ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି
ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ହସପିଟାଲର ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାର ତାଜା ଅପଡେଟ୍ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ଐଶ୍ୱର୍ଯ୍ୟା ଲଗାତାର ଔଷଧ ଓ ସଠିକ୍ ଖାଦ୍ୟ ଗ୍ରହଣ କରୁଛନ୍ତି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା
- News18 Odia
- Last Updated: July 18, 2020, 2:43 PM IST
ମୁମ୍ବାଇ: କିଛି ଦିନ ତଳେ ଅମିତାଭ ବଚ୍ଚନ (Amitabh Bachchan) ଓ ଅଭିଷେକ ବଚ୍ଚନଙ୍କ (Abhishek Bachchan) ସମେତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନା ପଜିଟିଭ୍ (Corona Positive) ବୋଲି ଜଣାପଡ଼ିଥିଲା । ଅମିତାଭ ଓ ଅଭିଷେକଙ୍କୁ ତୁରନ୍ତ ମୁମ୍ବାଇର ନାନାବଟି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଐଶ୍ୱର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) କରୋନା ସଂକ୍ରମିତ ହେବା ପରେ ନିଜ ଝିଅ ଆରାଧ୍ୟାଙ୍କ (Aaradhya) ସହ ହୋମ କ୍ୱାରେଣ୍ଟାଇନ୍ ରେ ରହୁଥିଲେ। କିନ୍ତୁ ଗତ କାଲି (ଶୁକ୍ରବାର) ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମଧ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥାର ତାଜା ଅପଡେଟ୍ ବର୍ତ୍ତମାନ ବାହାରକୁ ଆସିଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି ବୋଲି ଏଥିରେ କୁହାଯାଇଛି ।
ଐଶ୍ୱର୍ଯ୍ୟା ରାୟ ନିଜ ଝିଅ ଆରାଧ୍ୟାଙ୍କ ସହିତ ଚାରି ଦିନ ଅଲଗା ରହିଥିଲେ। ତାଙ୍କୁ ଜ୍ୱର ହେବା ପରେ ଶୁକ୍ରବାର ଦିନ ନାନାବଟି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଆ ଟିଭିର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଐଶ୍ୱର୍ଯ୍ୟାଙ୍କ ଜ୍ୱର କମିଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ତାଙ୍କ ଝିଅ ଆରାଧ୍ୟାଙ୍କ ଜ୍ୱର ବି କମିଯାଇଛି। ଏହା ବ୍ୟତୀତ ଐଶ୍ୱର୍ଯ୍ୟାଙ୍କ ଥଣ୍ଡା ଓ କାଶ ମଧ୍ୟ ବହୁ ପରିମାଣରେ ନିୟନ୍ତ୍ରଣକୁ ଆସିଛି। ସେ ଲଗାତାର ଔଷଧ ଓ ସଠିକ୍ ଖାଦ୍ୟ ଗ୍ରହଣ କରୁଛନ୍ତି । ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇଛି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ
ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା
୭୭ ବର୍ଷୀୟ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କ କୋଭିଡ-୧୯ ପରୀକ୍ଷଣ ରିପୋର୍ଟକୁ ଆସିବାର ଗୋଟିଏ ଦିନ ପରେ ତାଙ୍କ ପରିବାରର ଆଉ ଦୁଇ ଜଣ ସଦସ୍ୟ – ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ (୪୬) ଓ ନାତୁଣୀ ଆରାଧ୍ୟା (୮) – ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ ।