News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ (Coronavirus) ସଂକ୍ରମଣ ସଙ୍କଟ ଦିନକୁ ଦିନ ଗୁରୁତର ହେଉଥବା ବେଳେ ଏକ ଆହୁରି ଭୟାନକ ଖବର ଆସିଛି । କୋଭିଡ-୧୯ (COVID-19) ରୋଗ ସୃଷ୍ଟି କରୁଥିବା ଭୂତାଣୁ (SARS-CoV-2) ମୁଖ୍ୟତଃ ବାୟୁ ମାଧ୍ୟମରେ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଛି । ପ୍ରସିଦ୍ଧ ଭେଷଜ ପତ୍ରିକା ‘ଦ ଲାନସେଟ୍’ରେ ପ୍ରକାଶିତ ଏକ ନୂଆ ମୂଲ୍ୟାଙ୍କନରେ ଏ ନେଇ ଆଶ୍ଚର୍ଯ୍ୟ କରିଦେବା ପରି ତଥ୍ୟ ସାମନାକୁ ଆସିଛି ।
ବ୍ରିଟେନ୍, ଆମେରିକା ଓ କାନାଡାର ଗବେଷକମାନେ ଚେତାବନୀ ଦେଇ କହିଛନ୍ତି ଯେ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥା କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହେବାର ଏକ ବଡ଼ କାରଣ ହେଉଛି ଯେ ଏହି ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ବ୍ୟାପୁଛି ଓ ଲୋକଙ୍କୁ ଅସୁରକ୍ଷିତ ସ୍ଥିତିରେ ପହଞ୍ଚାଉଛି ।
ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସଏହି ଅଧ୍ୟୟନ ଅନୁଯାୟୀ କାଶୁ ନ ଥିବା ବା ଛିଙ୍କୁ ନ ଥିବା ଲୋକଙ୍କ ଠାରୁ ବ୍ୟାପୁଥିବା ନୀରବ (ଲକ୍ଷଣବିହୀନ) ସଂକ୍ରମଣ ଏବେ ବିଶ୍ୱର ମୋ’ଟ ସଂକ୍ରମଣର ପାଖାପାଖି ୪୦ ପ୍ରତିଶତ । ଏହି ନିରବ ପ୍ରସାରଣ ହିଁ ବିଶ୍ୱରେ କରୋନା ସଂକ୍ରମଣ ବ୍ୟାପିବାର ଏକ ପ୍ରମୁଖ ଉପାୟ ବୋଲି ଏହି ଅଧ୍ୟୟନରେ କୁହାଯାଇଛି ।

ମୁମ୍ବାଇରେ ଏକ ରେଳ ଷ୍ଟେସନରେ ଲୋକଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରୁଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ । (ରୟଟର୍ସ୍)
ଅପର ପକ୍ଷେ, ବଡ଼ ବୁନ୍ଦା (droplets) ଯାହା ବାୟୁରେ ଯାଇ ବିଭିନ୍ନ ସ୍ଥାନକୁ ଦୂଷିତ କରେ, ତାହା ମାଧ୍ୟମରେ କରୋନା ଭୂତାଣୁ ସହଜରେ ବ୍ୟାପେ ବୋଲି ଖୁବ୍ କମ୍ ପ୍ରମାଣ ମିଳିଛି ବୋଲି ଗବେଷକମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ମ୍ୟାଟ୍ରିକ୍ ଓ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖାଗଲା; ୧୯ରୁ ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ୍‘‘କରୋନା ସଂକ୍ରମଣ ବାୟୁ ମାଧ୍ୟମରେ ବ୍ୟାପୁଥିବାର ପ୍ରମାଣ ଅତ୍ୟଧିକ ମାତ୍ରାରେ ମିଳିଛି, ଆଉ ବଡ଼ ବୁନ୍ଦା ମାଧ୍ୟମରେ ବ୍ୟାପୁଥିବା ସଂକ୍ରମଣର ପ୍ରମାଣ ପ୍ରାୟ ନାହିଁ,’’ କହିଛନ୍ତି ଗବେଷକ ଜୋସ୍-ଲୁଇସ୍ ଜିମିନେଜ୍, ଯିଏ କୋଅପରେଟିଭ୍ ଇନଷ୍ଟିଚ୍ୟୁଟ୍ ଫର୍ ରିସର୍ଚ୍ଚ ଇନ୍ ଏନଭାଇରନମେଣ୍ଟ୍ ସାଇନ୍ସେଜ୍ (CIRES) ଓ କଲରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନୀ ଭାବେ କାର୍ଯ୍ୟ କରନ୍ତି ।
ଏହା ବି ପଢ଼ନ୍ତୁ | ପିପିଲି Bypoll: ମେ ୧୩ରେ ହେବ ଭୋଟ୍; ଅଜିତ ମଙ୍ଗରାଜ ଚାଲିଯିବାର ୨ ଦିନ ପରେ ତାଙ୍କ ମା’ ଚାଲିଗଲେଜିମେନେଜ୍ କହିଛନ୍ତି ଯେ ଏବେ ଜରୁରୀ ହୋଇପଡ଼ିଛି ଯେ ବିଶ୍ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଓ ଅନ୍ୟ ଜନ ସ୍ୱାସ୍ଥ୍ୟ ସଂସ୍ଥା କରୋନା ଭାଇରସର ପ୍ରସାର ବିଷୟରେ ବର୍ଣ୍ଣନା ବୈଜ୍ଞାନିକ ପ୍ରମାଣ ସହିତ ଖାପ ଖୁଆଇ କରନ୍ତୁ ଯାହା ଦ୍ୱାରା ବାୟୁମଣ୍ଡଳ ସଂକ୍ରମଣକୁ ହ୍ରାସ କରିବା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇପାରିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପଣା ସଂକ୍ରାନ୍ତି ଅବସରରେ ସୁନାବେଶରେ ସଜ୍ଜିତ ହେଲେ ଘଟଗାଁର ମା’ ତାରିଣୀଗବେଷକମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ହାତ ଧୋଇବା ଓ ବିଭିନ୍ନ ସ୍ଥାନକୁ ସଫା ରଖିବା ଯଦିଓ ଆବଶ୍ୟକ, ତେବେ ସେହି ପଦକ୍ଷେପଗୁଡ଼ିକୁ ବାୟୁବାହୀ ସଂକ୍ରମଣ ଠାରୁ କମ୍ ଗୁରୁତ୍ୱ ଦିଆଯିବା ଉଚିତ୍ ।
