News18 Odia Digital
କଟକ: କରୋନା ଭାଇରସ୍ ସଂକ୍ରମଣରେ ପୀଡ଼ିତ ହୋଇଥିବା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସୁସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀ କୋଲକାତାର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ତାଙ୍କ ଅକାଳ ଦେହାନ୍ତ ଖବର ଆସିବା ପରେ ଓଡ଼ିଶାର ପୋଲିସ ଓ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଶୁକ୍ରବାର ରାତି ପ୍ରାୟ ୧୦ଟା ୧୫ରେ କୋଲକାତାରେ ଥିବା ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ନେଇଥିଲେ । ସେ କଟକର ଅଶ୍ୱିନୀ ହସପିଟାଲରେ ଏକମୋ (ECMO) ମେସିନ୍ ସାହାଯ୍ୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଅତ୍ୟାଧୁନିକ ଏକମୋ ମେସିନ୍ ସାହାଯ୍ୟରେ ଅଧିକ ଉତ୍ତମ ଚିକିତ୍ସା ପାଇଁ ୧୦ ଦିନ ତଳେ କୋଲକାତାର ସେହି ହସପିଟାଲକୁ ନିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍ପୋଲିସ ସେବାରେ ନିଜ ନିଷ୍ଠାପର ସେବା ଯୋଗୁଁ ଆଦୃତ ହୋଇଥିବା ୧୯୯୧ ବ୍ୟାଚର ଆଇ.ପି.ଏସ୍. ଅଫିସର୍ ଡକ୍ଟର ଦେବାଶିଷ ପାଣିଗ୍ରାହୀ ଜଣେ ସୁସାହିତ୍ୟିକ ବି ଥିଲେ । ୨୦୦୨ ମସିହାରେ ତାଙ୍କ କ୍ଷୁଦ୍ର ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଅକାଡ଼େମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୨୦୧୭ ନଭେମ୍ବରରୁ ରାଜ୍ୟର ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିଲେ ।

ଜୁନ୍ ୮ ତାରିଖରେ ଗ୍ରୀନ୍ କରିଡରରେ କଟକରୁ ଡକ୍ଟର ପାଣିଗ୍ରାହୀଙ୍କୁ ନେଇ ଆମ୍ବୁଲାନ୍ସ ଯାଉଥିବାର ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେଡଃ ପାଣିଗ୍ରାହୀଙ୍କୁ ମେ ୨୯ ତାରିଖରେ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଫୁସଫୁସରେ କୋଭିଡ୍ ସଂକ୍ରମଣ ଗୁରୁତର ସ୍ଥିତିରେ ଥିବାରୁ ଏହି ହସପିଟାଲରେ ତାଙ୍କୁ ECMO ମେସିନ ସାହାଯ୍ୟରେ ଚିକିତ୍ସା ବି କରାଯାଇଥିଲା, କିନ୍ତୁ ତାଙ୍କ ସ୍ଥିତିରେ ସୁଧାର ନ ଆସିବାରୁ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ପାଇଁ ଜୁନ୍ ୮ ତାରିଖ ଦିନ କୋଲକାତାର ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲକୁ ଏକ ଏୟାର୍ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ତାଙ୍କୁ ଅଶ୍ବିନୀ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଅନେକ ଆଇ.ପି.ଏସ୍. ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।
ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଓ ଦୋକାନୀ ସମସ୍ତେ ଜାଣିବା ଉଚିତକୋଭିଡ ବ୍ୟତୀତ ଡଃ ପାଣିଗ୍ରାହୀଙ୍କର ମଧୁମେୟ ଓ ରକ୍ତଚାପ ସହ ଅନ୍ୟ କୋମରବିଡିଟିଜ୍ ମଧ୍ୟ ରହିଥିଲା ବୋଲି କହିଥିଲେ ଅଶ୍ବିନୀ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନସ ନାୟକ । କୋଲକାତାରୁ ଅଶ୍ବିନୀ ହସ୍ପିଟାଲକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆସି ତାଙ୍କ ଚିକିତ୍ସାରେ ସହଯୋଗ ବି କରିଥିଲା । ସେହି ଦୁଇ ଜଣ ଡାକ୍ତର ଡଃ ପାଣିଗ୍ରାହୀଙ୍କ ସହିତ ଏୟାର୍ ଆମ୍ବୁଲାନ୍ସରେ କୋଲକାତା ଯାତ୍ରା କରିଥିଲେ । ଡଃ ପାଣିଗ୍ରାହୀ ମେଡିକା ସୁପର୍-ସ୍ପେସାଲିଟି ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଡକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ ।
ଅଗଷ୍ଟ ୨୯, ୧୯୬୫ରେ ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ଡଃ ପାଣିଗ୍ରାହୀ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଓ ଜେ.ଏନ୍.ୟୁ.ରୁ ପି.ଏଚ୍.ଡି. କରିଥିଲେ । ତାଙ୍କର ନଅଟି କ୍ଷୁଦ୍ର ଗଳ୍ପ ସଂଗ୍ରହ ସହ ତିନୋଟି ସଙ୍କଳନରେ ସାତୋଟି କ୍ଷୁଦ୍ର ଉପନ୍ୟାସ (ନଭେଲା) ଓ ଗୋଟିଏ ଉପନ୍ୟାସ ପ୍ରକାଶିତ ହୋଇଛି । ତାଙ୍କ କ୍ଷୁଦ୍ର ଗଳ୍ପଗୁଡ଼ିକୁ ରସ୍କିନ୍ ବଣ୍ଡ ଓ ମନୋଜ ଦାସଙ୍କ ପରି ପ୍ରତିଷ୍ଠିତ ଲେଖକମାନେ ପ୍ରଶଂସା କରିଛନ୍ତି । ଡଃ ପାଣିଗ୍ରାହୀ ଭିଡିଓ ଆଲବମ୍, ଟେଲିଭିଜନ୍ ଓ ସିନେମା ପାଇଁ ବି ଅନେକ ଲୋକପ୍ରିୟ ଗୀତ ଲେଖିଯାଇଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।