କରୋନା ସଂକ୍ରମଣ; ବିଏମସି କଡ଼ାକଡ଼ି କଲା ନିୟମ; ଖୁବ୍ ଶୀଘ୍ର ସଂକ୍ରମଣ କମିବ... ​ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଲଗାତାର ଭାବରେ କିଛିଦିନ ହେବ କରୋନା ସଂକ୍ରମଣ ବଢୁଥିବାରୁ କରୋନା କଟକଣାକୁ କଡ଼ାକଡ଼ି କଲା ବିଏମସି । ଜଳଖିଆ ଦୋକାନ ଓ ଜନଗହଳୀପୂର୍ଣ୍ଣ ସ୍ଥାନରେ ଅଧିକ ଭିଡ଼ ନକରିବାକୁ ବିଏମସି ତରଫରୁ ପରାମର୍ଶ ଦିଆଯାଇଛି ।

ଆଗକୁ କମିବ କରୋନା ସଂକ୍ରମଣ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଆଗକୁ କମିବ କରୋନା ସଂକ୍ରମଣ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

  • Share this:
​News 18 Odia Digital

ଭୁବନେଶ୍ୱର : ଲଗାତାର ଭାବରେ କିଛିଦିନ ହେବ କରୋନା ସଂକ୍ରମଣ ବଢୁଥିବାରୁ କରୋନା କଟକଣାକୁ କଡ଼ାକଡ଼ି କଲା ବିଏମସି । ଜଳଖିଆ ଦୋକାନ ଓ ଜନଗହଳୀପୂର୍ଣ୍ଣ ସ୍ଥାନରେ ଅଧିକ ଭିଡ଼ ନକରିବାକୁ ବିଏମସି ତରଫରୁ ପରାମର୍ଶ ଦିଆଯାଇଛି । ଅଧିକ ଗହଳୀ ବଢିଲେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହୋଟେଲ୍ ଓ ଠେଲା ଗାଡ଼ିରେ ଖାଦ୍ୟ ବିକୁଥିବା ଦୋକାନୀଙ୍କୁ ପାର୍ସଲ ଦେବାପାଇଁ କୁହାଯାଇଛି ।

ଏଥିସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କୌଣସି ସ୍ଥାନରେ ନିୟମ ଭଙ୍ଗହେଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧି ହେବାରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି । ସୁସ୍ଥ ଲୋକଙ୍କ ପାଇଁ ଏହା ଏତେ ମାରାତ୍ମକ ନଥିବାବେଳେ ଯେଉଁମାନେ ରୋଗରେ ପିଡ଼ିତ ସେମାନେ ସତର୍କ ରହିବା ଜରୁରୀ ବୋଲି ନିରଞ୍ଜନ କହିଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମୁଦାୟ ରାଜ୍ୟରେ ୫୭୨ ସଂକ୍ରମିତ ହୋଇଥିବା ବେଳେ ସତର୍କ ହିଁ କରୋନାକୁ କମାଇପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେବେ ଆଗକୁ ଖୁବଶୀଘ୍ର କରୋନା ସଂକ୍ରମଣ କମିଯିବ ବୋଲି ଅନୁମାନ କରିଛନ୍ତି ନିରଞ୍ଜନ ମିଶ୍ର ।
Published by:Soubhagya Mishra
First published: