ମେ' ପ୍ରଥମ ସପ୍ତାହ ପରେ ଥମିଯିବ କରୋନାର ଦ୍ୱିତୀୟ ଲହର- କାନପୁର IIT ର ଷ୍ଟଡ଼ି

Coronavirus Second Wave Peak: ଆଇଆଇଟି କାନପୁର ଗତ ୭ ଦିନରେ ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସକୁ ନେଇ ଏକ ମେଥିମେଟିକାଲ ଷ୍ଟଡି କରିଛି । ଏହି ଷ୍ଟଡି ଆଧାରରେ ସିଦ୍ଧାନ୍ତ ନିଆଯାଇଛି ଯେ ମେ' ମାସର ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ଶିଖରରେ ରହିବ ।

ମେ' ପ୍ରଥମ ସପ୍ତାହ ପରେ ଥମିଯିବ କରୋନାର ଦ୍ୱିତୀୟ ଲହର- କାନପୁର IIT ର ଷ୍ଟଡ଼ି
ମେ' ପ୍ରଥମ ସପ୍ତାହ ପରେ ଥମିଯିବ କରୋନାର ଦ୍ୱିତୀୟ ଲହର
  • News18 Odia
  • Last Updated: April 28, 2021, 9:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
Coronavirus Second Wave Peak: କରୋନା ଭୂତାଣୁର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ଆସୁଛି ।କରୋନାର ବଢ଼ୁଥିବା ଆକଳନ ମଧ୍ୟରେ ଟୀକାକରଣ ଓ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଅନେକ ବିଶେଷଜ୍ଞ କହିଛନ୍ତି ଯେ କରୋନା ଖୁବ ଶୀଘ୍ର ଶିଖରରେ ପହଞ୍ଚିବ । ବିଶେଷଜ୍ଞଙ୍କ ଅନୁଯାୟୀ ମେ’ର ପ୍ରଥମ ସପ୍ତାହରେ କରୋନା ଶିଖରରେ ରହିବ ଓ ଏହା ପରେ ମାମଲା କମିବା ଆରମ୍ଭ କରିବ ।

ଗତ ୭ ଦିନ ମଧ୍ୟରେ ଆଇଆଇଟି କାନପୁର ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସକୁ ନେଇ ଏକ ମେଥିମେଟିକାଲ ଷ୍ଟଡି କରିଛି । ଏହି ଅଧ୍ୟୟନ ଆଧାରରେ ସିଦ୍ଧାନ୍ତ ନିଆଯାଇଛି ଯେ ମେ ମାସର ପ୍ରଥମ ସପ୍ତାହରେ କରୋନା ସଂକ୍ରମନ ଶିଖରରେ ରହିବ ଓ ଏହାପରେ ଏହାର ଗତି କମିବା ଆରମ୍ଭ କରିବ । ଆଇଆଇଟି ପ୍ରଫେସର ମନିନ୍ଦର ଅଗ୍ରୱାଲଙ୍କ ଅନୁଯାୟୀ ଏହି ଷ୍ଟଡି ମେଥିମେଟିକାଲ ଆଧାରରେ କରାଯାଇଛି । ସେ କହିଛନ୍ତି ଯେ ଏପ୍ରିଲର ଶେଷ ଭାଗରେ ଓ ମେ ମାସ ଆରମ୍ଭରେ ଭାରତର କରୋନା ଶିଖରରେ ପହଞ୍ଚିବ । ଏହା ପରେ ମାମଲା କମ୍ ହେବ । ଗତ ବର୍ଷ ବିସ୍ତାରିତ ପରିବର୍ତ୍ତନ ଆଧାରରେ ସେ ଏହି ଗ୍ରାଫ୍ ପ୍ରସ୍ତୁତ ହୋଇଛି ।

