News18 Odia Digital
କଟକ: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିବା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକର ଏକ କୋଭିଡ୍ ହସପିଟାଲରୁ କୋଲକାତାରେ ଥିବା ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲକୁ ନିଆଯାଇଛି । ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ କଟକରୁ ଭୁବନେଶ୍ୱର ବିମାନ ବନ୍ଦରକୁ ନିଆ ଯାଇଥିଲା । ଏଥି ପାଇଁ କଟକର ଅଶ୍ୱିନୀ ହସ୍ପିଟାଲରୁ ଭୁବନେଶ୍ୱର ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ୍ କରିଡରରେ ପରିବର୍ତିତ କରି ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତାଆମ୍ବୁଲାନ୍ସଟି କଟକରୁ ମଧ୍ୟାନ୍ନ ୧:୧୦ରେ ବାହାରିବାର ବହୁ ପୂର୍ବରୁ ସେହି ରୁଟରେ ଥିବା ସବୁ ଟ୍ରାଫିକ୍ ପୋଷ୍ଟକୁ ଆଲର୍ଟ କରାଯାଇଥିଲା ଓ ରାସ୍ତାରୁ ଟ୍ରାଫିକ୍ ମଧ୍ୟ କ୍ଲିୟର୍ କରାଯାଇଥିଲା । ଫଳ ସ୍ବରୂପ ୪୪ କିଲୋମିଟର୍ ରାସ୍ତାକୁ ମାତ୍ର ୨୦ ମିନିଟରେ ଅତିକ୍ରମ କରି ଦେଢ଼ଟା ବେଳେ ବିମାନ ବନ୍ଦରରେ ପହଞ୍ଚିଯାଇଥିଲା ଆମ୍ବୁଲାନ୍ସ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ଡଃ ପାଣିଗ୍ରାହୀଙ୍କୁ କୋଲକାତା ବିମାନ ବନ୍ଦରକୁ ନିଆଯାଇଥିଲା ଓ ସେଠାରୁ ଅନୁରୂପ ଗ୍ରୀନ୍ କରିଡର୍ ଜରିଆରେ ତାଙ୍କୁ ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲକୁ ନିଆଯାଇଥିଲା।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ୫ ମିନିଟରେ ମଲେ ୨୨ – VIDEOସୋମବାର ଦିନ କୋଲକାତାରୁ ଅଶ୍ବିନୀ ହସ୍ପିଟାଲ ଆସିଥିବା ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମର ଦୁଇ ଜଣ ସଦସ୍ୟ ମଧ୍ୟ ଡଃ ଦେବାଶିଷ ପାଣିଗ୍ରାହୀଙ୍କ ସହିତ ଏୟାର୍ ଆମ୍ବୁଲାନ୍ସରେ ଯାତ୍ରା କରିଥିଲେ । ବିମାନ ଯାତ୍ରା ଠାରୁ ଆରମ୍ଭ କରି ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ଏହି ଟିମ୍ ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲା । ପୋଲିସ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଡଃ ପାଣିଗ୍ରାହୀ ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଡକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ ।
ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର
ଆମ୍ବୁଲାନ୍ସଟି କଟକରୁ ମଧ୍ୟାନ୍ନ ୧:୧୦ରେ ବାହାରିଥିଲା ।
ଡଃ ପାଣିଗ୍ରାହୀଙ୍କ ଫୁସଫୁସରେ କୋଭିଡ୍ ସଂକ୍ରମଣ ଗୁରୁତର ସ୍ଥିତିରେ ଥିବାରୁ ମେ ୨୯ ତାରିଖରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କୁ ECMO ଚିକିତ୍ସା ବି କରାଯାଇଥିଲା, କିନ୍ତୁ କିଛି ଅଧିକ ତଥା ଉନ୍ନତ ଚିକିତ୍ସା ଆବଶ୍ୟକ ହେବାରୁ ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲରେ ଥିବା ECMOର ଏକ ଆଧୁନିକ ମେସିନ ଜରିଆରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ସେଠାକୁ ନିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯେବେ ନେହା କକ୍କଡ଼ଙ୍କୁ ଜଣେ ଯୁବକ ଜବରଦସ୍ତ୍ KISS କରିଥିଲେ, ବିବାଦରେ ଥିଲେ ଗାୟିକା‘‘ଯାହାବି ଆଧୁନିକ ଚିକିତ୍ସା ପଦ୍ଧତି ଓ ଉପକରଣ ଅଛି ତାହା ଆମ ପାଖରେ ଉପଲବ୍ଧ ରହିଛି । ସେହି ସବୁ ଜରିଆରେ ଆମେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଚିକିତ୍ସା କରିଥିଲୁ । କିନ୍ତୁ ତା’ ପରେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ଆମେ ତାକୁ ECMOରେ ରଖିଥିଲୁ । ହେଲେ ଉନ୍ନତ ମାନର ECMO ଚିକିତ୍ସା ଦରକାର ହେଉଥିବାରୁ ତାଙ୍କୁ କୋଲକାତା ପଠାଯାଇଛି । କୋଭିଡ ବ୍ୟତୀତ ତାଙ୍କର ମଧୁମେୟ ଓ ରକ୍ତଚାପ ସହ ଅନ୍ୟ କୋମରବିଟିଜ୍ ମଧ୍ୟ ରହିଛି,’’ କହିଛନ୍ତି ଦେବାଶିଷଙ୍କୁ ଚିକିତ୍ସା କରୁଥିବା ଅଶ୍ବିନୀ ହସ୍ପିଟାଲର ଡାକ୍ତର ମାନସ ନାୟକ ।
କୋଭିଡ ସଂକ୍ରମଣ ଯୋଗୁଁ ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସ୍ ସ୍ବାଭାବିକ ଢଙ୍ଗରେ କାମ କରୁ ନ ଥିଲା । ମଙ୍ଗଳବାର ଦିନ ତାଙ୍କୁ ଅଶ୍ବିନୀ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଅନେକ ଆଇ.ପି.ଏସ୍. ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।