ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Covid-19: ସଂକ୍ରମଣରୁ ମିଳିଲା ଆଶ୍ବସ୍ତି; ଦିନକରେ ୧୮,୩୪୬ ରୋଗୀ ଚିହ୍ନଟ, ୨୬୩ ଜଣଙ୍କର ମୃତ୍ୟୁ ଘଟିଛି

Covid-19: ସଂକ୍ରମଣରୁ ମିଳିଲା ଆଶ୍ବସ୍ତି; ଦିନକରେ ୧୮,୩୪୬ ରୋଗୀ ଚିହ୍ନଟ, ୨୬୩ ଜଣଙ୍କର ମୃତ୍ୟୁ ଘଟିଛି

ନୂଆ ଆକଳନକୁ ଅନ୍ତର୍ଭୁକ୍ତ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡର ୩ କୋଟି ୩୮ ଲକ୍ଷ ୫୩ ହଜାର ୦୪୮ ରୋଗୀ ସକ୍ରିୟ ଅଛନ୍ତି । ଏଥି ସହିତ କରୋନା ମହାମାରୀରେ ୪ ଲକ୍ଷ ୪୯ ହଜାର ୨୬୦ ଲୋକ ପ୍ରାଣ ହରାଇଛନ୍ତି।

Covid-19: ସଂକ୍ରମଣରୁ ମିଳିଲା ଆଶ୍ବସ୍ତି; ଦିନକରେ ୧୮,୩୪୬ ରୋଗୀ ଚିହ୍ନଟ, ୨୬୩ ଜଣଙ୍କର ମୃତ୍ୟୁ ଘଟିଛି
Covid-19: ସଂକ୍ରମଣରୁ ମିଳିଲା ଆଶ୍ବସ୍ତି
  • News18 Odia
  • Last Updated: October 5, 2021, 12:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ସଂକ୍ରମଣ କ୍ଷେତ୍ରରେ ଦେଶକୁ ବର୍ତ୍ତମାନ ଆଶ୍ବସ୍ତି ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୮, ୩୪୬ ନୂଆ ସଂକ୍ରମଣର ଚିହ୍ନଟ ହୋଇଥିବା ବେଳେ ଏହି ସମୟରେ ୨୬୩ ରୋଗୀଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ୨ ଲକ୍ଷ ୫୨ ହଜାର ୯୦୨ ରୋଗୀଙ୍କ ଚିକିତ୍ସା ଚାଲିଛି। ନୂଆ ଆକଳନକୁ ଅନ୍ତର୍ଭୁକ୍ତ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡର ୩ କୋଟି ୩୮ ଲକ୍ଷ ୫୩ ହଜାର ୦୪୮ ରୋଗୀଙ୍କ ସକ୍ରିୟ ଅଛନ୍ତି। ଏଥି ସହିତ ୪ ଲକ୍ଷ ୪୯ ହଜାର ୨୬୦ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ସୋମବାର କହିଛନ୍ତି ଯେ ଦେଶର ୭୦% ବୟସ୍କ ଜନସଂଖ୍ୟାକୁ କୋଭିଡ ଟିକା ଦିଆଯାଉଛି । ଦେଶର ୯୧ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି।

ଅଧିକାରୀଙ୍କ ଅନୁଯାୟୀ, ବୟସ୍କ ଜନସଂଖ୍ୟାର ୨୫ ପ୍ରତିଶତ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ‘‘ଏକ ଶକ୍ତିଶାଳୀ ରାଷ୍ଟ୍ର, ଦ୍ରୁତ ଟିକାକରଣ । ଭାରତ ୭୦% ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ କରୋନା ଜୀବାଣୁ ସଂକ୍ରମଣ ବିରୋଧରେ ଲଢ଼େଇରେ ନୂଆ ରେକର୍ଡ ସୃଷ୍ଟି କରୁଛି। ଭଲ କାମ ଭାରତ, କରୋନା ବିରୋଧରେ ଲଢ଼େଇ ଜାରି ରଖିଛି।
Published by: Lipina Das
First published: October 5, 2021, 12:04 PM IST