ସେମାନେ ବିଶ୍ୱାସ କରନ୍ତି ଯେ ଏହି କରୋନା ଭୂତାଣୁ ସାତ ଦିନ ପାଇଁ ଅଧିକ ପ୍ରଭାବଶାଳୀ ହେବ । ଯେଉଁ ରାଜ୍ୟଗୁଡ଼ିକରେ କରୋନା ଭାଇରସ୍ ଅଧିକ ମାରାତ୍ମକ, ସେହି ରାଜ୍ୟଗୁଡ଼ିକର ମାମଲା ଓ ଭାଇରସର ଗବେଷଣା କରିବା ପରେ ଆମେ ତାରିଖ ଅନୁଯାୟୀ ଏକ ଗ୍ରାଫ୍ ପ୍ରସ୍ତୁତ କରିଛୁ । ପ୍ରତ୍ୟେକ ରାଜ୍ୟ ପାଇଁ ବିଭିନ୍ନ ଗ୍ରାଫ୍ ପ୍ରସ୍ତୁତ କରୁଥିବାବେଳେ କରୋନାର ଶିଖର ସମୟ କୁହାଯାଏ । ଗାଣିତିକ ମଡେଲ ମାଧ୍ୟମରେ କରୋନା ସଂକ୍ରମଣର ବଢୁଥିବା ମାମଲା ଉପରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ମେ' ୧୫ ରେ କରୋନାର ସକ୍ରିୟ ମାମଲା ୩୩ ରୁ ୩୫ ଲକ୍ଷରେ ପହଞ୍ଚିବ ।

କେଉଁ ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବ କରୋନା? ଏହି ପ୍ରଶ୍ନର ଉତ୍ତରରେ ଆଇଆଇଟିର ଅଧ୍ୟୟନ ଅନୁଯାୟୀ, ଉତ୍ତର ପ୍ରଦେଶରେ ପ୍ରତିଦିନ ୩୫୦୦୦ ମାମଲା ଆସିପାରେ । ଦିଲ୍ଲୀରେ ଏହି ସଂଖ୍ୟା ପ୍ରତିଦିନ ୩୦୦୦୦ ହୋଇପାରେ । ପଶ୍ଚିମ ବଙ୍ଗରେ ୧୧୦୦୦, ରାଜସ୍ଥାନ ୧୦,୦୦୦ ରେ ଓ ବିହାରରେ ୯୦୦୦ ଲେଖାଏଁ କରୋନା ଭାଇରସ ମାମଲା ଦେଖିବାକୁ ମିଳିପାରେ।

ମହାରାଷ୍ଟ୍ରର ଶିଖରରେ ପହଞ୍ଚିଛି କରୋନା
କରୋନା ଭାଇରସ୍ ଉପରେ କରାଯାଇଥିବା ଏହି ଷ୍ଟଡିରେ ବୈଜ୍ଞାନିକମାନେ ମଧ୍ୟ ଦାବି କରିଛନ୍ତି ଯେ କରୋନା ଭୂତାଣୁ ବର୍ତ୍ତମାନ ମହାରାଷ୍ଟ୍ରରେ ଶିଖରରେ ପହଞ୍ଚିଛି । ଏପ୍ରିଲ୍ ୩୦ ସୁଦ୍ଧା ଉତ୍ତର ପ୍ରଦେଶ, ଦିଲ୍ଲୀ, ଗୁଜୁରାଟ ଓ ପଶ୍ଚିମ ବଙ୍ଗରେ ମଧ୍ୟ କରୋନା ଶିଖରରେ ରହିବ ଓ ପୁନର୍ବାର ହ୍ରାସ କରିବା ଆରମ୍ଭ ହେବ ।

ଏପର୍ଯ୍ୟନ୍ତ ୧.୭୯ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୧.୭୯ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ଭୂତାଣୁ ସଂକ୍ରମିତ ଯୋଗୁଁ ଏପର୍ଯ୍ୟନ୍ତ ୨.୦୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧.୪୮ କୋଟି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୯ ଲକ୍ଷ ୭୨ ହଜାର ୧୦୬ କୁ ବୃଦ୍ଧି ପାଇଛି । ଅର୍ଥାତ୍ ଏତିକି ସଂଖ୍ୟକ ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।
Published by: Jagdish Barik
First published: April 28, 2021, 9:50 AM IST