ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»୧୬ ତାରିଖରୁ ଆରମ୍ଭ ହେବ କରୋନା ଟିକାକରଣ; ଓଡ଼ିଶା ଆସିଲା ୩୪ ପେଟି; ବିଭିନ୍ନ ଜିଲ୍ଲାକୁ ଗଲା

୧୬ ତାରିଖରୁ ଆରମ୍ଭ ହେବ କରୋନା ଟିକାକରଣ; ଓଡ଼ିଶା ଆସିଲା ୩୪ ପେଟି; ବିଭିନ୍ନ ଜିଲ୍ଲାକୁ ଗଲା

ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେବାକୁ ପଡ଼ିବ । ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

୧୬ ତାରିଖରୁ ଆରମ୍ଭ ହେବ କରୋନା ଟିକାକରଣ; ଓଡ଼ିଶା ଆସିଲା ୩୪ ପେଟି; ବିଭିନ୍ନ ଜିଲ୍ଲାକୁ ଗଲା
ଦେଶର ୧୨ଟି ସହରରେ ପହଞ୍ଚିଛି କୋଭିସିଲ୍ଡ ଟିକାର ୫୬.୫ ଲକ୍ଷ ଡୋଜ୍ ।
  • News18 Odia
  • Last Updated: January 12, 2021, 10:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର / ନୂଆ ଦିଲ୍ଲୀ: କରୋନା ମୁକାବିଲାର ଶେଷ ପାହାଚ ଅର୍ଥାତ ଟିକାକରଣ ପାଇଁ ସାରା ଭାରତ ପ୍ରସ୍ତୁତ । ଓଡ଼ିଶା ବି ଏଥି ପାଇଁ ପ୍ରସ୍ତୁତ ହୋଇ ରହିଛି । ଜାନୁଆରୀ ୧୬ ତାରିଖରୁ ଓଡ଼ିଶା ସମେତ ସାରା ଦେଶରେ ଟିକାକରଣ ଆରମ୍ଭ ହେଉଛି । ପୁଣେରେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଶୀତତାପ ନିୟନ୍ତ୍ରିକ କଣ୍ଟେନରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ ।

କଡ଼ା ସୁରକ୍ଷା ମଧ୍ୟରେ ବିମାନରେ ଲୋଡ୍ କରାଯାଇ ଦେଶର ୧୨ଟି ସହରରେ ପହଞ୍ଚିଛି କୋଭିସିଲ୍ଡ ଟିକା । ଏୟାର ଇଣ୍ଡିଆ, ସ୍ପାଇସ୍ ଜେଟ୍ ଓ ଇଣ୍ଡିଗୋ ଏୟାରଲାଇନର ବିମାନରେ ୫୬.୫ ଲକ୍ଷ ଡୋଜ୍ ଟିକା ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୁଆହାଟୀ, ସିଲଂ, ଅହମଦାବାଦ, ହାଇଦ୍ରାବାଦ, ବିଜୟୱାଡ଼ା, ଭୁବନେଶ୍ବର, ପାଟନା, ବେଙ୍ଗାଲୁରୁ ଓ ଚଣ୍ଡିଗଡ଼କୁ ଏହି ଟିକା ଯାଇଛି ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ।

ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ

ତିନୋଟି କଣ୍ଟେନରରେ ସେରମ୍ ଇନଷ୍ଟିଚ୍ୟୁଟରୁ ପୁଣେ ବିମାନ ବନ୍ଦରକୁ ଟିକା ଯାଇଥିଲା । ପ୍ରଥମେ ପୂଜାର୍ଚ୍ଚନା ପରେ ଫୁଲରେ ସଜ୍ଜିତ କଣ୍ଟେନରରେ ଟିକା ପଠାଯାଇଥିଲା । ଗୋଟିଏ ଟିକା ପ୍ୟାକେଟର ଓଜନ ୩୨ କେଜି ଥିବା ବେଳେ ଗୋଟେ କଣ୍ଟେନରରେ ୪୭୮ଟି ଲେଖାଏଁ ପେଟି ପଠାଯାଇଥିଲା । ସବୁ ବର୍ଗର ଲୋକଙ୍କ ପାଇଁ କରୋନା ଦମନରେ ଏହା ନିଶ୍ଚିତ ରୂପେ ସହାୟକ ହେବ ବୋଲି ଆଶା ରଖିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା


ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ସହଯୋଗରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଛି । ଭାରତ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରଥମେ ଅନୁମତି ଦେଇଥିଲା । ସେରମ୍ ଇନଷ୍ଟିଚ୍ୟୁଟରୁ ସରକାର ପ୍ରତି ଡୋଜ୍ ଦୁଇ ଶହ ଟଙ୍କାରେ କିଣୁଛନ୍ତି । ଏପ୍ରିଲ ସୁଦ୍ଧା ୧.୦୧ କୋଟି ଡୋଜ୍ ପାଇଁ ୫ କୋଟି ୬୦ ଲକ୍ଷ ଟଙ୍କାର ଡିଲ୍ ହୋଇଛି  ।

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେବାକୁ ପଡ଼ିବ । ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଗୁଜବ ଉପରେ ବିଶ୍ବାସ ନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ


ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ । ସେମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ମିଶାଇ ୩ କୋଟି କୋଭିଡ୍ ଯୋଦ୍ଧାଙ୍କୁ ପ୍ରଥମେ ଡୋଜ୍ ଦିଆଯିବ । କୋ-ୱିନ୍ ଆପ୍‌ ମାଧ୍ୟମରେ ପଞ୍ଜୀକରଣ କରିଥିବା ଲୋକେ ହିଁ ପ୍ରଥମେ ଏହି ଟିକା ପାଇବେ  ।

ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆ

୧୬ ତାରିଖରୁ ସାରା ଦେଶରେ ଟିକାକରଣ ହେବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଥିଲା । ପୁଣି ସୋମବାର ପ୍ରଧାନ ମନ୍ତ୍ରୀ ସବୁ ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ । ଏହାର ଦିନକ ପରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି କୋଭିସିଲ୍ଡ ଟିକା ।



ଖୁବ୍ ଶୀଘ୍ର ଭାରତ ବାୟୋଟେକର କରୋନା ପ୍ରତିଷେଧକ ଟିକା କୋଭାକ୍ସିନ୍ ମଧ୍ୟ ପହଞ୍ଚିବ । ନିଜ ଦେଶର ଆବଶ୍ୟକତା ପୂରଣ କରିବା ପରେ ପଡ଼ୋଶୀ ଦେଶମାନଙ୍କୁ ଗୁରୁତ୍ବ ଦେବ ଭାରତ । ପାକିସ୍ତାନ ବ୍ୟତୀତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ଚାହିଦା ପୂରଣ କରିବାକୁ ଚେଷ୍ଟା କରିବ ଭାରତ ।
Published by: Anand Shankar Thankur Das
First published: January 12, 2021, 10:32 PM IST