COVID-19: ସାରା ଦେଶରେ ଲାଗିବକି କି ଲକଡାଉନ? ଅମିତ ଶାହା ଦେଲେ ଏହି ଜବାବ

Coronavirus in india: ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ପୁଣି ଥରେ ଲକଡାଉନର (Lockdown) ଶବ୍ଦ ଶୁଭିବାକୁ ଲାଗିଲାଣି । କରୋନା ସଂକ୍ରମଣ ଯେପରି ଭାବରେ ବଢ଼ିବାରେ ଲାଗିଛି ଏଥିରୁ ଜଣାପଡୁଛି ଯେ ସରକାରଙ୍କ ପାଖରେ କେବଳ ଏକମାତ୍ର ବିକଳ୍ପ ଲକଡାଉନ ହିଁ ରହିବ ।

COVID-19: ସାରା ଦେଶରେ ଲାଗିବକି କି ଲକଡାଉନ? ଅମିତ ଶାହା ଦେଲେ ଏହି ଜବାବ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
  • News18 Odia
  • Last Updated: April 18, 2021, 2:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନାଙ୍କ ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ଆଜି ପ୍ରଥମ ଥର ପାଇଁ ଭାରତରେ ଗୋଟିଏ ଦିନରେ ୨.୬୧ ଲକ୍ଷରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି । ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନର ଶବ୍ଦ ପୁଣି ଥରେ ଶୁଣିବାକୁ ଲାଗିଲାଣି । କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ନିଜ ଉପରେ ଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ କରୋନାଙ୍କ ସଂକ୍ରମଣ ଯେପରି ଭାବରେ ବଢ଼ିବାରେ ଲାଗିଛି ଏଥିରୁ ଜଣାପଡୁଛି ଯେ ସରକାରଙ୍କ ପାଖରେ କେବଳ ଏକମାତ୍ର ବିକଳ୍ପ ଲକଡାଉନ ହିଁ ରହିବ । ତେବେ ଦେଶରେ ତତ୍ପରତା ପ୍ରକାଶ ପାଇବ ନାହିଁ ଓ ବର୍ତ୍ତମାନ ସୁଦ୍ଧା ଏଭଳି ପରିସ୍ଥିତି ଦୃଶ୍ୟମାନ ହେଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅମିତ ଶାହାଙ୍କୁ ପଚରାଯାଇଥିଲା ଯେ ଦେଶରେ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ଏକ ବିକଳ୍ପ ବାକି ଅଛି କି? ଏହା ଉପରେ ଶାହା କହିଛନ୍ତି- ଆମେ ଅନେକ ହିତାଧିକାରୀଙ୍କ ସହ ଆଲୋଚନା କରୁଛୁ । ଗତ ବର୍ଷ କରୋନା ପହଞ୍ଚିବା ପରେ ଲକଡାଉନ୍ ଲଗାଇବାର ଉଦ୍ଦେଶ୍ୟ ଭିନ୍ନ ଥିଲା । ଆମେ ଏକ ମୌଳିକ ଭିତ୍ତିଭୂମି ଓ ଚିକିତ୍ସା ରେଖା ସୃଷ୍ଟି କରିବାକୁ ଚାହୁଁଥିଲୁ ।

ସେ କହିଥିଲେ ଯେ ଗତ ବର୍ଷ ଆମେ କରୋନା ପାଇଁ ପ୍ରସ୍ତୁତ ନ ଥିଲୁ । ତା’ପରେ ଆମ ପାଖରେ କୌଣସି ଔଷଧ କିମ୍ବା ଟିକା ନଥିଲା । ଏବେ ପରିସ୍ଥିତି ବହୁତ ବଦଳି ଯାଇଛି ।ଡାକ୍ତର କରୋନାକୁ ବହୁତ ଭଲ ଭାବରେ ବୁଝିଛନ୍ତି । ତଥାପି ଆମେ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛୁ । ସହମତି ଯାହା ହେଉନା କାହିଁକି, ଆମେ ସେହି ଅନୁଯାୟୀ ଅଗ୍ରଗତି କରିବୁ । ବର୍ତ୍ତମାନ ଯେଉଁ ପ୍ରକାରର ପରିସ୍ଥିତି ତାହା ଦେଖି ଲକଡାଉନ୍ ପରି ପରିସ୍ଥିତି ଦୃଶ୍ୟମାନ ହେଉନାହିଁ ।

ଅମିତ ଶାହାଙ୍କୁ ପଚରା ଯାଇଥିଲା ଯେ ଏହା ପୂର୍ବରୁ କରୋନାର ପ୍ରଥମ ଲହର ସମୟରେ ଅନେକ ପଦକ୍ଷେପ ନିଆଯାଇଥିଲା । ବର୍ତ୍ତମାନ କାହିଁକି ଜରୁରୀକାଳୀନ ସାମଗ୍ରୀ ନାହିଁ? ଏହା ଉପରେ ସେ କହିଛନ୍ତି ଯେ ଏଥିରେ କୌଣସି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସହ ଆମର ବୈଠକ ଚାଲିଛି । ଏହା ବ୍ୟତୀତ ରାଜ୍ୟପାଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଟୀକାକରଣ ସାମ୍ନାରେ ବୈଜ୍ଞନିକମାନଙ୍କ ସହ ଆଲୋଚନା ହୋଇଛି । କରୋନା ଯୁଦ୍ଧ ଜିତିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ।
Published by: Jagdish Barik
First published: April 18, 2021, 2:19 PM IST