ଭୁବନେଶ୍ୱରରେ କରୋନା ସଂକ୍ରମଣ: ଏଣିକି ଭିଡିଓ କନଫରେନସିଂରେ ମିଳିବ ଡାକ୍ତରଙ୍କ ପରାମର୍ଶ

ରୋଗୀଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖିଲେ ତାଙ୍କୁ ହସପିଟାଲକୁ ପଠାଇବା ପାଇଁ ଏହି ଟିମ୍ ପରାମର୍ଶ ଦିଅନ୍ତି । ପ୍ରତି ମେଡିକାଲ ଅଫିସରଙ୍କୁ ପାଞ୍ଚରୁ ଛଅଟି ୱାର୍ଡର ରୋଗୀଙ୍କୁ ପ୍ରତି ଦିନ ଫୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱରରେ କରୋନା ସଂକ୍ରମଣ: ଏଣିକି ଭିଡିଓ କନଫରେନସିଂରେ ମିଳିବ ଡାକ୍ତରଙ୍କ ପରାମର୍ଶ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 20, 2020, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ମହାମାରୀ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାର ଦେଖି ବିଏମସି କର୍ତ୍ତୃପକ୍ଷ ହୋମ ଆଇସୋଲେସନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଣିକି ଭିଡିଓ କନଫେରେନସିଂ ମାଧ୍ୟମରେ ରୋଗୀ ପାଇବେ ଡାକ୍ତରଙ୍କ ପରାମର୍ଶ । ଏଥି ପାଇଁ ଆରଆରଟି ଦଳରେ ୭୯ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ଓ ମହାନଗର ନିଗମର ତିନୋଟି ଯାକ ଜୋନରେ ଚାରି ଜଣ ଲେଖାଏଁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।

ଏହି ଟିମ ହୋମ ଆଇସୋଲେସନର ଆବଶ୍ୟକତାକୁ ଦେଖିଥାନ୍ତି ଏବଂ ସମ୍ପୃକ୍ତ ରୋଗୀମାନ ପାଇଁ ପୃଥକ କୋଠରୀ ଓ ଶୌଚାଳୟ ଅଛି କି ନାହିଁ ତା’ର ବି ତଦାରଖ କରନ୍ତି ।

ଗୃହ ଏକାନ୍ତବାସରେ ଥିବା ସମସ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଆରଆରଟି ଦଳ ହୋମ ଆଇସୋଲେସନ କିଟ ଦେବେ। ସମ୍ପୃକ୍ତ ଘରଟିର ସାମ୍ନାରେ ହୋମ ଆଇସୋଲେସନର ଷ୍ଟିକର ବି ମାରିବେ । ସେହି ଘରେ ହୋମ ଆଇସୋଲେସନର ସୁବିଧା ଅଛି କି ନାହିଁ ତା’ର ଯାଞ୍ଚ କରିବେ। କେୟାର ଟେକରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ଓ ସର୍ବଶେଷରେ ଗୃହ ସଙ୍ଗରୋଧ ପାଇଁ ସ୍ୱତନ୍ତ୍ର କୋଠରୀ ଓ ଶୌଚାଳୟ ରୋଗୀଙ୍କ ପାଇଁ ଉପଲବ୍ଧ ଅଛି କି ନାହିଁ ତାକୁ ଯାଞ୍ଚ କରିବେ।

ସମ୍ପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ଅଧୀନରେ ଆରଆରଟି ଟିମର ପରିଦର୍ଶନ ଓ ହୋମ ଆଇସୋଲେସନର କିଟ ହସ୍ତାନ୍ତର ଓ ଯତ୍ନକାରୀଙ୍କୁ ପରାମର୍ଶ ପ୍ରମୁଖ ପ୍ରଦାନ କରାଯାଇଥାଏ। ତେବେ ପ୍ରତ୍ୟେକ ଜୋନରେ ଥିବା ଆରଆରଟି ଟିମର ଡାକ୍ତରଙ୍କ ସଂଖ୍ୟା କିଛି ମାତ୍ରାରେ ଭିନ୍ନ ହୋଇଥିଲେ ଜୋନ ପିଛା ଥିବା ଚାରି ଜଣ ଡାକ୍ତର ପ୍ରତ୍ୟହ ହୋମ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କୁ ଫୋନ କରି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଥାନ୍ତି।

ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ପଠାଇବା ପାଇଁ ଏହି ଟିମ୍‌ ପରାମର୍ଶ ଦିଅନ୍ତି । ପ୍ରତ୍ୟେକ ମେଡିକାଲ ଅଫିସରଙ୍କୁ ପାଞ୍ଚରୁ ଛଅଟି ୱାର୍ଡର ରୋଗୀଙ୍କୁ ପ୍ରତ୍ୟହ ଫୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

