କଟକ ବଡ଼ ମେଡିକାଲରେ ଆରମ୍ଭ ହେଲା ଆଣ୍ଟିଜେନ୍‌ କିଟ୍ ଦ୍ୱାରା କୋଭିଡ଼-୧୯ ପରୀକ୍ଷା

ପ୍ରଥମ ପର୍ଯ୍ୟାୟରେ ଏସ୍.ସି.ବି. ହସପିଟାଲରେ ପହଞ୍ଚିଲା ୨,୦୦୦ ଆଣ୍ଟିଜେନ୍ କିଟ୍‌ । ଆଚାର୍ଯ୍ୟ ହରିହାର କର୍କଟ ଚିକିତ୍ସା କେନ୍ଦ୍ର, ଶିଶୁ ଭବନ ଓ ସିଟି ହସ୍ପିଟାଲରେ ବି ଏହି ପରୀକ୍ଷା କରାଯାଉଛି ।

କଟକ ବଡ଼ ମେଡିକାଲରେ ଆରମ୍ଭ ହେଲା ଆଣ୍ଟିଜେନ୍‌ କିଟ୍ ଦ୍ୱାରା କୋଭିଡ଼-୧୯ ପରୀକ୍ଷା
କଟକରେ କରୋନା ଦୃତ ଗତିରେ ବୃଦ୍ଧି ପାଇ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି କଟକ ଏସ୍‌.ସି.ବି. ହସପିଟାଲରେ କରୋନା ଭାଇରସ୍‌ ପରୀକ୍ଷା ପାଇଁ ଆଣ୍ଟିଜେନ୍‌ କିଟର ବ୍ୟବହାର ଆରମ୍ଭ ହୋଇଛି । ଏସ୍‌ଏସ୍‌.ସି.ବି. ସହ ଆଚାର୍ଯ୍ୟ ହରିହାର କର୍କଟ ଚିକିତ୍ସା କେନ୍ଦ୍ର, ଶିଶୁ ଭବନ ଓ ସିଟି ହସ୍ପିଟାଲରେ ଏହି ପରୀକ୍ଷା କରାଯିବ । ଏହା ଦ୍ୱାରା କର୍କଟ ଚିକିତ୍ସା କେନ୍ଦ୍ରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଶୀଘ୍ର ଚିହ୍ନଟ କରି ରୋକାଯାଇ ପାରିବ ବେଲି ଆଶା କରାଯାଉଛି ।

ଏହି ପରୀକ୍ଷା ସହିତ ଜାରି ହୋଇଥିବା ନିର୍ଦ୍ଦେଶନାମା ମୁତାବକ କଟକର ଏହି ଚାରିଟି ସରକାରୀ ଡ଼ାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ପ୍ରଥମେ ସ୍କ୍ରିନିଂ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ହିଁ ହସ୍ପିଟାଲରେ ଭର୍ତ୍ତି କରାଯିବ । ପଜିଟିଭ ଜଣା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋଭିଡ଼ ହସ୍ପିଟାଲକୁ ପଠାଯିବ । ଏସସିବି ହସପିଟାଲରେ ଏହି କିଟକୁ ବ୍ୟବହାରରେ ଆଣିବା ପୂର୍ବରୁ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଓ ଡ଼ାକ୍ତରମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

‘‘ସନ୍ଦିଗ୍ଧଙ୍କ ନାଜାଲ୍‌ ସ୍ୱାବ୍‌ ସଂଗ୍ରହ କରି ତାହାକୁ ଏହି କିଟରେ ପରୀକ୍ଷା କରାଯିବ । ଏହା ଦ୍ୱାରା ମାତ୍ର ୩୦ ମିନିଟ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି ବା ନାହିଁ ତାହା ଜଣା ପଡ଼ିଯିବ । ଏହାର ଆକ୍ୟୁରେସି ହାର ୯୮ ପ୍ରତିଶତ ରହିଛି । ଯେଉଁମାନେ ମେଡ଼ିକାଲରେ ଭର୍ତ୍ତି ହେବେ କମ୍ବା ଲେବର ରୁମକୁ ଯିବେ ବା ଯେଉଁମାନଙ୍କର ଅପରେସନ୍‌ ହେବ କେବଳ ସେହିମାନଙ୍କ କରୋନା ପରିକ୍ଷା ଆଣ୍ଟିଜେନ୍‌ କିଟ୍‌ ମାଧ୍ୟମରେ କରାଯିବ । ଏହା ଦ୍ବାରା ଆମେ ନିଶ୍ଚିତ ହୋଇ ପାରିବୁ ଯେ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ସେମାନେ କରୋନା ସଂକ୍ରମିତ ନୁହଁନ୍ତି । କିଭଳି ଏହି କିଟର ବ୍ୟବହାର କରାଯିବ ତା’ର ତାଲିମ ମଧ୍ୟ ଆମେ ପ୍ରଦାନ କରିଛୁ,’’ କହିଛନ୍ତି କୋଭିଡ଼ ବୈଷୟୀକ କମିଟିର ପ୍ରବକ୍ତା ଡାକ୍ତର ଜୟନ୍ତ ପଣ୍ଡା ।

ଆଣ୍ଟିଜେନ୍ କିଟ୍ ଦ୍ୱାରା ମାତ୍ର ୩୦ ମିନିଟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି ବା ନାହିଁ ତାହା ଜଣା ପଡ଼ିଯିବ ।


ପୂର୍ବରୁ ଏସସିବିରେ କୋଭିଡ଼-୧୯ ପରୀକ୍ଷା କରାଯାଉଛି । ବିଶେଷ କରି ଟୃ-ନାଟ୍‌ ଓ RTPCR ମେସିନ୍‌ ଜରିଆରେ ଏହି ପରୀକ୍ଷା କରାଯାଉଛି । ଏଥିରେ ଦୈନିକ ୧,୬୦୦ ଟି ନମୁନା ପରୀକ୍ଷା କରାଯାଇ ପାରୁଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏସସିବିର ମାକ୍ରୋବାୟୋଲୋଜି ବିଭାଗକୁ ଆଉ ଅତିରିକ୍ତ ୩ ଟି ଟୃ-ନାଟ୍‌ ମେସିନ୍‌ ପ୍ରଦାନ କରାଯିବ । ଫଳରେ ଦୈନିକ ୨,୦୦୦ଟି ସ୍ୱାବ୍‌ ପରୀକ୍ଷା କରାଯାଇ ପାରିବ ବୋଲି ଏହି ବୈଠକରେ ସୂଚନା ଦିଆଯାଇଥିଲା ।

‘‘ଆମ ରାଜ୍ୟରେ କରୋନା ଦୃତ ଗତିରେ ବୃଦ୍ଧି ପାଇ ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମେଡ଼ିକାଲ ଭିତରେ କିଭଳି ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ତାହାକୁ ମେଡ଼ିକାଲ କତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଦିନ ଏସସିବି ନିକଟରେ ଥିବା ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରାୟ ୨୦,୦୦୦ ଲୋକ ଆସୁଛନ୍ତି । ତେଣୁ ଏହି ପରିସ୍ଥିତିରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଆଣ୍ଟିଜେନ କିଟ୍‌ ଆସିଯାଇଥିବାରୁ ମନ ଭିତରେ କୌଣସି ଶଙ୍କା ନ ରଖି ଆମକୁ ରୋଗୀ ଚିକିତ୍ସା କରିବାକୁ ପଡ଼ିବ,’’ ନିଜ ବକ୍ତବ୍ୟରେ ଉପସ୍ଥିତ ଡ଼ାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ଏସସିବିର ଅଦ୍ଧକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ।

ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ କରୋନା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ନେଇ ମଧ୍ୟ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ପୂରା ଚିକିତ୍ସା କେନ୍ଦ୍ର ଏକ ପ୍ରକାର ବନ୍ଦ ହୋଇ ଯାଇଥିବାରୁ ସେଠାରେ କିଭିଳି ରୋଗୀ ଚିକିତ୍ସା ପୁଣି ଥରେ ସ୍ବାଭାବିକ ହୋଇ ପାରିବ ସେ ନେଇ ଉପସ୍ଥିତ କର୍କଟ ଚିକିତ୍ସା କେନ୍ଦ୍ରର ଡ଼ାକ୍ତରଙ୍କ ସହ ଆଲୋଚନା କରାଯାଇଥିଲା ।

ଏହା ବି ପଢ଼ନ୍ତୁ: ବଡ଼ ଅଡ଼ୁଆରେ ପଡ଼ିଛନ୍ତି ବିରାଟ କୋହଲି; ହୁଏତ କ୍ୟାପଟେନ୍ ପଦ ଛାଡ଼ିବାକୁ ପଡ଼ିପାରେ ତାଙ୍କୁ

ଏହା ବି ପଢ଼ନ୍ତୁ: ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହେଲା; ୧୦୦ ଜଣ ବନ୍ଧୁବାନ୍ଧବ କରୋନା ଆକ୍ରାନ୍ତ ହେଲେ

‘‘ଆମକୁ ଏହି କିଟ୍‌ ଦେବା ପାଇଁ କୁହାଯାଇଛି । ଯେତେ କିଟ୍‌ ମିଳିବ ଆମେ ସେତେ ଶୀଘ୍ର ଏହାର ବ୍ୟବହାର ଆରମ୍ଭ କରିବୁ । କାରଣ ହସ୍ପିଟାଲରେ ରୋଗୀ ସେବା ପୂରା ବନ୍ଦ ହୋଇଯାଇଛି । ପାଖାପାଖି ୩୦୦ ରୋଗୀଙ୍କ ରେଡ଼ିଏସନ୍‌ ବନ୍ଦ ଅଛି । ହଜାରେ ରୋଗୀ କେମୋ ନେବା ଅପେକ୍ଷାରେ ଅଛନ୍ତି,’’ କହିଛନ୍ତି କର୍କଟ ଚିକିତ୍ସା କେନ୍ଦ୍ରର ଜଣେ ଡାକ୍ତର ।
Published by: Anand Shankar Thankur Das
First published: July 7, 2020, 10:31 PM IST
corona virus btn
corona virus btn
Loading