Zycov-D Vaccine: ବିନା ଛୁଞ୍ଚି ଓ ବିନା କଷ୍ଟରେ ପିଲାଙ୍କୁ ଦିଆଯିବ କରୋନା ଟିକା

୧୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ପାଇଁ ଭାରତକୁ ଆସିଛି କରୋନା ଭ୍ୟାକ୍ସିନ। ଏହି ଟିକା ବିନା ସିରିଞ୍ଜରେ ଶରୀରରେ ପ୍ରୟୋଗ କରାଯିବ ବୋଲି ସୂଚନା ମିଳିଛି।

ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ (ପ୍ରତୀକାତ୍ମକ ଛବି)

ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଆଉ ଏକ ଟିକା ଆସିଛି। ଏହା ହେଉଛି ଜିଡସ କ୍ୟାଡ଼ିଲାର 'ଜାଇକୋଭ-ଡି'। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି) ଏହାର ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି। ବିଶେଷ କଥା ହେଉଛି ଏହି ଟିକା ପିଲାମାନଙ୍କ ପାଇଁ ପ୍ରୟୋଗ ହେବ।  ୧୨ ବର୍ଷରୁ ଅଧିକ ବୟସର ପିଲା ଓ ଲୋକମାନେ ଏହି ଟିକା ବ୍ୟବହାର କରିପାରିବେ। DBT ରିପୋର୍ଟ କରିଛି ଯେ ZyCov-D ହେଉଛି ବିଶ୍ୱର ପ୍ରଥମ DNA-ଆଧାରିତ ଆଣ୍ଟି-କରୋନା ଭାଇରସ ଟିକା।

ଭାରତରେ ପିଲାମାନଙ୍କ ପାଇଁ ଆଉ ଏକ ଟିକା ପାଇଁ ପରୀକ୍ଷା ଚାଲିଛି। ତାହା ହେଉଛି ହେଉଛି - ଭାରତ ବାୟୋଟେକର କୋଭାକ୍ସିନ। ତିନୋଟି ଡୋଜ ଜିଡସ କ୍ୟାଡିଲା ଟିକା ଦିଆଯିବ। ଆସନ୍ତୁ ଟିକା ସହ ଜଡ଼ିତ କେତେକ ପ୍ରଶ୍ନର ଉତ୍ତର ଉପରେ ନଜର ପକାଇବା।

ଏହି ଟିକା କିଏ ନେଇପାରିବ?

୧୨ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ଟିକା ବ୍ୟବହାର କରିପାରିବେ  ଅର୍ଥାତ ପିଲାମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ। ବର୍ତ୍ତମାନ ୧୨ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଆଉ ଦୁଇଟି ଟିକା ଫାଇଜର ଓ ମଡର୍ନା ଦିଆଯାଉଛି।  ଏହାପୂର୍ବରୁ ଭାରତରେ କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏକ ଟିକା ଥିଲା।

ଟିକା କେତେ ମାତ୍ରାରେ ଲାଗିବ?

ବର୍ତ୍ତମାନ ଭାରତରେ ଦୁଇଟି ଡୋଜ ଟିକା ଦିଆଯାଉଛି, କିନ୍ତୁ ZyCoV-D ଟିକା ତିନି ଡୋଜ ଦିଆଯିବ।  ପ୍ରଥମ ଓ ଦ୍ୱିତୀୟ ଟିକା ମଧ୍ୟରେ ୨୮ ଦିନର ବ୍ୟବଧାନ ରଖାଯିବ, ତୃତୀୟ ଟିକା ୫୬ ତମ ଦିନରେ ଦିଆଯିବ।

ଏହି ଟିକା ଡେଲଟା ବିରୁଦ୍ଧରେ ପ୍ରଭାବଶାଳୀ କି?

ଏହି ଟିକା ଦେଶର ୨୮ ହଜାର ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି। ଏହି ଟିକା ୬୬.୬ ପ୍ରତିଶତ ପ୍ରଭାବଶାଳୀ ଅଟେ। ଜିଡସ୍ କ୍ୟାଡିଲା ଦାବି କରିଛି ଯେ କରୋନାର ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ ତାଙ୍କର ଟିକା ପ୍ରଭାବଶାଳୀ ଅଟେ। ଏହି ଡିଏନ୍ଏ ଆଧାରିତ ଟିକା ଶୀଘ୍ର ଜୀବାଣୁଙ୍କର ପରିବର୍ତ୍ତନକୁ ଚିହ୍ନଟ କରେ।

ଏହା ବିନା ଛୁଞ୍ଚି ଟିକା କି?

ଜିଡସ୍ କ୍ୟାଡିଲା ଅନୁଯାୟୀ ଏହି ଟିକା କୌଣସି ଛୁଞ୍ଚିରେ ଦିଆଯାଉ ନାହିଁ। ଟିକା ନେବା ସମୟରେ ମଧ୍ୟ କଷ୍ଟ ହୁଏ ନାହିଁ।

ଏହି ଟିକାକୁ କିପରି ରଖାଯିବ?

ଏହି ଟିକାକୁ ୨-୮° C ରେ ରଖାଯାଇପାରିବ।
Published by:Soumya Das
First published: