ଭୁବନେଶ୍ୱରରେ ଦିଆଯିବ କୋଭାକ୍ସିନ ଟିକା; ରାଜ୍ୟର ବାକି ସବୁ ସ୍ଥାନରେ କୋଭିସିଲ୍ଡ ଟିକା ଦିଆଯିବ
୧୬ ତାରିଖରୁ ଆରମ୍ଭ ହେଉଥିବା ମେଗା କରୋନା ଟିକାକରଣ କାର୍ଯ୍ୟକ୍ରମ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ମୋବାଇଲ ଫୋନରେ ମେସେଜ ମାଧ୍ୟମରେ ସୂଚିତ ସମୟ ମଧ୍ୟରେ ଟିକାକରଣ କେନ୍ଦ୍ରରେ ପହଞ୍ଚିବେ ହିତାଧିକାରୀ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 14, 2021, 6:00 PM IST
ଭୁବନେଶ୍ୱର: ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ସେରମ ଇନଷ୍ଟିଚ୍ୟୁଟ ଅପ୍ ଇଣ୍ଡିଆର କରୋନା ଟିକା କୋଭିସିଲ୍ଡ ଦିଆଯିବ ବୋଲି ସ୍ଥିର ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦିଆଯିବ ଭାରତ ବାୟୋଟେକର କୋଭାକ୍ସିନ ଟିକା । ଏହି ସବୁ ଟିକାର ଦୁଇଟି ଡୋଜ୍ ୨୮ ଦିନ ବ୍ୟବଧାନରେ ଦିଆଯିବ ।
ଜାନୁଆରୀ ୧୬ ତାରିଖରେ ଆରମ୍ଭ ହେବ ମେଗା କରୋନା ଟିକାକରଣ କାର୍ଯ୍ୟକ୍ରମ । ତା’ପୂର୍ବରୁ ଜିଲ୍ଲାସ୍ତରୀୟ ଟିକା ଭଣ୍ଡାରକୁ ପଠା ସରିଛି ଟିକା । ହେଲେ କାହାକୁ କେଉଁ ଟିକା ଦିଆୟିବ ସେ ନେଉ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ୱକୁ ଦୂର କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଏହା ବି ପଢ଼ନ୍ତୁ | ମକର ସଂକ୍ରାନ୍ତି: ରାହୁ ଓ ଶନି ଦୋଷରୁ ରକ୍ଷା ପାଇବାକୁ କ’ଣ ଦାନ କରିବା ଉଚିତ ଜାଣନ୍ତୁ
ପ୍ରତି ହିତାଧିକାରୀଙ୍କୁ ଟିକାର ଦୁଇଟି ଡୋଜ ନେବାକୁ ପଡ଼ିବ । ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନରେ ଦ୍ୱିତୀୟ ଡୋଜ ନେବାକୁ ହେବ । ଜଣେ ହିତାଧିକାରୀ କୋଭିସିଲଡର ପ୍ରଥମ ଡୋଜ ନେଇ ୨୮ ଦିନ ପୁଣି ସେହି କୋଭାକ୍ସିନର ଦ୍ୱିତୀୟ ଡୋଜ ନେବେ । ଅର୍ଥାତ ପ୍ରଥମ ଡୋଜ ଯେଉଁ କମ୍ପାନିର ଟିକା ଜଣେ ନେଇଛନ୍ତି ଦ୍ୱିତୀୟ ଡୋଜ ବି ସେହି କମ୍ପାନୀର ଟିକା ନେବାକୁ ହେବ ।
ଦେଖନ୍ତୁ ଫଟୋ | ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ସେହି ବଚ୍ଚା ସର୍ଦ୍ଦାର୍ ବଡ଼ ହେଲେ; ଗର୍ଲଫ୍ରେଣ୍ଡକୁ ବାହା ହେଲେ - PHOTOS
ରାଜ୍ୟରେ ଖୋଲାଯାଇଥିବା ୧୬୦ଟି ସେସନ ସାଇଟ୍ ମଧ୍ୟରୁ ହିତାଧିକାରୀ ଯେଉଁ ସ୍ଥାନରୁ ଟିକାର ପ୍ରଥମ ଡୋଜ୍ ନେଇଥିବେ ଦ୍ୱିତୀୟ ଡୋଜ୍ ବି ସେହି ସ୍ଥାନରୁ ନେବେ । ପୂର୍ବରୁ କୋ-ୱିନ୍ ପୋର୍ଟଲରେ ପଞ୍ଜିକୃତ ହିତାଧିକାରୀଙ୍କ ମୋବାଇଲ ଫୋନ୍ ନମ୍ବରକୁ ଏକ ମେସେଜ ଆସିବ ଓ ହିତାଧିକାରୀ ଜାଣି ପାରିବେ ସେ କେଉଁ ସ୍ଥାନରୁ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେବେ ।
ଏହି ମେଗା ଟିକାକରଣ କାର୍ଯ୍ୟକ୍ରମ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ମୋବାଇଲ ଫୋନରେ ମେସେଜ ମାଧ୍ୟମରେ ସୂଚିତ ସମୟ ମଧ୍ୟରେ ଟିକାକରଣ କେନ୍ଦ୍ରରେ ପହଞ୍ଚିବେ ହିତାଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ଓ ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ୩ ଗିରଫ
ଟିକାକରଣ ପାଇଁ ରାଜ୍ୟରେ ୩,୩୮,୭୭୭ ଜଣ ସ୍ୱାସ୍ଥ୍ୟ କର୍ମୀ ତାଲିକାଭୁକ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୧,୯୨,୫୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟୟରେ ଟିକା ଦିଆଯିବ । ରାଜ୍ୟରେ କୋଭିକ୍ସିନର ୪,୦୮,୦୦୦ ଡୋଜ୍ ଥିବା ବେଳେ କୋଭିସିଲ୍ଡର ୨୦,୦୦୦ ଡୋଜ ରହିଛି ବୋଲି ଜଣାପଡ଼ିଛି । ଗୋଟିଏ କୋଭାକ୍ସିନ ସିସିରୁ ୨୦ ଜଣଙ୍କର ଓ ଗୋଟିଏ କୋଭିସିଲ୍ଡ ସିସିରୁ ୧୦ ଜଣଙ୍କର ଟିକାକରଣ କରିହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି
ମହାରାଷ୍ଟ୍ରର ପୁଣେରୁ କୋଭିସଲ୍ଡ ଟିକା ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପଠା ଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୧୬ ତାରିଖରେ ହେବାକୁ ଥିବା ଟିକାକରଣ ପାଇଁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
କୋଭାକ୍ସିନ ହେଉଛି ଭାରତର ସ୍ୱଦେଶୀ ଟିକା । ଏହା ଭାରତ ବାୟୋଟେକ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀର ସହଯୋଗରେ ବିକଶିତ ହୋଇଛି ।