Coronavirus: ଗୃହ ପୃଥକବାସରେ ରହୁଥିବା ରୋଗୀ ସର୍ବନିମ୍ନ ୧୭ ଦିନ ରହିବା ଜରୁରୀ- ବିଶେଷଜ୍ଞ

"କୋଭିଡରୁ ଆରୋଗ୍ୟଲାଭ କଲେ ମଧ୍ୟ ଦେହ ଦୁର୍ବଳ ରହିବ । ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଏହି ସମୟରେ ବହୁତ ସୁଯୋଗ ରହୁଛି ଆଉଥରେ ସଂକ୍ରମଣ ହେବାର । ଯେତବେଳେ ସୁସ୍ଥ ହେଉ ଫେରୁଛନ୍ତି ନିଜ ଶରୀର ପ୍ରତି ଯଥେଷ୍ଠ ଧ୍ୟାନ ଦେବା ଦରକର ।"

Coronavirus: ଗୃହ ପୃଥକବାସରେ ରହୁଥିବା ରୋଗୀ ସର୍ବନିମ୍ନ ୧୭ ଦିନ ରହିବା ଜରୁରୀ- ବିଶେଷଜ୍ଞ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 20, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
ଭୁବନେଶ୍ୱର: ଯଦି ଜଣେ କରୋନା ରୋଗୀ କୌଣସି କୋଭିଡ ହସ୍ପିଟାଲ କିମ୍ବା କୋଭିଡ଼ି କେୟାର ନ ଯାଇ ଗୃହ ପୃଥକବାସରେ ରହି ଚିକିତ୍ସା ହେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବିଶେଷତଃ କଣ ସବୁ ନିୟମ ମାନିବାକୁ ପଡିବ ତାହାକୁ ନେଇ ଜରୁରୀ ସୂଚନା ଦେଇଛନ୍ତି ଦୁଇ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ ରାଉତରାୟ ଓ ଡାକ୍ତର ଜୟନ୍ତ ଷଡଙ୍ଗି ।

ବିଶେଷଜ୍ଞଙ୍କ ଅନୁସାରେ ଗୃହ ପୃଥକବାସରେ ରହୁଥିବା ରୋଗୀକୁ ପ୍ରାୟ ୧୭ ଦିନ ପୃଥକବାସରେ ରହିବାକୁ ପଡିବ । ଅଧିକ ଗୁରୁତର ଅନୁଭବ କଲେ ତାଙ୍କୁ ରାପିଡ ରେସ୍ପନ୍ସ ଟିମ ହସ୍ପିଟାଲରେ ପହଞ୍ଚାଇବେ । ସମସ୍ତେ ଗୃହ ପୃଥକାବାସରେ ରହିପାରିବେ ନାହିଁ । ଅନ୍ୟାନ୍ୟ ଗୁରୁତର ଥିବା ରୋଗୀ ହୋମ ଆଇସୋଲେସନରେ ରହିପାରିବେ ନାହିଁ । ରୋଗୀ ଓ ରୋଗୀଙ୍କର ଆଟେଣ୍ଡାଟ ସତର୍କ ରହିବା ଦରକର । ଗୃହ ପୃଥକବାସ ସମୟରେ ରୋଗୀ ବାହାରକୁ ବାହାରିବେ ନାହିଁ କି ତାଙ୍କ ରୁମକୁ କେହି ଯିବେ ନାହିଁ । ଘରେ ଥିଲେ ମଧ୍ୟ ମାସ୍କ ଓ ହ୍ୟାଣ୍ଡଗ୍ଲୋଭସ ବ୍ୟବହାର କରିବେ । ତାଙ୍କ ପାଇଁ ଯଦି କିଏ ଖାଇବା ଓ କପଡା ନେଇକି ରୋଗୀଙ୍କ ପାଖକୁ ଯାଉଥାନ୍ତି ତେବେ ସେମାନେ ବି ମାସ୍କ ଓ ହ୍ୟାଣ୍ଡଗ୍ଲୋଭସ ବ୍ୟବହାର କରିବେ ଓ ଯଥା ସମ୍ଭବ କାମ ସାରି ବାହାରିଆସିବେ ।

ଜଣେ ହମଆଇସୋଲେସନରେ ରହିଲେ ତାଙ୍କ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥାଏ । ନାକ ବନ୍ଦ ହେବା, କାଶହେବା, ଧଇଁସଇଁ ହେବା ଛାତି ବ୍ୟଥା ହେବା ମୁଣ୍ଡ ବ୍ୟଥା ହେଲେ ରାପିଡ ରେସ୍ପନ୍ସ ଟିମକୁ ଯେୋଗାଯୋଗ କରିପାରିବେ କିମ୍ବା ୧୦୪କୁ କଲ କରିପାରିବେ । ରୋଗୀକୁ ଦିଆଯାଇଥିବା କିଟରେ ସବୁ ଯୋଗାଯୋଗ ନମ୍ବର ରହିଥାଏ । ଯେଉଁମାନେ ଗୃହ ପୃଥକବାସରେ ରହିବେ ସେମାନେ ମେଡିସିନ ଖାଇବେ । ସେମାନଙ୍କୁ ମେଡିସିନ କିଟ ଯୋଗାଇ ଦିଆଯାଇଥାଏ ।

ଏହି କିଟରେ ଆଜିଥ୍ରୋମାଇସିନ, ପାରାସିଟେଲୁଲ ଯହା ଜ୍ୱର ଆସିଲେ ଖାଇବା ପାଇଁ କୁହାଯାଉଛି, ଭିଟାସିନ ବି, ସି, ଡି ଓ ଏହା ସହ ଲିଭୋସେଟ୍ରିଜିନ ବଟିକା ରହୁଛି । ଏହା ବାଦ ରୋଗୀଙ୍କ ଯଦି ଅନ୍ୟ କୌଣସି ରୋଗ ଥାଏ ତାର ଔଷଧ ବି ଖାଇବା ପାଇଁ କୁହାଯାଇଥାଏ । ଓ କାହାକୁ କେଉଁ ପରିସ୍ଥିତିରେ କଣ୍ଟାକ୍ଟ କରିବ ତାର ନମ୍ବର ମଧ୍ୟ ଦିଆଯାଇଥାଏ । ନିଜକୁ ମନିଟର କରିବା ପାଇଁ ଏକ ନିର୍ଦ୍ଦେଶାବଳି ବି ସେ କିଟରେ ରହିଥାଏ । ୧୦ ଦିନ ଭିତରେ ରୋଗୀ ସୁସ୍ଥତା ଲାଭ କରିଥାନ୍ତି । ତାପରେ ସାତ ଦିନ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥାଏ । କିଛି ରୋଗୀ ଦେହରେ ସଂକ୍ରମଣ ନଥାଏ । ୧୭ ଦିନରେ ପରେ ବି କିଛି ଲୋକଙ୍କୁ ଜ୍ୱର ରହିଥାଏ ନାକ ବନ୍ଦ ହୋଇଯାଏ ସେ କ୍ଷେତ୍ରରେ ଲିଭୋସେଟ୍ରିଜିନ ବଟିକା ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଏହା ବି ପଢ଼ନ୍ତୁ ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

ପୋଷ୍ଟ କୋଭିଡ ଟେଷ୍ଟ କରି ଯଦି କିଛି ପୂର୍ବ ରୋଗ ରହିଥିବ ତାର ଔଷଧ ଖାଇବା ଦରକାର । ଲକ୍ଷଣହୀନଙ୍କ କ୍ଷେତ୍ରରେ ୧୦ ଦିନ ଚିକିତ୍ସା ପଦ୍ଧତି ପାଇଁ ରଖାଯାଇଥାଏ । ଲକ୍ଷଣଥିବା ଗୁରୁତର ରୋଗୀଙ୍କ ଟେଷ୍ଟ କରାଯାଏ ଗୁରୁତର ନଥିବା ଲୋକଙ୍କୁ ଟେଷ୍ଟ କରାଯାଇ ନାହି ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।



"ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି ''୮୦ ପ୍ରତିଶତ ଲୋକ ଲକ୍ଷଣହୀନ । ୧୦ ଦିନ ପରେ ଆଣ୍ଟି ବୋର୍ଡି ଡେଭଲପ କରେ । ଇମ୍ୟୁନିଟ ଅଧିକ ଥିବା ଲୋକ ଭାଇରସକୁ ନିଜ ଦେହ ଭିତରେ ଯୋଗାଇ ଦିଅନ୍ତି ତାଙ୍କର କିଛି ଲକ୍ଷଣ ଜଣାପଡେ ନାହିଁ । କୋଭିଡରୁ ଆରୋଗ୍ୟଲାଭ କଲେ ମଧ୍ୟ ଦେହ ଦୁର୍ବଳ ରହିବ । ରୋଗ ପ୍ରତିରୋଧକ କମିଯାଏ । ଏହି ସମୟରେ ବହୁତ ଚାନ୍ସ ରହୁଛି ଆଉଥରେ ସଂକ୍ରମଣ ହେବାର । ଯେତବେଳେ ସୁସ୍ଥ ହେଉ ଫେରୁଛନ୍ତି ନିଜ ଶରୀର ପ୍ରତି ଯଥେଷ୍ଠ ଧ୍ୟାନ ଦେବା ଦରକର । ପୁଷ୍ଟିକର ଖାଇବା, ଛେନା ଓ ଆମିଶ ଖାଦ୍ୟ ଖାଇ ଇମ୍ୟୁନିଟି ବୃଦ୍ଧି କରିବା ଦରକର । ଯୋଗ.ବ୍ୟାୟାମ କରି ବା ବି ନାହାତି ଦରକାର । କୋଭିଡରୁ ବାହାରିବା ୧୫ ରୁ ୨୦ ଦିନ ଭିତରେ ଏସବୁ କରିବା ଦ୍ୱାରା ନିଜର ରୋଗ ପ୍ରତିରୋଧକ ବଢାଇପାରିବେ ।''
Published by: Jagdish Barik
First published: September 20, 2020, 7:04 PM IST
corona virus btn
corona virus btn
Loading