ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୭୨; ପୁଣି ୧,୭୩୪ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୦୭୫ ଜଣ ଅଛନ୍ତି। ବାକି ୬୫୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୩୧ କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ ହେଲାଣି ।

ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୭୨; ପୁଣି ୧,୭୩୪ ନୂଆ ମାମଲା ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 9, 2020, 12:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର : ରାଜ୍ୟରେ ଆହୁରି ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌। ଏଥି ସହ ମୃତ୍ୟୁ ସଂଖ୍ୟା ୨୭୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧,୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗୋଟିଏ ଦିନର ସର୍ବାଧିକ ।

ତେର ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଛଅ ଜଣ,ଖୋର୍ଦ୍ଧା ଓ କୋରାପୁଟରୁ ଦୁଇ ଜଣ ଲେଖାଏଁ ବାସିନ୍ଦା ଅଛନ୍ତି। ବାଲେଶ୍ୱର, ବରଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୬ ଜଣ ମୃତକ ମଧ୍ୟରୁ ଜଣେ ୬୦ ବର୍ଷୀୟା ମହିଳା ଓ ଅନ୍ୟ ପାଞ୍ଚ ଜଣ (୬୫, ୪୦, ୬୬, ୩୭, ୫୦) ବର୍ଷୀୟ ପୁରୁଷ । ୬୦ ବର୍ଷୀୟା ମହିଳା ଓ ୬୬ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ।୬୫, ୩୭ ଓ ୫୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହେ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲବେଳେ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

ଖୋର୍ଦ୍ଧା ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରୁ ୫୨ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି। ୫୨ ବର୍ଷୀୟ ପୁରୁଷ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ଓ ସେରେବ୍ରୋଭାସ୍କୁଲାର୍ ରୋଗରେ ପୀଡ଼ିତ ଥିବାବେଳେ ୬୦ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ ଓ ମୋଟାପଣ ରୋଗରେ ପୀଡ଼ିତ ଥିଲେ। କୋରାପୁଟ ଜିଲ୍ଲାରେ ୨ଜଣ ମୃତକ ମଧ୍ୟରୁ ୪୭ ଓ ୬୫ ବର୍ଷୀୟ ପୁରୁଷ ଅଛନ୍ତି। ୪୭ ବର୍ଷୀୟ ପୁରୁଷ  ମଧୁମେହରୋଗରେ ପୀଡ଼ିତ ଥିଲାବେଳେ ୬୫ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡିତ ନଥିଲେ।ବାଲେଶ୍ୱର ଜିଲ୍ଲାର ମୃତକ ଜଣେ ୮୧ ବର୍ଷୀୟ ପୁରୁଷ ଓ ସେ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ।ବରଗଡ଼ ଓ ନୟାଗଡ଼ ଜିଲ୍ଲାର ମୃତକଙ୍କ ମଧ୍ୟରୁ ୩୯ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି ଓ ଉଭୟ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୭୫ ଜଣ ଅଛନ୍ତି । ବାକି ୬୫୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୨୨ଜଣ , କଟକରୁ ୧୭୭ ଜଣ, ସୁନ୍ଦରଗଡ଼ରୁ ୧୨୬ ଜଣ, ନୟାଗଡ଼ରୁ ୧୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୧, ଭଦ୍ରକରୁ ୫୮, ବଲାଙ୍ଗୀରରୁ ୬, ଦେଓଗଡ଼ରୁ ୫, ଢେଙ୍କାନାଳରୁ ୨୯, ଗଜପତିରୁ ୮୫, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୫୯, କେନ୍ଦ୍ରପଡ଼ାରୁ ୨, କେନ୍ଦୁଝରରୁ ୨୭, କୋରାପୁଟରୁ ୬୦, ମାଲକାନିଗିରିରୁ ୫୨, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୧୨, ନୂଆପଡ଼ାରୁ ୨୨, ପୁରୀରୁ ୫୫, ରାୟଗଡ଼ାରୁ ୧୮, ସମ୍ବଲପୁରର ୧୪, ସୋନପୁର ୧୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହେଲେ; ତାଙ୍କ ମୋଟ ସମ୍ପତ୍ତି ୮୦.୬ ବିଲିୟନ ଛୁଇଁଛି

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩୦,୨୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୫,୩୬୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।



ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 9, 2020, 12:28 PM IST
corona virus btn
corona virus btn
Loading