News18 Odia Digital
ଭୁବନେଶ୍ୱର: କରୋନା ଭାଇରସରେ ସଂକ୍ରମିତ ହୋଇ ଗତ ଦଶ ଦିନ ଧରି ଭୁବନେଶ୍ୱରର ସମ୍ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉ ନ ଥିବା ଜାଣିବାକୁ ମିଳୁଛି । ଗତ ଦୁଇ ଦି ଧରି ତାଙ୍କ ଅବସ୍ଥା ଆଦୌ ନ ସୁଧୁରିବା ଦେଖି ଏବେ ତାଙ୍କ ପରିବାର ଓ ହସପିଟାଲର ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ତପୁ ଗତ ଦୁଇ ଦିନ ଧରି ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ହସପିଟାଲ୍ ସୂତ୍ରରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ କାରଣରୁ ତପୁଙ୍କ ଫୁସଫୁସ୍ ପାଖାପାଖି ୭୫ ପ୍ରତିଶତ ପ୍ରଭାବିତ ହୋଇଯାଇଛି ଓ ତାଙ୍କ ଅମ୍ଳଜାନ ସ୍ତର ୪୦ରୁ ୪୫କୁ ଖସିଆସୁଛି । ଏହାକୁ ନେଇ ଉଭୟ ଡାକ୍ତର ଓ ତପୁଙ୍କ ପରିବାର ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି । ମନୋରଞ୍ଜନ ଜଗତ ସହ ଜଡ଼ିତ ଅନେକ ବ୍ୟକ୍ତି ତପୁଙ୍କ ସ୍ୱାସ୍ଥ୍ୟ ଲାଭ କାମନା କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେଇତି ମଧ୍ୟରେ ତପୁଙ୍କ ଭଉଣୀ ଧୃତିଦୀପା ମିଶ୍ର କହିଛନ୍ତି ଯେ ତପୁଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ଆସିଥିଲା, ମାତ୍ର ପରେ ପୁଣି ତାଙ୍କ ସ୍ଥିତି ଖରାପ ହେବା ଆରମ୍ଭ କରିଥିଲା । ଏବେ ତାଙ୍କୁ ରାଜ୍ୟ ବାହାରକୁ ନେଇ ଉନ୍ନତ ଚିକିତ୍ସା କରାଇବା ପାଇଁ ପ୍ରୟାସ ହେଉଛି ବୋଲି ସେ କହିଛନ୍ତି ।

‘‘ତାଙ୍କ (ତପୁ ମିଶ୍ରଙ୍କ) ସ୍ୱାସ୍ଥ୍ୟାବସ୍ଥାରେ ଏବେ ଆଉ କୌଣସି ଉନ୍ନତି ହେଉନି । ତାଙ୍କ ଅବସ୍ଥା ଏବେ ଖୁବ୍ ସଙ୍ଗୀନ ସ୍ଥିତିରେ ଅଛି । ତାଙ୍କ ଶରୀର ବର୍ତ୍ତମାନର ଚିକିତ୍ସାକୁ ଆଉ ଗ୍ରହଣ କରୁନାହିଁ । ବିଶେଷଜ୍ଞ ଡାକ୍ତରମାନଙ୍କ ଏକ କମିଟି ବନାଇ ତାଙ୍କର ଉନ୍ନତ ଚିକିତ୍ସା କରାଇବାରେ ସାହାଯ୍ୟ କରିବାକୁ ମୁଁ ମାନନୀୟ ମୁଖ୍ୟ ମନ୍ତ୍ରୀଙ୍କୁ ବିନୀତ ଅନୁରୋଧ କରୁଛି,’’ କହିଛନ୍ତି ତପୁଙ୍କ ଭଉଣୀ ଧୃତିଦୀପା ମିଶ୍ର ।
ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଓ ଦୋକାନୀ ସମସ୍ତେ ଜାଣିବା ଉଚିତତପୁଙ୍କୁ କୋଲକାତା ବା ଚେନ୍ନାଇ ନେଇ ସେଠାକାର କୌଣସି ବଡ଼ ହସପିଟାଲରେ ଏକ୍ମୋ ମେସିନ ସହାୟତାରେ ଚିକିତ୍ସା କରାଇବା ପାଇଁ ତାଙ୍କ ପରିବାର ତରଫରୁ ପାଣ୍ଠି ସଂଗ୍ରହ କରିବା ଆରମ୍ଭ ହୋଇଛି । ତପୁଙ୍କ ଅନେକ ସହକର୍ମୀ ଓ ଶୁଭାକାଙ୍କ୍ଷୀ ଏତି ପାଇଁ ଦାନ ଦେବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରି ଅନେକ ମେସେଜ୍ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ‘‘ମୋ’ ଅତି ଘନିଷ୍ଠ ବନ୍ଧୁ ତପୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ଆମେ ତାଙ୍କ ବନ୍ଧୁମାନେ ଓ ତାଙ୍କ ପରିବାର ମିଶି ତାଙ୍କ ଉନ୍ନତ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଛୁ । ଯେହେତୁ ଏହି ଚିକିତ୍ସା ବହୁତ ବ୍ୟୟବହୁଳ, ଆପଣଙ୍କ ଏକ ଛୋଟ ଆର୍ଥିକ ସହଯୋଗ ଓ ପ୍ରାର୍ଥନା ପାଇଲେ ଆମେ ସମସ୍ତେ ବହୁତ କୃତଜ୍ଞ ହେବୁ,’’ ଲେଖିଛନ୍ତି ପ୍ରଖ୍ୟାତ ଗାୟିକା ଗୀତା ଦାଶ ।
ଧୃତିଦୀପା ମିଶ୍ର ଓ ତପୁଙ୍କ ସ୍ୱାମୀ ଦୀପକ ପୂଜାହାରୀ ଜନସାଧାରଣଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପାଇଁ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ସହ ଆନୁସଙ୍ଗିକ ତଥ୍ୟ ଜାରି କରି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।