News18 Odia Digital
ଭୁବନେଶ୍ୱର: ରାଜ୍ୟରେ ସପ୍ତାହେ ଧରି ଦୈନିକ କୋଭିଡ ସଂକ୍ରମଣ ଲଗାତାର ଭାବେ ଖସୁଥିବା ବେଳେ ଗତ ଦୁଇ ଦିନ ହେବ ସାମାନ୍ୟ ବଢି ୧,୫୦୦ ଉପରେ ରହିଛି । ଏଥି ସହିତ ପୁନଃ ସଂକ୍ରମଣ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଶୀତ ସହ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ସମ୍ଭାବନା ଥିବାରୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞମାନେ।
ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେଜରେ (ILS) ଟେଷ୍ଟ ହୋଇଥିବା କେତେକ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଚାରି ଜଣଙ୍କର ରି-ଇନଫେକ୍ସନ (ପୁନଃ ସଂକ୍ରମଣ) ହୋଇଥିବା ଜଣାପଡ଼ିବା ପରେ ସାରା ରାଜ୍ୟରେ ଏହି ପ୍ରକାର ସ୍ଥିତି ଆସିବାର ଭୟ ବଢ଼ିଛି । ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ହାର ତଳମୁହାଁ ହେଉଥିବା ବେଳେ ଏବେ ଏହି ଭୟ ସୃଷ୍ଟି ହୋଇଛି । ପଜିଟିଭ ହୋଇ ସୁସ୍ଥ ହେବା ପରେ କାହିଁକି ରି-ଇନଫେକ୍ସନ ହେଉଛି ସେ ନେଇ ଅନୁଧ୍ୟାନ ଆରମ୍ଭ ହୋଇଛି ।
ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?ଦ୍ୱିତୀୟ ଥର କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ ଦେହରେ ଏହି ଭାଇରସର କେଉଁ ଷ୍ଟ୍ରେନ ରହୁଛି, ତାହା ପୁରୁଣା ଷ୍ଟ୍ରେନ ନା ନୂଆ ଷ୍ଟ୍ରେନ, ଏ ସବୁ ଦିଗକୁ ନେଇ ରିସର୍ଚ୍ଚ କରାଯାଉଥିବା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । କିନ୍ତୁ ଏହି ସଂଖ୍ୟା ଏବେ ବହୁତ କମ୍ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ILSର ନିର୍ଦ୍ଦେଶକ ଅଜୟ ପରିଡ଼ା
‘‘ରାଜ୍ୟରେ ସଂକ୍ରମଣ ହାର କମୁଛି । ସେପ୍ଟେମ୍ବର ୨୫ ପର ଠୁ ଦୈନିକ ସଂକ୍ରମଣ କମି ଚାଲିଛି । ପ୍ରାୟ ସପ୍ତାହେ ଧରି କ୍ରମାଗତ ଭାବେ ସଂକ୍ରମଣ ଖସିଥିବା ବେଳେ ଦୁଇ ଦିନ ହେବ ସାମାନ୍ୟ ବଢ଼ି ୧,୫୦୦ ଉପରେ ରହୁଛି ।ଏହି ଟ୍ରେଣ୍ଡ ଦୃଷ୍ଟିରୁ ନିମ୍ନଗାମୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଶୀତ କୋଭିଡକୁ ସୁହାଉଥିବାରୁ ସଂକ୍ରମଣ ପୁଣି ବଢ଼ିବାର ସମ୍ଭାବନା ରହିଛି । ତେଣୁ ଲୋକେ ଅଧିକ ସଚେତନ ରହିବା ଉଚିତ,’’ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲାଯଦିଓ ଦିଲ୍ଲୀ ପରି ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହୁ ନ ଥିବାରୁ ଅଧିକ ବିପଦ ନ ଥିବା କୁହାଯାଉଛି, କରୋନା ସଂକ୍ରମଣର ଦ୍ୱିତୀୟ ଲହରର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନ ପାରେ ବୋଲି କହିଛନ୍ତି ବିଶେଷଜ୍ଞମାନେ । କୋଭିଡ ଏକ ନୂଆ ପ୍ରକାର ଭାଇରସ ହୋଇଥିବାରୁ ଦ୍ୱିତୀୟ ଲହରରେ ଏହି ଭାଇରସର ସ୍ୱଭାବ କ’ଣ ରହିବ ତା’ର ଅନୁମାନ ଲଗାଇବା ମୁସ୍କିଲ ବୋଲି କହିଛନ୍ତି ପରିଡ଼ା ।
ଦୈନିକ ସଂକ୍ରମଣ ହାର ଅପେକ୍ଷା ସୁସ୍ଥ ହାର ବଢ଼ିବା ରାଜ୍ୟ ବାସୀଙ୍କୁ ଆଶ୍ୱସ୍ତି ଦେଇଛି । ବର୍ତ୍ତମାନ ସୁଦ୍ଧା ୨,୮୮,୬୪୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୭୨,୦୩୮ ଜଣ ସୁସ୍ଥ ହୋଇଛନ୍ତି ଓ ୧୫,୨୪୭ ସକ୍ରିୟ କେସ ରହିଛି । କିନ୍ତୁ ଏବେ ବି ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ରହୁଥିବା ବେଳେ କେବଳ ଅନ୍ୟ ରୋଗର ପୀଡିତ ରୋଗୀଙ୍କ ଅଧିକ ମୃତ୍ୟୁ ଘଟୁଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ; କରୋନା ହେଲାରାଜଧାନୀ ଭୁବନେଶ୍ୱରରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଆଶ୍ୱସ୍ତିକର ଖବର ଆଣିଛି । ଅକ୍ଟୋବର ମାସରେ ୧,୪୦୦ଟି ସାମ୍ପଲକୁ ନେଇ ହୋଇଥିବା ଏହି ସର୍ଭେରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱରରେ ଏହା ପୂର୍ବରୁ ଦୁଇ ଥର ସେରଲୋଜିକାଲ ସର୍ଭେ ହୋଇଥିବା ବେଳେ ପ୍ରଥମ ଥର ୧.୫୦ ପ୍ରତିଶତ ଓ ଦ୍ୱିତୀୟ ଥର ୫ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିଲା ।
‘‘୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେବା ଏକ ଆଶ୍ୱସ୍ତିକର ଖବର । କିନ୍ତୁ ଲୋକ ଏବେ ବି ଆଗ ଭଳି ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଏହି ରିପୋର୍ଟ ୧୫ ଦିନ ତଳର । ଏବେ ଆହୁରି ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଥିବ,’’ କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।