ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କେନ୍ଦୁଝରରେ ମୃତ ବ୍ୟକ୍ତିମାନଙ୍କ ନାଁରେ କୋଭିଡ୍ ସହାୟତା ରାଶି ଖାଇଗଲେ ସରକାରୀ ଅଧିକାରୀ

କେନ୍ଦୁଝରରେ ମୃତ ବ୍ୟକ୍ତିମାନଙ୍କ ନାଁରେ କୋଭିଡ୍ ସହାୟତା ରାଶି ଖାଇଗଲେ ସରକାରୀ ଅଧିକାରୀ

୧୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ କୋଭିଡ ସହାୟତା ରାଶି ଉଠାଇ ହଡ଼ପ କରାଯାଇଛି । ବର୍ଷ ବର୍ଷ ଧରି ଏହି ମୃତ ବ୍ୟକ୍ତିମାନଙ୍କ ନାଁରେ ରାସନ୍ ସାମଗ୍ରୀ ମଧ୍ୟ ହଡ଼ପ ହୋଇଆସୁଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରରେ ମୃତ ବ୍ୟକ୍ତିମାନଙ୍କ ନାଁରେ କୋଭିଡ୍ ସହାୟତା ରାଶି ଖାଇଗଲେ ସରକାରୀ ଅଧିକାରୀ
ସାହାରପଡ଼ା ବ୍ଲକର ଉଦୟପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ
  • News18 Odia
  • Last Updated: September 12, 2021, 12:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅଭୟ କୁମାର ମହାପାତ୍ର | News18 Odia Digital

କେନ୍ଦୁଝର: ସରକାର କୋଭିଡରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଦେଇ ସେମାନଙ୍କ କଷ୍ଟ ଲାଘବ କରିବାକୁ ଚେଷ୍ଟା କରିଥିବା ବେଳେ ମୃତ ହିତାଧିକାରୀଙ୍କ ନାଁରେ କୋଭିଡ୍ ସହାୟତା ରାଶି ହଡ଼ପ କରାଯାଇଥିବା ଜଣାପଡ଼ିଛି । ଜଣେ କି ଦୁଇ ଜଣ ନୁହେଁ, ବରଂ ୧୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୧,୦୦୦ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ରାଶି ହଡ଼ପ କରାଯାଇଛି । ଖାଲି ସେତିକି ନୁହେଁ, ଏହି ମୃତ ବ୍ୟକ୍ତିମାନଙ୍କ ନାଁରେ ବର୍ଷ ବର୍ଷ ଧରି ରାସନ୍ ସାମଗ୍ରୀ ମଧ୍ୟ ହଡ଼ପ କରାଯାଉଥିବା ସାମନାକୁ ଆସିଛି ।

ଏମିତି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ଉଦୟପୁର ଗ୍ରାମ ପଞ୍ଚାୟତରୁ । ଗତ ବର୍ଷ ହିତାଧିକାରୀଙ୍କ ପାଇଁ ଆସିଥିବା ୧,୦୦୦ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ରାଶି ମୃତ ବ୍ୟକ୍ତିମାନଙ୍କ ନାଁରେ ଉଠାଇ ହଡ଼ପ କରାଯାଇଛି । ଏମିତି ୧୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ କୋଭିଡ୍ ସହାୟତା ରାଶି ଉଠାଇ ବ୍ଲକର ଯୋଗାଣ ସହାୟକ ସ୍ବରୂପ କୁମାର ରାଜ୍ ହଡ଼ପ କରିଥିବା ଖୋଦ୍ ସରପଞ୍ଚ ଅଭିଯୋଗ କରିଛନ୍ତି । ବିଡିଓ ଏହି ଜାଲିାତିର ତଦନ୍ତ କରି ଏହାର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ସେ କହିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢ଼ନ୍ତୁ | Railway Recruitment 2021: ଦଶମ ଶ୍ରେଣୀ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

