ଡର କାହିଁକି? ଭାରତୀୟ ଦମ୍ପତି ନିଜ ନବଜାତ ଜାଆଁଳା ଶିଶୁଙ୍କ ନାଆଁ ଦେଲେ କରୋନା ଓ କୋଭିଡ୍

ଏହି ଦମ୍ପତି କହିଛନ୍ତି ଯେ ନିଜ ପିଲା ଦୁଇ ଜଣଙ୍କର ଏହି ନାଆଁ ପ୍ରସବ ପୂର୍ବରୁ ଲକଡାଉନ୍ ଯୋଗୁଁ ସେମାନେ ସାମନା କରିଥିବା ସବୁ ଅସୁବିଧାକୁ ଓ ତାହା ସତ୍ତ୍ୱେ ହୋଇଥିବା ସଫଳ ପ୍ରସବକୁ ସବୁବେଳେ ମନେ ପକେଇଦେବ ।

ଡର କାହିଁକି? ଭାରତୀୟ ଦମ୍ପତି ନିଜ ନବଜାତ ଜାଆଁଳା ଶିଶୁଙ୍କ ନାଆଁ ଦେଲେ କରୋନା ଓ କୋଭିଡ୍
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 4, 2020, 10:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଯୋଗୁଁ ଦେଶବ୍ୟାପୀ ଲକଡାଉନ୍‌ ମଧ୍ୟରେ ଛତ୍ତିଶଗଡ଼ରେ ଏକ ଦମ୍ପତି ତାଙ୍କର ନବଜାତ ଜାଆଁଳା ପିଲା ଦୁଇ ଜଣଙ୍କ ନାଆଁ ରଖିଛନ୍ତି କରୋନା ଓ କୋଭିଡ୍‌ । ତିନି ସପ୍ତାହ ପାଇଁ ଲାଗିଥିବା ଲକଡାଉନ୍‌ ଆରମ୍ଭ ହେବାର ଦୁଇ ଦିନ ପରେ ଛତ୍ତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସରକାରୀ ହସପିଟାଲରେ ଏହି ଦମ୍ପତିଙ୍କର ଏକ ପୁଅ ଓ ଏକ ଝିଅ ଜନ୍ମ ହୋଇଥିଲେ ।

‘‘ଆମେ ଅନେକ ଅସୁବିଧାର ସାମନା କରିବା ପରେ ଏହି ଡେଲିଭରି ସମ୍ଭବ ହୋଇଥିଲା । ସେଇଥି ପାଇଁ ମୋ’ ସ୍ୱାମୀ ଓ ମୁଁ ଦୁହେଁ ଏହି ଦିନଟିକୁ ସ୍ମରଣୀୟ କରି ରଖିବା ପାଇଁ ଆମ ପିଲା ଦୁଇ ଜଣଙ୍କ ନାଆଁ କରୋନା ଓ କୋଭିଡ୍‌ ରଖିବାକୁ ସ୍ଥିର କଲୁ,’’ ଖବର ଏଜେନ୍ସି ପି.ଟି.ଆଇ.କୁ କହିଛନ୍ତି ପିଲା ଦୁଇ ଜଣଙ୍କ ମା’ ପ୍ରୀତି ବର୍ମା ।

ଏହି ଦମ୍ପତି କହିଛନ୍ତି ଯେ ନିଜ ପିଲା ଦୁଇ ଜଣଙ୍କର ଏହି ନାଆଁ ପ୍ରସବ ପୂର୍ବରୁ ଲକଡାଉନ୍‌ ଯୋଗୁଁ ସେମାନେ ସାମନା କରିଥିବା ସବୁ ଅସୁବିଧାକୁ ଓ ତାହା ସତ୍ତ୍ୱେ ହୋଇଥିବା ସଫଳ ପ୍ରସବକୁ ସବୁବେଳେ ମନେ ପକେଇଦେବ । ପ୍ରସବ ସମୟରେ ଏହି ଦମ୍ପତ୍ତିଙ୍କ ପରିବାରର କୌଣସି ଲୋକ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ରାୟପୁରରେ ପହଞ୍ଚି ପାରି ନ ଥିଲେ ଓ ସେଇଥି ପାଇଁ ସେମାନେ ବହୁତ ହଇରାଣ ହୋଇଥିଲେ ବୋଲି କହିଛନ୍ତି ପ୍ରୀତି ।

