News18 Odia Digital
ପୁରୀ: କରୋନା ସଂକ୍ରମଣ ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଛି । ୧୫ ଜଣ ଶ୍ରୀମନ୍ଦିର ସେବାୟତ, ସେମାନଙ୍କ ପରିବାରର ଛଅ ଜଣ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ମିଶାଇ ଏଯାବତ୍ ୩୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଥିବାରୁ ସଂକ୍ରମଣ ରୋକିବା ପାଇଁ ପୁଣି ଶ୍ରୀମନ୍ଦିର ପାଇଁ ଜାରି ହୋଇଛି ନୂଆ ଏସ୍.ଓ.ପି. ।
ଏପ୍ରିଲ ୧୯ରୁ ସବୁ ଭକ୍ତ ଓ ସେବାୟତଙ୍କୁ ଏହି ନୂଆ ଏସ୍.ଓ.ପି. ମାନିବାକୁ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଏସ୍.ଓ.ପି. (ମାର୍ଗଦର୍ଶିକା) ଜାରି କରାଯାଇଥିବା ବେଳେ ସହରରେ ରାତ୍ରିକାଳୀନ କର୍ଫ୍ୟୁକୁ ନେଇ ପୁରୀ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି ।
ଏହା ବି ପଢ଼ନ୍ତୁ | କୁମ୍ଭ ମେଳାରେ ୧୭ ଜଣ ସାଧୁ କରୋନା ପଜିଟିଭ୍ ହେଲେ; ମେଳା ଶେଷ କରିବା ନେଇ ମତାନ୍ତର ଜାରିଛତିଶା ନିଯୋଗର ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ଜାରୀ କରିଛି ନୂଆ ମାର୍ଗଦର୍ଶିକା । ଏହା ଅନୁସାରେ ଏପ୍ରିଲ ୨୪ରୁ ଶନିବାର ଓ ରବିବାର ଦୁଇ ଦିନ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ । ଶ୍ରୀମନ୍ଦିରକୁ ସପ୍ତାହକୁ ଦୁଇ ଦିନ ବିଶୋଧନ କରିବା ପାଇଁ ଏଭଳି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଏପ୍ରିଲ ୧୯ ସୋମବାର ଠାରୁ ଶ୍ରୀମନ୍ଦିରରେ ନୂଆ ମାର୍ଗଦର୍ଶିକା ଆଧାରରେ ହେବ ଜଗା ଦର୍ଶନ। ଏଥି ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଥିବା ବ୍ୟାରିକେଡ ପାଖରେ ଲଗାଯାଇଛି ଚାରିଟି କିଓସ୍କ୍ ।
ଏହା ବି ପଢ଼ନ୍ତୁ | ଶାହିଦ କପୁର୍ଙ୍କ ମା’ ନୀଳିମା ଅଜିମ୍ କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?ତିନୋଟି କିଓସ୍କରେ ରାଜ୍ୟର ଭକ୍ତଙ୍କ ପ୍ରବେଶ ସମୟରେ ପରିଚୟ ପତ୍ର ଯାଞ୍ଚ କରାଯିବ ଓ ଅନ୍ୟ କିଓସ୍କରେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କର ୯୬ ଘଣ୍ଟା ପୂର୍ବର ମିଳିଥିବା ଆର୍.ଟି.ପି.ସି.ଆର୍. ରିପୋର୍ଟ ବା ଟିକାର ଦୁଇଟି ଡୋଜର ପ୍ରମାଣପତ୍ର ସହ ପରିଚୟ ପତ୍ର ଯାଞ୍ଚ ହେବ । ଏ ସବୁର ଫଟୋଗ୍ରାଫି ମଧ୍ୟ କରାଯିବ ।

ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଛି ।
ଯେତେ ଦିନ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ସେତେ ଦିନ ଯାଏଁ ଶ୍ରୀମନ୍ଦିରକୁ ରାତି ୮ଟାରୁ ପ୍ରବେଶ ବନ୍ଦ ହେବ ଓ ସାଢ଼େ ୮ଟା ସୁଦ୍ଧା ମନ୍ଦିରରୁ ସବୁ ଭକ୍ତଙ୍କୁ ଖାଲି କରାଯିବା ନେଇ ନିଆଯାଇଛି ପଦକ୍ଷେପ । ଶ୍ରୀମନ୍ଦିର ଭିତରେ ପାନ ଗୁଟୁକା ଖାଇବା କିମ୍ବା ଛେପ ପକାଇବା ନିଷେଧ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ହେବ । ପଲିଥିନ ବ୍ୟବହାର କଲେ ୧୦୦ ଟଙ୍କା ଜୋରିମାନା ଲାଗିବ । ଶ୍ରୀମନ୍ଦିର ଭିତରେ କୌଣସି ପାର୍ଶ୍ୱ ଦେବାଦେବୀଙ୍କୁ ସ୍ପର୍ଶ କରିବା ନିଷେଧ କରାଯାଇଛି । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ଉପରେ ବି କଟକଣା ଜାରି କରାଯାଇଛି ।
ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’ନୂଆ ମାର୍ଗଦର୍ଶିକା ଅନୁସାରେ ସବୁ ଭକ୍ତ ଧାଡି଼ରେ ଶ୍ରୀମନ୍ଦିରକୁ ସିଂହଦ୍ଵାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସିଂହଦ୍ୱାର ଦେଇ କାହାରିକୁ ପ୍ରସ୍ଥାନ କରିବାକୁ ଦିଆଯିବ ନାହିଁ । ଆନନ୍ଦ ବଜାରରୁ ମହାପ୍ରସାଦ କିଣି ନେଇପାରିବାର ବ୍ୟବସ୍ଥା ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରସାଦ ସେବନ ପାଇଁ ଅନୁମତି ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ
ପୁରୀ ଏସ୍.ପି. ଡଃ କଁୱର୍ ବିଶାଲ ସିଂ
ସେବାୟତଙ୍କ ପାଇଁ ନୀଳାଚଳ ଭକ୍ତ ନିବାସରେ ସଙ୍ଗରୋଧ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଯେଉଁ ସେବାୟତ ବା ସହରବାସୀମାନେ କୁମ୍ଭ ମେଳାରୁ ଫେରିବେ ସେମାନଙ୍କ ପାଇଁ ଆଇସୋଲେସନରେ ରହିବା ବାଧ୍ୟତାମୁଳକ କରାଯାଇଛି । ସେମାନଙ୍କର ତାଲିକା ବି ପ୍ରସ୍ତୁତ କରାଯାଇଛି । ରେଳ ଷ୍ଟେସନରେ ରାଜ୍ୟ ବାହାରୁ ଆସୁଥିବା ସବୁ ଯାତ୍ରୀଙ୍କର ଟେଷ୍ଟ କରାଯାଉଛି । ଶ୍ରୀମନ୍ଦିର ଏସ୍.ଓ.ପି. ଅନୁପାଳନ ପାଇଁ ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନର ସମନ୍ୱୟରେ ପଦକ୍ଷେପ ନିଆଯାଉଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲାଜିଲ୍ଲାରେ କୋଭିଡ଼ର ସ୍ଥିତିକୁ ନେଇ ସମୀକ୍ଷା କରିବା ପରେ ବର୍ମା କହିଛନ୍ତି, ‘‘ଏବେ ଜିଲ୍ଲାରେ ଦୈନିକ ୧୦୦ ଉପରେ ବାହାରୁଛନ୍ତି କରୋନା ପଜିଟିଭ୍ । ପୁରୀରେ ଆଇ.ଡି.ଏଚ୍. କୋଭିଡ ହସ୍ପିଟାଲ ପରେ ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ ଓ ଶ୍ରୀଜଗନ୍ନା୍ଥ ମେଡିକାଲ କଲେଜକୁ ପ୍ରସ୍ତୁତ କରି ରଖାଯାଇଛି । ଦୈନିକ ୨୫୦ ଆର୍.ଟି.ପି.ସି.ଆର୍. ଟେଷ୍ଟ କରାଯାଉଥିବା ବେଳେ ରବିବାରଠାରୁ ୮୫୦ଟି ଟେଷ୍ଟ୍ କରାଯାଉଛି । ପୂର୍ବରୁ ଦୈନିକ ୪୫୦ଟି ଆଣ୍ଟିଜେନ୍ ଟେଷ୍ଟ ହେଉଥିବା ବେଳେ ଏଣିକି ୬୦୦ଟି ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା’ ସହିତ ୧୦ଟି ଟେଷ୍ଟିଂ ସେଣ୍ଟର୍ କରାଯାଇଥିବା ବେଳେ ୨୦ଟି ଆମ୍ବୁଲାନ୍ସ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ରଖାଯାଇଛି ।’’
ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣପୁରୀରେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ପାଟ୍ରୋଲିଂ ପାଇଁ ପୁରୀ ସହରକୁ ୧୦ଟି ଜୋନରେ ଭାଗ କରାଯାଇଛି । ଶ୍ରୀମନ୍ଦିର ଅଞ୍ଚଳକୁ ୧ ନମ୍ବର ଜୋନ କରାଯାଇଥିବା ବେଳେ କିଭଳି କଟକଣା ଓ ଏସ୍.ଓ.ପି.ର ଅନୁପାଳନ କରାଯିବ ସେ ନେଇ ସମୀକ୍ଷା କରିଛନ୍ତି ଏସ୍.ପି. କଁୱର ବିଶାଳ ସିଂ। । ନାଇଟ କର୍ଫ୍ୟୁକୁ ନେଇ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ କରାଯାଇଛି ପରିବର୍ତ୍ତନ । ରାତି ୯ଟାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ଏହାର ଏକ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି। ରାତି ଆଠଟାରେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଥିବା ସ୍ୱତନ୍ତ୍ର ବ୍ୟାରିକେଡକୁ ସିଲ୍ କରାଯାଉଛି । ରାତି ସାଢେ ଆଠଟା ସୁଦ୍ଧା ଶ୍ରୀମନ୍ଦିରରୁ ସବୁ ଭକ୍ତଙ୍କୁ ଖାଲି କରାଯାଉଛି ।
ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ‘’ରାତ୍ରିକାଳୀନ କର୍ଫ୍ୟୁ ପୁରୀ ସହର ସହ ପିପିଲି, ନିମାପଡ଼ା ଓ କୋଣାର୍କ ବିଜ୍ଞପିତ ଅଞ୍ଚଳରେ ଲାଗୁ କରାଯାଇଛି । ଜନସାଧାରଣ ପୋଲିସକୁ ସହଯୋଗ କରନ୍ତୁ ଓ ନିୟମର ଅନୁପାଳନ କରନ୍ତୁ ବୋଲି ଅନୁରୋଧ କରାଯାଉଛି,’’ କହିଛନ୍ତି ପୁରୀ ଏସ୍.ପି. କଁୱର ବିଶାଳ ସିଂ ।
ଏହା ବି ପଢ଼ନ୍ତୁ | ‘ସୈନ୍ୟମାନେ ତ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’କୋଭିଡକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଗାଇଡଲାଇନକୁ ସ୍ୱାଗତ କରିଛନ୍ତି ସେବାୟତମାନେ । ସେମାନେ ସମସ୍ତେ ମାସ୍କ ପରିଧାନ କରିବା ସହ ଭକ୍ତଙ୍କ ମଧ୍ୟରେ ଦୁରତ୍ୱ ରକ୍ଷା କରୁଛନ୍ତି । ‘‘ଭକ୍ତମାନେ ବାହାର କାଠ ପାଖରୁ ଦର୍ଶନ କରୁଥିଲେ ହେଁ କେହି ସେବାୟତ ବାହାର କାଠକୁ ନ ଯାଇ ଭିତର କାଠରେ ଦର୍ଶନ କରିବା ଉଚିତ । ବାହାର କାଠରେ ଭକ୍ତ ଆସି ସାତପାହାଚ ଦେଇ ପୁଣି ଫେରିବା ଉଚିତ । ଆମର ସେବାୟତ କୁମ୍ଭ ମେଳାକୁ ଯାଇଥିବାରୁ ସେମାନଙ୍କ ଉପରେ ନଜର ରଖାଯିବା ଦରକାର,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ୫୨ ବର୍ଷୀୟ ରବୀନ୍ଦ୍ର ଦାଶ ମହାପାତ୍ର ।
ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ୫ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ‘‘ଭକ୍ତଙ୍କ ସୁରକ୍ଷା, ସେବାୟତଙ୍କ ସ୍ୱାସ୍ଥ୍ୟ ଓ ଶ୍ରୀମନ୍ଦିରର ନୀତିକାନ୍ତିକୁ ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କୋଭିଡ କଟକଣାରେ ଦର୍ଶନ ବ୍ୟବସ୍ଥା ବେଶ୍ ସ୍ୱାଗତଯୋଗ୍ୟ । ଏହାର କଡ଼ିକଡ଼ି ଅନୁପାଳନ କରିବା ସମସ୍ତଙ୍କର ଦାୟିତ୍ୱ,’’ କହିଛନ୍ତି ବଙ୍ଗୀୟ ଭକ୍ତ ସୁମିତ୍ରା ଘୋଷ ।
ଗତ ଦୁଇ ଦିନ ପୁରୀରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨୪ ଓ ୧୨୯ ଥିବା ବେଳେ ରବିବାର ଦିନ ଏହା ୧୪୩ ଥିଲା । ପୁରୀରେ ଚାରି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।