News18 Odia Digital
କଟକ: କଟକ ସହର ତଥା ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ସୋମବାର ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟାରେ ୪୦୧ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲର ଭିତ୍ତିଭୁମି ବୃଦ୍ଧି କରିଛି କଟକ ଜିଲ୍ଲା ପ୍ରଶାସନ ।
କଟକରେ କାର୍ଯ୍ୟକ୍ଷମ ଥିବା ଦୁଇଟି କୋଭିଡ ହସ୍ପିଟାଲ ଅଶ୍ୱିନୀ ଓ ଏସ୍.ସି.ବି. ହସ୍ପିଟାଲର ବେଡ ସଂଖ୍ୟା ବଢ଼ାଯାଇଛି । ଅଶ୍ବିନୀ କୋଭିଡ ହସ୍ପିଟାଲରେ ପୂର୍ବରୁ ୫୦ଟି ବେଡ୍ ଥିବା ବେଳେ ଏବେ ତାକୁ ଦ୍ୱିଗୁଣିତ କରି ତା’ର କ୍ଷମତା ୧୦୦କୁ ବୃଦ୍ଧି କରାଯାଇଛି । ଏସ୍.ସି.ବି. କୋଭିଡ ହସ୍ପିଟାଲରେ ପୂର୍ବରୁ ୧୦୦ଟି ବେଡ୍ ଥିବା ବେଳେ ଏବେ ଏହି ସଂଖ୍ୟାକୁ ୬୦୦କୁ ବୃଦ୍ଧି କରିବା ପାଇଁ ହସପିଟାଲ୍ କତ୍ତୃପକ୍ଷଙ୍କୁ ସୁପାରିସ କରିଛି କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ୨ ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞଏହା ବ୍ୟତୀତ ଜିଲ୍ଲାର ପ୍ରଥମ ବେସରକାରୀ କୋଭିଡ ହସ୍ପିଟାଲ ଭାବେ ଜଗତପୁର ସ୍ଥିତ ସଦଗୁରୁ ହସ୍ପିଟାଲରେ କୋଭିଡ଼ ଚିକିତ୍ସା ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । କେବଳ ଏତିକି ନୁହେଁ, ବରଂ ବଢୁଥିବା କୋଭିଡ ମାମଲାଗୁଡି଼କୁ ଦେଖି ଗତ ବର୍ଷ କାର୍ଯ୍ୟକ୍ଷମ ଥିବା କୋଭିଡ କେୟାର୍ ସେଣ୍ଟରଗୁଡ଼ିକ ମଧ୍ୟରୁ କିଛି କେନ୍ଦ୍ରକୁ ପୁଣି ଥରେ ଚାଲୁ କରିବା ପାଇଁ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଥିବା ନିଜ ପ୍ରସ୍ତାବରେ ଉଲ୍ଲେଖ କରିଛି ।

କଟକରେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଭିଡ଼ ପରିଲକ୍ଷିତ ହେଉଛି ।
ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ‘‘ଗତ କିଛି ଦିନ ହେଲା କଟକରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥି ପାଇଁ ଆମେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୁମିକୁ ବଢାଇବା ଆରମ୍ଭ କରିଛୁ । ଟିକାକରଣ କାର୍ଯ୍ୟ ମଧ୍ୟ ଦୃତ ଗତିରେ ଚାଲିଛି । ଏହି କ୍ରମରେ ପ୍ରିକସନ୍ ଡୋଜ୍ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଟିକାକରଣ କାର୍ଯ୍ୟ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବ ବୋଲି ଆମେ ଆଶା କରୁଛୁ,’’ କହିଛନ୍ତି କଟକ ଜିଲ୍ଲା ସହକାରୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ରାୟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁକଟକ ସହରରେ କୋଭିଡ ନିଜର କାୟା ମେଲାଇ ଚାଲିଥିବା ବେଳେ ସୋମବାର ଦିନ ପୁଣି ତିନିଟି ଅଞ୍ଚଳରେ ଥିବା ତିନିଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ସି.ଏମ୍.ସି. । ସେଥି ମଧ୍ୟରେ ରହିଛି କ୍ୟାଣ୍ଟନମେଣ୍ଟ୍ ରୋଡ, ବାଙ୍କା ବଜାର ଓ ହଜାରି ଲେନ୍ । ଏକା ସାଙ୍ଗରେ ପାଞ୍ଚ ଜଣ ଲୋଖାଏଁ କୋଭିଡ୍ ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ଏହି ତିନିଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ସି.ଏମ୍.ସି. ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।