‘‘ଗତ ବର୍ଷ ମହାମାରୀ ସମୟରେ ହିତାଧିକାରୀମାନଙ୍କୁ ସରକାର ୧,୦୦୦ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଯୋଗାଇ ଦେଉଥିଲେ । ଏହାକୁ ବ୍ଲକର ଯୋଗାଣ ସହାୟକ ବଣ୍ଟନ କରୁଥିଲେ । କିଛି ଦିନ ପରେ ୱାର୍ଡ୍ ମେମ୍ବରମାନେ ଆସି ଅଭିଯୋଗ କଲେ ଯେ ଏହି ବଣ୍ଟନ ତାଲିକାରେ କିଛି ମୃତ ବ୍ଯକ୍ତିଙ୍କର ନାଁ ରହିଛି । ୱାର୍ଡ୍ ମେମ୍ବରଙ୍କର ଲିଖିତ ଅଭିଯୋଗକୁ ଭିତ୍ତି କରି ମୁଁ ବିଡିଓଙ୍କୁ ଅଭିଯୋଗ କରିଥିଲି ଯେ କିଛି ମୃତ ବ୍ଯକ୍ତିଙ୍କ ନାଁରେ ଯୋଗାଣ ସହାୟକ ଏହି ସହାୟତା ରାଶି ହଡ଼ପ କରିଛନ୍ତି । ବିଡିଓ ଏହି ଘଟଣାର ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି,’’ କହିଛନ୍ତି ଉଦୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସତ୍ୟ ନାରାୟଣ ନାଏକ ।

୧୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ କୋଭିଡ୍ ସହାୟତା ରାଶି ହଡ଼ପ କରାଯାଇଛି ।


ଏହା ବି ପଢ଼ନ୍ତୁ | Jio, Airtel Vodafone ସବୁଠୁ ଭଲ ପ୍ଲାନ୍: ଥରେ ରିଚାର୍ଜ କରି ବର୍ଷ ସାରା ଫ୍ରି କଲିଂ ଡାଟା

‘‘ମୋ’ ବଡ଼ମା ମନ୍ଦରୀ ପାତ୍ର ପାଞ୍ଚ ବର୍ଷ ହେବ ମୃତ୍ୟୁ ବରଣ କଲେଣି । ହେଲେ ତାଙ୍କ ନାଁରେ ଆସିଥିବା କୋଭିଡ୍ ସହାୟତା ରାଶି ଆମକୁ ମିଳି ନାହିଁ । ସେ ମୃତ୍ୟୁ ବରଣ କରିବା ପରେ ଆମେ ପଞ୍ଚାୟତରୁ କୌଣସି ରାସନ୍ ସାମଗ୍ରୀ ମଧ୍ୟ ପାଉ ନାହୁଁ,’’ କହିଛନ୍ତି ସ୍ଥାନୀୟ ଅଞ୍ଚଳର ବନମାଳୀ ପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’

ଉଦୟପୁର ଗ୍ରାମ ପଞ୍ଚାୟତର ୧,୩୬୫ ଜଣ ଲୋକଙ୍କ ପାଇଁ ଆସିଥିବା କୋଭିଡ୍ ସହାୟତା ରାଶି ଯୋଗାଣ ସହାୟକ ସମସ୍ତଙ୍କୁ ପ୍ରଦାନ କରାଯାଇଛି ବୋଲି ଲେଖିଥିବା ବେଳେ ୧,୩୬୦ ଜଣଙ୍କୁ ଏହି ରାଶି ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଇଛନ୍ତି । ହେଲେ ଏହି ୧,୩୬୦ ଜଣଙ୍କ ମଧ୍ୟରେ ରହିଛନ୍ତି ୧୪ ଜଣ ମୃତ ବ୍ୟକ୍ତି । ସେମାନଙ୍କ ନାଁରେ ସହାୟତା ରାଶି ଉଠାଇ ହଡ଼ପ କରାଯାଇଛି । ବର୍ଷ ବର୍ଷ ଧରି ଏହି ମୃତ ବ୍ୟକ୍ତିମାନଙ୍କ ନାଁରେ ରାସନ୍ ସାମଗ୍ରୀ ମଧ୍ୟ ହଡ଼ପ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ କ୍ଲାସ୍ରୁମରେ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ପରଦା ଟଣାଯାଉଛି!

‘‘ଏ ସମ୍ପର୍କରେ ଅଭିଯୋଗ ଆମର ହସ୍ତଗତ ହୋଇଛି । ଏଥିରେ କେତେ ଅନିୟମିତତା ଅଛି ତାହା ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ।



ଉପଯୁକ୍ତ ହିତାଧିକାରୀମାନଙ୍କୁ ସରକାରୀ ସହାୟତା ପ୍ରଦାନ ନ କରି ମୃତ ବ୍ୟକ୍ତିମାନଙ୍କ ନାଁରେ ଟଙ୍କା ହଡ଼ପ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
Published by: Anand S.T. Das
First published: September 11, 2021, 11:48 PM IST