COVID-19: ରୁଷିଆ, ଭାରତକୁ Sputnik-V ଟିକାର ୧୦୦ ମିଲିୟନ ଡୋଜ ଯୋଗାଇବ

ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅନୁମୋଦନ ପରେ ରୁଷିଆ କୋଭିଡ-୧୯ ବିରୋଧରେ ସ୍ପୁଟନିକ-ଭି ଟୀକା (Sputnik-V vaccine) ଭାରତର ଡକ୍ଟର ରେଡ୍ଡୀ ଲାବୋରେଟୋରୀକୁ ୧୦୦ ମିଲିୟନ୍ ଡୋଜ୍ ସ୍ପୁଟ୍ନିକ୍-ଭି ଟିକା ଯୋଗାଇବ ।

COVID-19: ରୁଷିଆ, ଭାରତକୁ Sputnik-V ଟିକାର ୧୦୦ ମିଲିୟନ ଡୋଜ ଯୋଗାଇବ
ରୁଷିଆ ଭାରତକୁ Sputnik-V ଟିକାର ୧୦୦ ମିଲିୟନ ଡୋଜ ଯୋଗାଇବ
  • News18 Odia
  • Last Updated: September 16, 2020, 9:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମସ୍କୋ: ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅନୁମୋଦନ ପରେ ରୁଷିଆ କୋଭିଡ-୧୯ ବିରୋଧରେ ସ୍ପୁଟନିକ-ଭି ଟୀକା (Sputnik-V vaccine) ଭାରତର ଡକ୍ଟର ରେଡ୍ଡୀ ଲାବୋରେଟୋରୀକୁ ୧୦୦ ମିଲିୟନ୍ ଡୋଜ୍ ଯୋଗାଇବ । ବାସ୍ତବରେ ଏହି ମାସରେ ରୁଷିଆ କରୋନା ଭୂତାଣୁ ଟିକା ସ୍ପୁଟନିକ୍-V କୁ ସାଧାରଣ ନାଗରିକଙ୍କ ପାଇଁ ମୁକ୍ତ କରିଛି । ରୁଷିଆ ଖୁବ୍ ଶୀଘ୍ର ଆଞ୍ଚଳିକ ଭିତ୍ତିରେ ଏହି ଟିକା ବିତରଣ କରିବାକୁ ଯୋଜନା କରି ସାରିଛି । ଏହି ଯୋଜନା ଅଧୀନରେ ରୁଷିଆ ସ୍ପୁଟନିକ୍-ଭି ଟିକା ଦେବାକୁ ୧୦୦ ମିଲିୟନ୍ ଡୋଜ ଦେବାକୁ ପ୍ରସ୍ତୁତ ଅଛି । ଯଦିଓ ରେଗୁଲେଟୋରୀ ଅଫ୍ ଇଣ୍ଡିଆର ସମ୍ମତି ମିଳିବା ବାକି ଅଛି । ଏହି ସୂଚନା ରୁଷିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଛି ।

ଯଦି ପରୀକ୍ଷା ସଫଳ ହୁଏ ତେବେ ନଭେମ୍ବର ସୁଦ୍ଧା ଏହା ଭାରତରେ ଉପଲବ୍ଧ ହେବ

'ସ୍ପୁଟ୍ନିକ୍-ଭି’ (Sputnik-V vaccine) ରୁଷିଆ ଗମାଲେୟା ଜାତୀୟ ଅନୁସନ୍ଧାନ କେନ୍ଦ୍ର ପାଇଁ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜି ଓ ରୁଷିଆ ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ଦ୍ୱାରା ବିକଶିତ ହୋଇଛି । ଆରଡିଏଫ୍ ସିଇଓ କିରିଲ ଦମିତ୍ରିଭ କହିଛନ୍ତି ଯେ ସ୍ପୁଟନିକ୍ ଭି ଟିକା ଆଡେନୋଭାଇରାଲ୍ ଭେକ୍ଟର ପ୍ଲାଟଫର୍ମ ଉପରେ ଆଧାରିତ ଓ ଯଦି ଏହାର ପରୀକ୍ଷା ସଫଳ ହୁଏ ତେବେ ନଭେମ୍ବର ସୁଦ୍ଧା ଏହା ଭାରତରେ ଉପଲବ୍ଧ ହେବ ।





ଅନ୍ୟ ଚାରିଟି ଭାରତୀୟ କମ୍ପାନୀ ସହିତ ଆଲୋଚନା ଚାଲିଛି

ଆରଡିଏଫ୍ ସହିତ ଅନ୍ୟ ଚାରିଟି ଭାରତୀୟ କମ୍ପାନୀ ସହିତ ମଧ୍ୟ ଆଲୋଚନା ଚାଲିଛି ଯାହା ଭାରତରେ ଏହି ଟିକା ପ୍ରସ୍ତୁତ କରିବ । ଆରଡିଏଫ୍ ଏକ ବିବୃତ୍ତିରେ କହିଛି ଯେ ତାଙ୍କର ଓ ଡକ୍ଟର ରେଡ୍ଡୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁସାରେ ଦେଶ ତଥା ଅନୁଷ୍ଠାନ ମଧ୍ୟରେ ବୁଝାମଣା ଅନୁସାରେ କରୋନା ଭାଇରସରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏକାଧିକ ଟିକା ଉପରେ କାର୍ଯ୍ୟ କରିବା ଜରୁରୀ ।

କମ୍ପାନୀ କହିଛି ଯେ ରୁଷିଆ ଟିକା ଆଡେନୋଭାଇରାଲ୍ ଭେକ୍ଟର ପ୍ଲାଟଫର୍ମ ଉପରେ ଆଧାରିତ ଓ ଦଶନ୍ଧି ମଧ୍ୟରେ ୨୫୦ ରୁ ଅଧିକ କ୍ଲିନିକାଲ୍ ଅଧ୍ୟୟନ କରାଯାଇ ସାରିଛି । ଏହା ନିରାପଦ ବୋଲି ଜଣାପଡିଛି ଓ ଦୀର୍ଘକାଳୀନ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।
Published by: Jagdish Barik
First published: September 16, 2020, 6:39 PM IST
corona virus btn
corona virus btn
Loading