‘‘ଲକଡାଉନ୍‌ କାରଣରୁ ଯାନବାହାନ ଚଳାଚଳ ବନ୍ଦ ଥିବା ଯୋଗୁଁ ଆମେ ଦୁହେଁ ବହୁ କଷ୍ଟରେ ବିଳମ୍ବିତ ରାତିରେ ହସ୍ପିଟାଲରେ ଆସି ପହଞ୍ଚିଥିଲୁ । ତା’ ପରେ ହସପିଟାଲରେ ବହୁ ଅସୁବିଧାର ସାମନା କରିଥିଲୁ । ହେଲେ ବି ସଫଳକତାର ସହିତ ଡେଲିଭରି ହୋଇଥିଲା ଓ ଆମେ ଦୁଇଟି ଜାଆଁଳା ଶିଶୁଙ୍କୁ ପାଇଥିଲୁ । ତେଣୁ ଆମେ ଚାହିଁଲୁ ଯେ ଏହି ଦୁଇଟି ନାଆଁ ସେମାନଙ୍କ ପାଇଁ ଖୁବ୍‌ ଭଲ ହେବ ଆଉ ଆମକୁ ସେମାନଙ୍କ ଜନ୍ମ ସମୟର ଦୁଃଖ ଓ ସୁଖ ମନେପକେଇ ଦେବ,’’ ୨୭ ବର୍ଷୀୟା ପ୍ରୀତି କହିଛନ୍ତି । ଡାକ୍ତରଖାନାର କିଛି କର୍ମଚାରୀ ଏହି ନାମ ରଖିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ ବୋଲି ବି ସେ କହିଛନ୍ତି ।

ପ୍ରୀତିଙ୍କ ସ୍ୱୀମୀ ବିନୟ ବର୍ମା କହିଛନ୍ତି ଯେ କରୋନା ଓ କୋଭିଡ୍‌ ନାଆଁ ଦୁଇଟି ’’ଭାରି ସୁନ୍ଦର’’ । ସେ କହିଛନ୍ତି: ’’କରୋନା ଶବ୍ଦର ଲାଟିନ୍‌ ଭାଷାରେ ଅର୍ଥ ହୋଉଛି ମୁକୁଟ । ତା’ଛଡ଼ା ନିଜ ପିଲା ଯୋଡ଼ିଙ୍କର ଏମିତି ମାଆଁ ରଖି କରୋନା ଓ ରୋଭିଡକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପିଥିବା ଭୟକୁ ଆମେ ଦୂର କରିବାକୁ ଚାହୁଁଛୁ । ଆମେ ଚାହୁଁ ଯେ ସେହି ଭୟ ସମାପ୍ତ ହେଉ ଲୋକେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ,’’ କହିଛନ୍ତି ବିନୟ ।

କରୋନା ଭାଇରସ୍‌ ଯୋଗୁଁ ହୋଉଥିବା କୋଭିଡ-୧୯ ରୋଗ କାରଣରୁ ଭାରତରେ ଏ ପର୍ଯ୍ୟନ୍ତ ୩,୦୦୦ରୁ ବେଶୀ ଲୋକ ସଂକ୍ରମିତ ହେଲେଣି ଓ ସେଥିରୁ ୭୫ ଜଣଙ୍କ ପ୍ରାଣ ଗଲାଣି ।
First published: April 4, 2020, 10:17 PM IST
corona virus btn
corona virus btn
Loading