ରାଜ୍ୟରେ କଲେଜ ହଷ୍ଟେଲରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲର ଅନ୍ତେବାସୀମାନଙ୍କୁ ତିନି ଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । କ୍ୟାମ୍ପସରେ ଏକ କୋଭିଡ ଟେଷ୍ଟ କ୍ୟାମ୍ପ ବି ଖୋଲାଯିବ।

ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଶୋଧନ କାର୍ଯ୍ୟ ଚାଲିଛି ।
- News18 Odia
- Last Updated: January 6, 2021, 4:09 PM IST
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାକୁ ଯାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବେ ସେଥି ପାଇଁ ପ୍ରସ୍ତୁତି ଚାଲିଛି । ନିଜ ନିଜ ସ୍ତରରେ କ୍ୟାମ୍ପସ ବିଶୋଧନ କରିବା ତଥା ପିଲାଙ୍କ ରହିବା, ଖାଇବା ଓ ପାଠପଢ଼ା ପାଇଁ ଆରମ୍ଭ ହୋଇଛି ବ୍ୟବସ୍ଥା । ହେଲେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ କ୍ୟାମ୍ପସକୁ କେମିତି ଶୁଦ୍ଧ କରିବେ ସେଥି ପାଇଁ ଆରମ୍ଭ ହୋଇଛି କସରତ ।
ଶିକ୍ଷା ବିଭାଗର ଗାଇଡ଼ଲାଇନକୁ ବାଦ ଦେଲେ ନିଜ ସ୍ତରରେ ପିଲାଙ୍କ ପାଇଁ ନିୟମାବଳୀ ବା ଏସ୍.ଓ.ପି. ତିଆରି କରିଛନ୍ତି ଶିକ୍ଷାନୁଷ୍ଠାନମାନେ । ଏନେଇ ଉଭୟ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବୈଠକ ବସି କେତେକ ଗାଇଡଲାଇନ୍ ଉପରେ ସହମତି ହୋଇଛି ।
ଦେଖନ୍ତୁ ଫଟୋ | କରୀନା କପୁର୍ ତାଙ୍କର ଜଲଦି ଆସୁଥିବା ଦ୍ୱିତୀୟ ପିଲା ପାଇଁ ଘର ସଜେଇବାରେ ବ୍ୟସ୍ତ ଅଛନ୍ତି - PHOTOS

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ଓ (ଡାହାଣ) ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ
‘‘ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ । ହଷ୍ଟେଲ ଓ ପିଲା ଆମ ଦାୟିତ୍ୱ। ତେଣୁ ସବୁ ପିଲାଙ୍କର ପ୍ରଥମେ କୋଭିଡ ଟେଷ୍ଟ କରିବା ପାଇଁ ଚିନ୍ତା କରିଛୁ । ବିନା ଟେଷ୍ଟରେ ହଷ୍ଟେଲରେ କେହି ରହିପାରିବେ ନାହିଁ,’’ କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ।
ଦେଖନ୍ତୁ ଫଟୋ | ଯେବେ ପୋପ୍ ଫ୍ରାନସିସ୍ ଜଣେ ବିକିନି ମଡେଲଙ୍କ ଫଟୋକୁ ଲାଇକ୍ କଲେ ଓ ହଙ୍ଗାମା ହେଲା…PHOTOS
ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, ‘‘ଆମର ଯୁକ୍ତ ଦୁଇ କଲେଜ ସହ ୟୁଜି ଓ ପିଜି ଗୋଟିଏ କ୍ୟାମ୍ପସରେ ଅଛି । ଏବେ କ୍ଲାସ ରୁମ ଓ ହଷ୍ଟେଲକୁ ବିଶୋଧନ କରାଯାଉଛି। ମନ୍ଦିରକୁ ଯିବା ପାଇଁ ଯେପରି କୋଭିଡ ନେଗେଟିଭ ସାର୍ଟିଫିକେଟ ଆବଶ୍ୟକ ସେହି ପରି ଆମ ବିଦ୍ୟା ମନ୍ଦିରକୁ ଛାତ୍ରୀ ଆସିବା ସମୟରେ କୋଭିଡ ନେଗେଟିଭ ସାର୍ଟିଫିକେଟ ଆଣିବା ଲାଗି ଚିନ୍ତା କରାଯାଉଛି । ଏନେଇ ଶୀଘ୍ର ଏକ ଚୂଡ଼ାନ୍ତ SOP ପ୍ରକାଶ ପାଇବ।’’
କୋଭିଡ କଟକଣା ମାନି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ, କିନ୍ତୁ କାହା ଦେହରେ କୋଭିଡ୍ ଲକ୍ଷଣ ଅଛି ଓ କାହାର ନାହିଁ ତାହା ଜାଣିବା ପାଇଁ ରିପୋର୍ଟ ଦରକାର । ସେଥି ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ।