ଦେଶରେ କରୋନା ଭାଇରସ୍ କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ି ୫୦ ହେଲା; ୧,୯୬୫ ସଂକ୍ରମିତ ହେଲେଣି

ମହାରାଷ୍ଟ୍ରରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଜରାଟ ଓ ମଧ୍ୟ ପ୍ରଦେଶରେ ୬ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୪୭,୦୦୦ ଟପିଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ପାର କରିଛି ।

ଦେଶରେ କରୋନା ଭାଇରସ୍ କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ି ୫୦ ହେଲା; ୧,୯୬୫ ସଂକ୍ରମିତ ହେଲେଣି
କୋଲକାତାର ଏକ ହସପିଟାଲର ଆଇସୋଲେସନ୍ ୱାର୍ଡ଼ରେ ଜଣେ ନର୍ସ (ରୟଟର୍ସ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୧,୯୬୫ ଜଣ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୭୬୪ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ଏଠାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଜରାଟ ଓ ମଧ୍ୟ ପ୍ରଦେଶରେ ୬ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ପଞ୍ଜାବରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ କର୍ଣ୍ଣାଟକ, ତେଲଙ୍ଗାନା ଓ ପଶ୍ଚିମ ବଙ୍ଗରେ ୩ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । କେରଳରେ ୨୬୫, ତାମିଲନାଡୁରେ ୨୩୪ ଓ ଦିଲ୍ଲୀରେ  ୧୫୨ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଆଜି ଦେଶରେ କରୋନା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ସେ ଆଲୋଚନା କରିଛନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସ୍ତରରେ କଣ ପ୍ରସ୍ତୁତି ହୋଇଛି ସେ ନେଇ ସେ ପଚାରି ବୁଝିଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଲୋଚନାରେ ଭାଗ ନେଇଛନ୍ତି । ଏହା ପୂବରୁ ସମଗ୍ର ଦେଶରେ ଲକଡାଉନ୍‍ ଘୋଷଣା ହେବାର ଦିନକ ପୂର୍ବରୁ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଭିସିରେ ଆଲୋଚନା କରିଥିଲେ ପ୍ରଧାନ ମନ୍ତ୍ରୀ ।

ମୁମ୍ବାଇରେ ଏକ ସରକାରୀ ହସପିଟାଲକୁ ଜୀବାଣୁମୁକ୍ତ କରିବା ପାଇଁ ସିଞ୍ଚନ ଚାଲିଛି । (ରୟଟର୍ସ୍)


ଇତି ମଧ୍ୟରେ କରୋନା ଭାଇରସ୍‌ କବଳରେ ପଡ଼ିଲେଣି ବିଶ୍ବର ୨୦୦ ରାଷ୍ଟ୍ର । ସବୁଠି ଜାରି ରହିଛି ଏହି କିଲର୍‌ ଭାଇରସର ପ୍ରକୋପ । ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୪୭,୦୦୦ ଟପିଥିବା ବେଳେ ୯ ଲକ୍ଷ ୩୫ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି ଭାଇରର୍‌ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ୟୁରୋପ ଓ ଆମେରିକା । ଇଟାଲୀରେ ୧୩,୧୫୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୯,୩୮୭ ଓ  ଆମେରିକାରେ ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା ଭାଇରସ୍‌ ।

କେବଳ  ଆମେରିକାରେ ୨ ଲକ୍ଷ ୧୪ରୁ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୟୁ.ଏସ୍‌.ଏ.ରେ ୨୬,୦୦୦ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ସେହିପରି ଇଟାଲୀରେ ୧ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଫ୍ରାନ୍ସରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇରାନରେ ୩,୦୦୦ ଓ  ବ୍ରିଟେନରେ ୨,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।

କରୋନା ପାଇଁ ଦିନକୁ ଦିନ ଭୟଙ୍କର ହେଉଛି ଆମେରିକା ସ୍ଥିତି । ହେଲେ ଚୀନରେ କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଚୀନରେ ମୃତ୍ୟୁ ସଂଖ୍ୟା ୩,୩୧୨ ଥିବା ବେଳେ ଗତ ୨୪ ଘଣ୍ଟାରେ ସେଠାରେ କୌଣସି ନୂଆ ମାମଲା ସାମନାକୁ ଆସିନାହିଁ ।
First published: April 2, 2020, 1:49 PM IST
corona virus btn
corona virus btn
Loading