ । ଆମ୍ବୁଲାନ୍ସ ଯିବା ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ସବୁ ଅଟକି ରହିଥିଲା ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ନୟାପଲ୍ଲୀର ଘରୋଇ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗେ ଏହି ଗ୍ରୀନ୍ କରିଡର୍‌ ଦେଇ ରୋଗୀଙ୍କୁ ଏୟାରପୋର୍ଟରେ ପହଞ୍ଚାଇବା ପାଇଁ ଆଠ ମିନିଟ ସମୟ ଧାର୍ଯ୍ୟ ଥିବା ବେଳେ ଦୁଇ ମିନିଟ ପୁର୍ବରୁ ଏୟାରପୋର୍ଟରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ଗୁରୁତର ଅଭୟ ଜେନାଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ନେବା ପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ରାଜଧାନୀର ବିମାନ ବନ୍ଦରରେ ଏୟାର ଆମ୍ବୁଲାନ୍ସ ପହଞ୍ଚିବା ମାତ୍ରେ ନୟାପଲ୍ଲୀରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏୟାରପୋର୍ଟରେ ପହଞ୍ଚାଯାଇଥିଲା ।

ଏୟାରପୋର୍ଟରେ ଆମ୍ବୁଲାନ୍ସ ପହଞ୍ଚିବା ମାତ୍ରେ ଏଆର୍‌ ଆମ୍ବୁଲାନ୍ସରେ ସଜାଗ ରହିଥିଲା ଏକ ଟିମ୍ । ତୁରନ୍ତ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏକ ଅଭିଜ୍ଞ ଡାକ୍ତରୀ ଟିମ୍ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଟିମ୍ ଏହି କାମକୁ ଅତି କୁଶଳତାର ସହ କରିଥିଲେ ।

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ରୋଗୀ ଅଭୟ କୁମାର ଜେନାଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ପଠାଯାଇଥିଲା । ନୟାପଲ୍ଲୀର ଘରୋଇ ହସ୍ପିଟାଲରୁ ବିମାନ ବନ୍ଦରକୁ ନେବା ବେଳେ ଆମ୍ବୁଲାନ୍ସରେ ରୋଗୀଙ୍କ ଦେହରେ ଲାଗିଥିଲା ଚିକିତ୍ସା ବିଜ୍ଞାନର ଅତ୍ୟାଧୁନିକ ଯନ୍ତ୍ର । ଏୟାର ଆମ୍ବୁଲାନ୍ସ ଭିତରେ ରୋଗୀଙ୍କ ପାଇଁ ରହିଥାଏ ସମସ୍ତ ଜରୁରୀ ଚିକିତ୍ସା ସେବା ବ୍ୟବସ୍ଥା । ଏଥିରେ ରୋଗୀଙ୍କ ସହ ଏକ ଡାକ୍ତରୀ ଟିମ୍ ମଧ୍ୟ ଯାଇଥାନ୍ତି ।

ଅଭୟ କୁମାର ଜେନା ଗତ ୧୯ ଦିନ ହେଲା ପ୍ରଥମେ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ନୟାପଲ୍ଲୀ ସ୍ଥିତ ହେଲ୍ଥ ଭିଲେଜ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ହେଲେ ତାଙ୍କ ଲଙ୍ଗସ୍ (ଫୁସଫୁ୍ସ୍‌) ପୂରା ଖରାପ ହୋଇଯାଇଥିବା ଜଣାପଡ଼ିଥିଲା । ଫଳରେ ସେହି ଡାକ୍ତରଖାନାରେ ସରକାରଙ୍କ ସହାୟତାରେ ତାଙ୍କ ଦେହରେ ସଫଳତା ସହ କୃତ୍ରିମ ଲଙ୍ଗସ୍ ପ୍ରତ୍ୟାରୋପଣ କରାଯାଇଥିଲା ।



ମାତ୍ର ଜେନାଙ୍କ ଶାରୀରିକ ସୁସ୍ଥତା ପାଇଁ ତାଙ୍କୁ ଏୟାର ଆମ୍ବଲାନ୍ସ ଯୋଗେ ହାଇଦ୍ରାବାଦର କୀମ୍ସ ହସ୍ପିଟାଲକୁ ନେବା ଜରୁରୀ ହୋଇପଡ଼ିଥିଲା । ଏହି ପ୍ରତିରୋପଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ହାଇଦ୍ରାବାଦରୁ ଡାକ୍ତର ସମ୍ବିତ ସାହୁଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ୍‌ ଉପସ୍ଥିତ ଥିଲେ । ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ହସ୍ପିଟାଲରେ ପହଞ୍ଚି ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ମଧ୍ୟ ଗ୍ରୀନ କରିଡରରେ ଜେନାଙ୍କୁ କୀମ୍ସ ହସପିଟାଲକୁ ନିଆଯାଇଥିଲା ।
Published by: Anand Shankar Thankur Das
First published: October 23, 2020, 11:59 PM IST
corona virus btn
corona virus btn
Loading