ଜୁଲାଇ ମାସରେ ଟିକା ଉତ୍ପାଦନ କମ ହୋଇଛି (ପ୍ରତୀକାତ୍ମକ ଛବି)
New18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ ଟିକାକରଣ ଅଭିଯାନ ବ୍ୟାପକ ସ୍ତରରେ ଚାଲିଛି। ଲୋକଙ୍କୁ କୋଭିଡ଼ରୁ ରକ୍ଷା କରିବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ୍ ଓ ଋଷିଆର ସ୍ପୁଟନିକ ଟିକା ଲୋକଙ୍କୁ ଦିଆଯାଉଛି। ଏହି ସମୟରେ ସୂଚନା ମିଳିଛି ଯେ ବାଙ୍ଗାଲୋରରେ ଅବସ୍ଥିତ ଭାରତ ବାୟୋଟେକର ନୂତନ ଫେମେଣ୍ଟେସନ ପ୍ଲାଣ୍ଟରେ କିଛି ତ୍ରୁଟି ହେତୁ ଜୁଲାଇରେ କୋଭାକ୍ସିନ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ସେଠାରେ ତିଆରି ହୋଇଥିବା ଟିକା ବ୍ୟବହାର ପାଇଁ ଅନୁମୋଦନ ହୋଇନାହିଁ।
ଟିକା ଓ ଅନ୍ୟାନ୍ୟ ଔଷଧୀୟ ଦ୍ରବ୍ୟର ସ୍ଥିରତା ଅଧ୍ୟୟନ କରାଯାଇଥାଏ ଯାହା ଦ୍ୱାରା ସେମାନଙ୍କର ସର୍ବାଧିକ ଧାରଣ କ୍ଷମତା ପରୀକ୍ଷା କରାଯାଇପାରିବ। ଯଦିଓ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା। କାରଣ ଯେତେବେଳେ ଏକ ଟିକା କିମ୍ବା ଔଷଧର ସ୍ଥିରତା ପରୀକ୍ଷାରେ ପାସ କରେ ନାହିଁ, ସେତେବେଳେ ଏହାର ବ୍ୟାଚ୍ ବ୍ୟବହାର ପାଇଁ ଅନୁମୋଦିତ ହୁଏ ନାହିଁ।
ସୂତ୍ରରୁ ପ୍ରକାଶ ଯେ ଭାରତ ବାୟୋଟେକ ପ୍ଲାଣ୍ଟରେ ବାଧା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କାରଣ ଏହା ଯୋଗୁଁ ଟିକାକରଣ ପ୍ରକ୍ରିୟା ହ୍ରାସ ହୋଇଛି। ତଥାପି କରୋନା ଟିକା ସହିତ କୌଣସି ଗୁଣାତ୍ମକ ସମସ୍ୟା ନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ ଏହା ଏକ ବୃହତ ପରିମାଣର ନୂତନ ଫେମେଣ୍ଟେସନ୍ ପ୍ଲାଣ୍ଟ। ମାନକ ପ୍ରକ୍ରିୟା ସମୟରେ ଟ୍ରାଏଲ୍ ବ୍ୟାଚ ବାଧାପ୍ରାପ୍ତ ହୋଇଛି। ତେଣୁ କୋଭାକ୍ସିନର ଯୋଗାଣ ଆଶା କରାଯାଉଥିବା ଠାରୁ କମ୍ ଥିଲା। ବର୍ତ୍ତମାନ ସବୁ କାମ ସରିଛି ଓ ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଏହା ଖୁବ୍ ଶୀଘ୍ର ପୂର୍ଣ୍ଣ କ୍ଷମତାରେ ରହିବ।
କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଏନ.କେ ଆରୋରା ମଧ୍ୟ ସ୍ୱୀକାର କରିଛନ୍ତି ଯେ କମ୍ପାନୀର ବୃହତ୍ତମ କାରଖାନାରେ ଗୁଣାତ୍ମକ ସମସ୍ୟା ହେତୁ କୋଭାକ୍ସିନ ଯୋଗାଣ ହ୍ରାସ ପାଇଛି। ସେ କହିଛନ୍ତି ଯେ ଭାରତ ବାୟୋଟେକରୁ ସରକାର ୧୦-୧୨ କୋଟି ଡୋଜ ଆଶା କରୁଛନ୍ତି।
ସେ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ ପ୍ରାରମ୍ଭିକ କିଛି ବ୍ୟାଚ୍ ଗୁଣାତ୍ମକ ସମସ୍ୟା ଦେଇ ପାରିନଥିଲେ। ଏହା ସଠିକ ଗୁଣର ନୁହେଁ। ଆମେ ଆଶା କରୁଛୁ ଯେ ଆସନ୍ତା ଚାରି କିମ୍ବା ଛଅ ସପ୍ତାହ ମଧ୍ୟରେ ଭାରତ ବାୟୋଟେକରୁ ଟିକା ଉତ୍ପାଦନ ବୃଦ୍ଧି ପାଇବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।