WHO ର ଶୀର୍ଷ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍ କହିଲେ ଭାରତରେ କରୋନା ବିସ୍ଫୋରଣର କାରଣ

COVID-19: ଡକ୍ଟର ସ୍ୱାମୀନାଥନଙ୍କ ଅନୁଯାୟୀ କରୋନାର ନୂଆ ଭ୍ୟାରିଏଣ୍ଟ ବି.୧.୬୧୭ ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହି ଭ୍ୟାରିଏଣ୍ଟ ଅକ୍ଟୋବରରେ ପ୍ରଥମ ଥର ପାଇଁ ଭାରତରେ ମିଳିଥିଲା । ସ୍ୱାମୀନାଥନ୍ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କୁ ଟିକାକରଣ ନ କରାଯାଇଛି ସେପର୍ଯ୍ୟନ୍ତ ଆମକୁ ଦୃଢ଼ତାର ସହିତ କରୋନା ଭାଇରସର ଦ୍ୱିତୀୟ ଲହରକୁ ସାମ୍ନା କରିବାକୁ ପଡ଼ିବ ।

WHO ର ଶୀର୍ଷ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍ କହିଲେ ଭାରତରେ କରୋନା ବିସ୍ଫୋରଣର କାରଣ
WHO ର ଶୀର୍ଷ ବୈଜ୍ଞାନିକ କହିଲେ ଭାରତରେ କରୋନା ବିସ୍ଫୋରଣର କାରଣ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୋମ୍ୟା ସ୍ୱାମୀନାଥନ୍ ଭାରତରେ କରୋନା ଭାଇରସର ବିପଦକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ହଠାତ୍ କରୋନା ବିସ୍ଫୋରଣ ହେବାର ସବୁଠାରୁ ବଡ କାରଣ ହେଉଛି ଏହାର ନୂଆ ଭ୍ୟାରିଏଣ୍ଟ । ତାଙ୍କ କହିବାନୁସାରେ ଏହି ଭ୍ୟାରିଏଣ୍ଟ ଅଧିକ ସଂକ୍ରାମକ ଓ ଜୀବନ ପ୍ରତି ବିପଦପୂର୍ଣ୍ଣ ଅଟେ । ଏଥିରୁ ରକ୍ଷା ପାଇବା ପାଇଁ ଟିକାକରଣ ହେଉଛି ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ଭାରତ ଏହାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ।

ନ୍ୟୁଜ୍ ଏଜେନ୍ସି AFP କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସୋମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ ଭାରତରେ ଏହି ବିନାଶ ଏକ ସଙ୍କେତ ଅଟେ ଯେ କରୋନାର ନୂତନ ଭ୍ୟାରିଏଣ୍ଟ ଖୁବ୍ ଶୀଘ୍ର ବିସ୍ତାର ହେଉଛି । ଶନିବାର ଦିନ ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଗତ ଚାରି ଦିନ ଧରି ପ୍ରତିଦିନ ୪ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି ।

ନୂଆ ଭ୍ୟାରିଏଣ୍ଟ ବିପଜ୍ଜନକ
ଡକ୍ଟର ସ୍ୱାମୀନାଥନଙ୍କ ଅନୁଯାୟୀ କରୋନାର ନୂଆ ଭ୍ୟାରିଏଣ୍ଟ ବି.୧.୬୧୭ ଅତ୍ୟନ୍ତ ବିପଜ୍ଜନକ ଅଟେ । ଅକ୍ଟୋବରରେ ପ୍ରଥମ ଥର ପାଇଁ ଏହି ଭ୍ୟାରିଏଣ୍ଟ ଭାରତରେ ମିଳିଥିଲା ​​। ତାଙ୍କ କହିବାନୁସାରେ ଏହି ଭ୍ୟାରିଏଣ୍ଟ ଦୈନିକ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି । ସ୍ୱାମୀନାଥନଙ୍କ ଅନୁଯାୟୀ ଏହି ଭ୍ୟାରିଏଣ୍ଟ ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ କରୁଛି । ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ବୋଲି ପ୍ରମାଣ କରୁଛି । ସେ କହିଛନ୍ତି ଯେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଏହାର ପୂର୍ବ ରୂପ ଅପେକ୍ଷା ଅନେକ ଗୁଣ ଅଧିକ ବିପଜ୍ଜନକ ଓ ଏହା ଅତି ଶୀଘ୍ର ଲୋକଙ୍କ ନିକଟରେ ବ୍ୟାପୁଛି ।

ଟିକାକରଣର ଆବଶ୍ୟକତା
ସ୍ୱାମୀନାଥନ୍ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କୁ ଟିକାକରଣ ନ କରାଯାଇଛି ସେପର୍ଯ୍ୟନ୍ତ ଆମକୁ ଦୃଢ଼ତାର ସହିତ କରୋନା ଭାଇରସର ଦ୍ୱିତୀୟ ଲହରକୁ ସାମ୍ନା କରିବାକୁ ପଡ଼ିବ । ଏହି ମହାମାରୀକୁ ଦୂର କରିବା ପାଇଁ ଭାରତ ବର୍ତ୍ତମାନ ଟିକାକରଣ ଉପରେ ଜୋର ଦେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ସବୁଠୁ ବଡ ଟିକା ଉତ୍ପାଦନ କରୁଥିବା ଦେଶରେ ୧.୩ ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି ।

ଆଣ୍ଟିବଡି ଉତ୍ପାଦନ କରିବାରେ ଅସୁବିଧା
ସେ କହିଛନ୍ତି, 'ଆମେରିକା ଓ ବ୍ରିଟେନ ଭଳି ଦେଶ ଏହି ଭ୍ୟାରିଏଣ୍ଟକୁ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି ଓ ମୁଁ ଆଶା କରୁଛି ଯେ WHO ଖୁବ୍ ଶୀଘ୍ର ଏହା ଉପରେ କିଛି ନିୟମ କରିବ । ଏହି ଭ୍ୟାରିଏଣ୍ଟ ଏତେ ବିପଜ୍ଜନକ ଯେ ଏହା ଶରୀରରେ ଆଣ୍ଟିବଡି ତିଆରି କରିବା ବନ୍ଦ କରିଦିଏ ।
Published by: Jagdish Barik
First published: May 9, 2021, 12:10 PM IST