ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ; ଆହୁରି ୨୬୪ ଜଣ ପଜିଟିଭ୍ ଚିହ୍ନଟ ହେଲେ

Corona claims 3 more lives in Odisha | ଖୋର୍ଦ୍ଧା, କଟକ ଓ ଗଞ୍ଜାମରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏ ଯାଏଁ ମୋଟ ୨୧ ଜଣଙ୍କ ଜୀବନ ନେଲାଣି କରୋନା । ନୂଆ ୨୬୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ; ଆହୁରି ୨୬୪ ଜଣ ପଜିଟିଭ୍ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ରାଜ୍ୟରେ ଆଉ ତିନି ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଖୋର୍ଦ୍ଧା, କଟକ ଓ ଗଞ୍ଜାମରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ ଏ ଯାଏଁ ମୋଟ ୨୧ ଜଣଙ୍କ ଜୀବନ ନେଲାଣି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୭୫ ବର୍ଷୀୟ କରୋନା ଆକ୍ରାନ୍ତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ୬୫ ବର୍ଷୀୟ ବ୍ୟକ୍ତି ବି ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ବରରେ ମୃତ୍ୟୁ ବରଣ କରିଥିବା ୭୩ ବର୍ଷୀୟ ଆକ୍ରାନ୍ତ ମଧ୍ୟ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । ଏ ପର୍ଯ୍ୟନ୍ତ କରୋନା କାରଣରୁ ଗଞ୍ଜାମ ଜିଲ୍ଲାରେ ୧୦ ଜଣ, ଖୋର୍ଦ୍ଧାରେ ୫ ଜଣ ଓ କଟକରେ ୪ ଜଣଙ୍କ ମୃତ୍ୟୁ ହେଲାଣି ।

ନୂଆ ଚିହ୍ନଟ ହୋଇଥିବା ୨୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪ ଜଣ ଥିବା ବେଳେ ବାକି ୩୦ ଜଣ ସ୍ଥାନୀୟ ବାସିନ୍ଦା । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୨୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୮ ଜଣ ଲେଖାଏଁ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମର ବ୍ରହ୍ମପୁରରେ ସଟଡାଉନ ଅନୁପାଳନ କରାଉଛନ୍ତି ପୋଲିସ୍ କର୍ମୀମାନେ ।


ବାଲେଶ୍ବର ଓ କଟକରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ, ପୁରୀରୁ ୭, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି, ନୟାଗଡ଼ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ, କୋରାପୁଟ, ଭଦ୍ରକ, କନ୍ଧମାଳ, ନୂଆପଡ଼ା, ଗଜପତି, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୬୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧,୯୮୦ ଜଣ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ କେବଳ ଜୁନ୍‌ ମାସରେ ୪,୫୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହେଲାଣି । ଜୁନ୍‌ ୧ ସୁଦ୍ଧା ରାଜ୍ୟରେ ୨,୧୦୪ ଜଣ ପଜିଟିଭ ଥିଲେ ଓ ୭ ଜଣ ଆକ୍ରାନ୍ତଙ୍କ ମୃ୍ତ୍ୟୁ ହୋଇଥିଲା । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୬,୬୧୪ ହୋଇଛି ଓ ୨୧ ଜଣ ଆକ୍ରାନ୍ତ ଆଖି ବୁଜିଲେଣି ।

କେବଳ ସପ୍ତାହକ ମଧ୍ୟରେ ରାଜ୍ୟରେ ୧,୪୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୫,୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ପ୍ରାଣ ହରାଇଥିଲେ । ତେବେ ଏହି ସମୟ ମଧ୍ୟରେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି । ଜୁନରେ ୪,୫୧୦ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୫୦ ପ୍ରତିଶତରୁ ଅଧିକ (୨,୩୯୯ ଜଣ) ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
First published: June 28, 2020, 2:19 PM IST
corona virus btn
corona virus btn
Loading