ଭାରତରେ କରୋନା ସଂକ୍ରମଣର ସ୍ଥିତି ଅଣାୟତ୍ତ ହୋଇପଡ଼ୁଥିବା ବେଳେ ଏହି ତଥ୍ୟ ଆହୁରି ଚିନ୍ତା ବଢ଼ାଇଛି । ଭାରତରେ ଲଗାତର ଚତୁର୍ଥ ଦିନ ପାଇଁ ୨ ଲକ୍ଷ ଉପରେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୨,୬୧,୫୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୬୭,୧୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ତା’ର ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ଓ ୪ଟି କାନ ଅଛିଦିଲ୍ଲୀରେ ୨୪,୩୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୭ ଜଣଙ୍କ ଜୀବନ ଯାଇଛି । କର୍ଣ୍ଣାଟକରେ ୧୭,୪୮୯ ପଜିଟିଭ୍ ହୋଇଛନ୍ତି ଓ ୮୦ ଜଣଙ୍କ ମୃତ୍ୟୁ ଘଟିଛି । ଛତିଶଗଡରେ ୧୬,୦୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ ଜଣଙ୍କ ଜୀବନ ନେଇଛି କରୋନା । କେରଳରେ ମଧ୍ୟ ୧୩,୮୩୫ ଜଣ ପଜିଟିଭ୍ ହୋଇଛନ୍ତି ଓ ୨୭ ଜଣଙ୍କ ମୃତ୍ୟୁ ଘଟିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ କାରଣରୁ ୧,୫୦୧ ଜଣଙ୍କ ଜୀବନ ଯାଇଛି ଓ ମୋ’ଟ କରୋନା ମୃତ୍ୟୁ ସଂଖ୍ୟା ୧,୭୭,୧୫୦କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯କୁ ବୃଦ୍ଧି ପାଇଛି । ଏ ଯାଏଁ ସୁସ୍ଥ ହେଲେଣି ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ଆକ୍ରାନ୍ତ । ଏବେ ୧୮ ଲକ୍ଷ ୧ ହଜାର ୩୧୬ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି । ଶନିବାର ସୁଦ୍ଧା ଦେଶରେ ୧୨ କୋଟି ୨୬ ଲକ୍ଷ ୨୨ ହଜାର ୫୯୦ ଜଣ ଟିକା ନେଇଛନ୍ତି ।
ଏହା ବି ପଢ଼ନ୍ତୁ | ‘ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’ଓଡ଼ିଶାରେ ବି କରୋନା ଗ୍ରାଫ୍ ବଢ଼ିଚାଲିଛି । ଦିନକରେ ଆଉ ୩,୬୬୪ ଜଣ କରୋନା ଆକ୍ରାନ୍ତ (ସଙ୍ଗରୋଧ କେନ୍ଦ୍ରରୁ ୨,୧୨୭ ଜଣ ଓ ବାହାରୁ ୧,୫୩୭ ଜଣ) ଚିହ୍ନଟ ହୋଇଛନ୍ତି ଓ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି (ସୁନ୍ଦରଗଡ଼ ଓ ବରଗଡ଼)। ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢ଼ାଇଛି କାରଣ ଗତ ୨୪ ଘଣ୍ଟାରେ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୭୦୪ ଜଣ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ୩୪୦ ଜଣ, କଳାହାଣ୍ଡିରୁ ୩୨୪ ଜଣ, ନୂଆପଡ଼ାରୁ ୨୨୧ ଜଣ ଓ ବରଗଡ଼ରୁ ୨୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁରରୁ ୧୯୯ ଜଣ, କଟକରୁ ୧୯୮ ଜଣ ଓ ଝାରସୁଗୁଡ଼ାରୁ ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୪୩ ଜଣ, ମୟୂରଭଞ୍ଜରୁ ୧୧୯ ଜଣ, ନବରଙ୍ଗପୁରରୁ ୮୧ ଜଣ ଓ ବଲାଙ୍ଗିରରୁ ୭୯ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । ରାଜ୍ୟରେ ମୋ’ଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮କୁ ବୃଦ୍ଧି ପାଇଛି । ଏ ଯାଏଁ ସୁସ୍ଥ ହେଲେଣି ୩ ଲକ୍ଷ ୪୪ ହଜାର ୮୨୫ ଜଣ ରୋଗୀ । ରାଜ୍ୟରେ ୨୧,୪୩୬ ଜଣ କୋଭିଡ ଆକ୍ରାନ୍ତ ଏବେ ବି ବି ଚିକିତ୍ସାଧୀନ ଅଛନ୍ତି । (ଆଇ.ଏ.ଏନ୍.ଏସ୍.)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।