‘‘ହୋମ ଆଇସୋଲେସନକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆରମ୍ଭରେ ଏହା ୪୨% ଥିବା ବେଳେ ବର୍ତ୍ତମାନ ୭୩.୫୦%ରେ ପହଞ୍ଚିଛି । ଗତ ପାଞ୍ଚ ଦିନ ମଧ୍ୟରେ ଓ ବିଶେଷ କରି ଶୁକ୍ରବାର ଏହା ୯୫.୪୪% ଥିଲା। ପ୍ରତ୍ୟେକ ଜୋନରେ ୧୮ ଜଣ ଲେଖାଏଁ ଆରଆରଟି ଟିମ ରହି ରୋଗୀମାନଙ୍କୁ ନିରୀକ୍ଷଣ କରୁଥିବା ବେଳେ ୨୦ଟି ଅଣବସ୍ତି ଅଞ୍ଚଳରେ ଡୋର ଟୁ ଡୋର ମେଗା ହେଲଥ ସ୍କ୍ରିନିଂ ୨୧୦ଟି ଟିମଙ୍କ ଦ୍ଵାରା କରାଯାଉଛି । ୧୯୨୯ ନମ୍ବରରେ ନିୟମିତ କଲ୍‌ ରିସିଭ୍‌ କରାଯାଉଛି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଜୋନଗୁଡିକରେ ଡାକ୍ତରଙ୍କ ସ୍ଥିତି ଦେଖିବାକୁ ଗଲେ ଦକ୍ଷିଣ ପଶ୍ଚିମ ଜୋନରେ ଆରଆରଟି ଟିମରେ ୨୬ ଜଣ ଓ ଜୋନ କାର୍ଯ୍ୟାଳୟରେ ଚାରି ଜଣ ଡାକ୍ତର ଅଛନ୍ତି । ଉତ୍ତର ଜୋନ ଓ ଦକ୍ଷିଣ-ପୂର୍ବ ଜୋନରେ ଯଥା କ୍ରମେ ୩୦ ଓ ୨୩ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ଏହା ଛଡ଼ା ଜୋନ ଅଫିସରେ ବି ଡାକ୍ତରମାନେ ରହିଛନ୍ତି ।

ଆରଆରଟି ଟିମ ଦ୍ୱାରା ନିୟମିତ ପରିଦର୍ଶନକୁ ଛାଡ଼ିଦେଲେ ଆଇସୋଲେସନର ସମୀକ୍ଷା କିପରି ଦୃଢ଼ ହୋଇପାରିବ ସେଥି ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ଜୋନରେ ଅବସ୍ଥାପିତ ହୋଇଥିବା ଚାରି ଜଣ ଲେଖାଏଁ ଜୋନାଲ ମେଡିକାଲ ଅଫିସର ଜୁମ୍‌ ମିଟିଂ କରି ସମ୍ପୃକ୍ତ ଜୋନର ହୋମ ଆଇସୋଲେସନର ସ୍ଥିତି ବାବଦରେ ଅବଗତ କରାଇବେ ।

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ ଡାକ୍ତରମାନଙ୍କ ସହିତ ଓ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଏହି ଟିମ୍‌ ଯୋଗାଯୋଗ ରଖୁଛନ୍ତି । କେବଳ ଭିଡିଓ କନଫରେନସିଂ ନୁହେଁ, ଜୋନାଲ ମେଡିକାଲ ଅଫିସରମାନେ ଆବଶ୍ୟକତା ଅନୁସାରେ ନିଜ ଜୋନରେ ହୋମ ଆଇସୋଲେସନର ରୋଗୀମାନଙ୍କୁ ନେଇ ଗୋଟିଏ ହ୍ଵାଟ୍ସଆପ ଗ୍ରୁପ କରିଛନ୍ତି, ଯେଉଁଥିରେ  ସମସ୍ତଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କର ଅବସ୍ଥାକୁ ନେଇ ପଦକ୍ଷେପ ନିଆଯାଉଛି ।



ବିଏମସି ଅଞ୍ଚଳରେ ରହୁଥିବା ଆଇସୋଲେସନ ରୋଗୀମାନେ କିପରି ବାହାରକୁ ନ ଯିବେ, ସେମାନଙ୍କୁ କୌଣସି ବ୍ୟକ୍ତି ଘୃଣା ଚକ୍ଷୁରେ ଯେପରି ନ ଦେଖିବେ, ଯତ୍ନକାରୀ ସେମାନଙ୍କୁ କିପରି ଆବଶ୍ୟକୀୟ ପୃଷ୍ଟିକର ଖାଦ୍ୟ ଦେବେ ତା’ ଉପରେ ଧ୍ୟାନ ଦିଆଯାଉଛି । ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ କିପରି ଭଲ ରହିବ ତା’ର ବ୍ୟବସ୍ଥା ହେଉଛି ବୋଲି କହିଛି ବିଏମସି ।
Published by: Anand Shankar Thankur Das
First published: September 20, 2020, 9:33 PM IST
corona virus btn
corona virus btn
Loading