News18 Odia Digital
କଟକ: ପାଖାପାଖି ଛଅ ମାସର ବ୍ୟବଧାନ ପରେ କଟକରେ ପୁଣି ଥରେ ଦୁଇ ଅଙ୍କକୁ ପାର କରିଛି ନୂଆ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଅରୁଣଦେଓ ନଗରରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଏହି ସଂକ୍ରମଣର କେନ୍ଦ୍ର ସ୍ଥଳ ପାଲଟିଛି । ଦୁଇ ଦିନରେ ଏଠାରେ ମୋଟ ୨୫ ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏହି ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ବୁଧବାର ଦିନ ୧୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ପୁଣି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ (ସି.ଏମ୍.ସି.) ଏହି କଲେଜକୁ ୧୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ କଲେଜ୍, ଏହାର ହଷ୍ଟେଲ୍ ଓ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସାନିଟାଇଜ କରିଛି । ସବୁ ସଂକ୍ରମିତ ଛାତ୍ର ଗୋଟିଏ ହଷ୍ଟେଲର ଅନ୍ତେବାସୀ ହୋଇଥିବାରୁ ସେହି ହଷ୍ଟେଲରେ ହିଁ ସେମାନଙ୍କୁ କ୍ବାରେଣ୍ଟିନରେ ରଖାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରୁଛି ସି.ଏମ୍.ସି. ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି‘‘ଗୋଟିଏ ହଷ୍ଟେଲରୁ ସବୁ କୋଭିଡ ରୋଗୀ ଚିହ୍ନଟ ହୋଇଥିବାରୁ ସଂକ୍ରମଣ ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା କମ୍ ରହିଛି । ଆମେ ସେହି ହଷ୍ଟେଲକୁ ହିଁ କ୍ବାରେଣ୍ଟିନ୍ ସେଣ୍ଟରରେ ପରିବର୍ତ୍ତିତ କରିଛୁ । ସେଠାରେ ସବୁ ଆକ୍ରାନ୍ତଙ୍କୁ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି । ସହରର ଅନ୍ୟ କିଛି କିଛି ସ୍ଥାନରେ ମଧ୍ୟ ସଂକ୍ରମଣ ଦେଖା ଦେଇଛି, କିନ୍ତୁ ତାହା ଚିନ୍ତାଜନକ ନୁହେଁ,’’ କହିଛନ୍ତି ସି.ଏମ୍.ସି.ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।

ଗୋଟିଏ ବିମାନ ସାଙ୍ଗରେ ଅତି ବେଶୀରେ ୧୦ ଜଣ ଲୋକ ଯାଇ ପାରିବେ ।
ଗୁରୁବାର ଦିନ ସହର ବିଭିନ୍ନ ସ୍ଥାନରୁ ଚାରି ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏତେ ସବୁ ପରେ ମଧ୍ୟ ସହରବାସିନ୍ଦାଙ୍କ ମଧ୍ୟରେ ବେପରୁଆ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାସ୍ତା ଘାଟରେ କୋଭିଡ ନିୟମକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି । ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଏହା ବି ପଢ଼ନ୍ତୁ | ‘ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HCର ଆଦେଶକୁ ଖାରଜ କଲେକଟକ ସହରରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ହୋଲି ଓ ଦୋଳ ମେଳଣ ପାଇଁ କଟକ କମିଶନରେଟ ପୋଲିସ ଏକ ଏସ୍.ଓ.ପି. ଜାରି କରିଛି । ହୋଲି ପାଇଁ ଜାରି କରାଯାଇଥିବା ନିୟମାବଳୀରେ ଲୋକଙ୍କୁ ନିଜ ଘରେ ରହି ହୋଲି ପାଳନ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ରହିଛନ୍ତିହୋଲି ସମୟରେ ବହୁ ସଂଖ୍ୟରେ ଲୋକ ଏକାଠି ହୋଇ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଥିବା ବେଳେ ହୋଲି ଦିନ ସର୍ବସାଧାରଣ ସ୍ଥାନରେ ଡାକବାଜି ଯନ୍ତ୍ର କିମ୍ବା ଡିଜେର ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମ୍ୟାଚ୍ ପୂର୍ବରୁ ଇଶାନ କିଶନଙ୍କୁ ରୋହିତ ଶର୍ମା କିଛି କହିଥିଲେ, ତା’ପରେ ସେ ହଙ୍ଗାମା କରିଥିଲେ!ଦୋଳ ମେଲଣ ପାଇଁ କଟକ କମିଶନରେଟ ପୋଲିସର ଏସ.ଓ.ପି. ଅନୁସାରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମେଲଣ ଆୟୋଜନ କରାଯାଇପାରିବ । ଅତି ବେଶୀରେ ୨୦୦ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେ । ଗୋଟିଏ ବିମାନ ସାଙ୍ଗରେ ଅତି ବେଶୀରେ ୧୦ ଜଣ ଲୋକ ଯାଇ ପାରିବେ ।
ମେଲଣରେ କୌଣସି ପ୍ରକାରର ଶୋଭାଯାତ୍ରା, ବାଦ୍ୟଯନ୍ତ୍ର ଓ ଆଲୋକ ସଜ୍ଜା ହୋଇପାରିବ ନାହିଁ । ମେଳଣ ପଡ଼ିଆରେ ଡାକବାଜି ଯନ୍ତ୍ର ବାଜିବ ନାହିଁ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କି ମୀନା ବଜାର ଲାଗିପାରିବ ନାହିଁ । ରାତି ତମାମ ମେଳଣ ଚାଲି ପାରିବ ନାହିଁ ବୋଲି ମଧ୍ୟ ଏହି ଏସ୍.ଓ.ପି.ରେ ନିର୍ଦ୍ଦେଶ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।