କଟକରେ କରୋନା ସ୍ଥିତି ଅସମ୍ଭାଳ! ଜଣେ MLA ସଂକ୍ରମିତ ହେଲେ; ଆହୁରି ୨ ଦିନ ବଢ଼ିଲା ସଟଡାଉନ୍

ବିଧାୟକ ଜଣକ ସଂକ୍ରମିତ ହେବା ଜାଣି ତାଙ୍କ କର୍ମୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଏହାର କାରଣ ବିଧାୟକ ମହୋଦୟ ଗତ ସପ୍ତାହରେ ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ଅନେକ ବାହାଘର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ।

କଟକରେ କରୋନା ସ୍ଥିତି ଅସମ୍ଭାଳ! ଜଣେ MLA ସଂକ୍ରମିତ ହେଲେ; ଆହୁରି ୨ ଦିନ ବଢ଼ିଲା ସଟଡାଉନ୍
କଟକରେ ସହରର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସହରରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣର ଶିକାର ହୋଇଛନ୍ତି କଟକ ଜିଲ୍ଲାର ଜଣେ ବିଧାୟକ । ଲକ୍ଷଣ ପ୍ରକାଶ ପାଇବାରୁ ତିନି ଦିନ ତଳେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେହି ଦିନ ଠାରୁ ସେ ସଙ୍ଗରୋଧରେ ଥିଲେ । ଏବେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପ୍ରଶାସନ।

ତେବେ ବିଧାୟକ ଜଣକ ଗତ କିଛି ଦିନ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବୁଲିଥିବା ସହ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲେ । ତେବେ ନେତା ସଂକ୍ରମିତ ହେବା ଜାଣିବା ପରେ ତାଙ୍କ କର୍ମୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି । କାରଣ ବିଧାୟକ ମହୋଦୟ ଗତ ସପ୍ତାହରେ ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ଅନେକ ବାହାଘର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା କୁହାଯାଉଛି ।

କଟକରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦେଖି ସୋମବାର ଠାରୁ ସହରରକୁ ତିନି ଦିନ ପାଇଁ ସଟଡ଼ାଉନ ଘୋଷଣା କରିଥିବା ସିଏମସି ଏବେ ଏହି ସଟଡ଼ାଉନର ଅବଧିକୁ ଆହୁରି ଦୁଇ ଦିନ ଲାଗି ବଢ଼ାଇ ଦେଇଛି। ଫଳରେ ଏଣିକି କଟକ ସହର ୮ ତାରିଖ ମଧ୍ୟ ରାତ୍ର ପରିବର୍ତ୍ତେ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ ହୋଇ ରହିବ ।

ସିଏମସି କମିଶନର ଅନନ୍ୟା ଦାସ


‘‘ସହରରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସହରକୁ ତିନି ଦିନ ଧରି ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ସଟ୍‌ଡ଼ାଉନକୁ ଅଧିକ ଦୁଇ ଦିନ ଲାଗି ବଢ଼ାଇ ଦିଆଯାଇଛି,’’ କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ଏହା ଦ୍ୱାରା ରାଜ୍ୟର ଅନ୍ୟ ପ୍ରାନ୍ତରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ ହେଉଥିବା ବେଳେ କଟକ ସହର ପୂରା ସପ୍ତାହକ ପାଇଁ ସଟଡାଉନ ରହିବ । କାରଣ ସୋମବାର ଠାରୁ ଆରମ୍ଭ ହୋଇଥିବା ସିଏମସିର ସଟଡାଉନ କଟକଣା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ । ଶନିବାର ଓ ରବିବାର ରାଜ୍ୟ ସରକାରଙ୍କ ସାପ୍ତାହିକ ସଟଡାଉନ ବଳବତ୍ତର ରହିଛି ।

ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶ ମୃତ୍ୟୁ: ସେ ନିଶା ନିବାରଣ ସଙ୍ଗଠନ ଚଳାଉଥିଲେ; ସେଥି ପାଇଁ ଧମକ ମିଳି ନ ଥିଲା ତ?

‘‘ସହରର ଅବସ୍ଥା ଯାହା ସଟଡାଉନ କରିବା ଛଡ଼ା ଆଉ କିଛି ଉପାୟ ନାହିଁ । ପ୍ରଶାସନର ଏହି ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି,’’ କହିଛନ୍ତି କଟକ ଚଣ୍ଡୀଛକ ବାସିନ୍ଦା ଚନ୍ଦନ ଦାସ । ‘‘କିନ୍ତୁ କିଛି ଲୋକ ଏବେ ବି ଏହାକୁ ବହୁତ ହାଲୁକା ରେ ନେଉଛନ୍ତି । ସେମାନଙ୍କ ବିରୁଦ୍ଧରେ ପ୍ରଶାସନ ଆଉ ଟିକିଏ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର,’’ ସେ କହିଛନ୍ତି ।

ମଙ୍ଗଳବାର ରାତିରେ କଟକ ଜିଲ୍ଲାରୁ ପୁଣି ସଂକ୍ରମିତ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ସର୍ବାଧିକ ୬ ଜଣ ଅଡ଼ଶପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।
Published by: Anand Shankar Thankur Das
First published: July 8, 2020, 7:09 PM IST
corona virus btn
corona virus btn
Loading