ପୁରୀ: ମାନସିକ ଭାରସାମ୍ୟ ହରାଇ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆତ୍ମହତ୍ୟା କଲେ କରୋନା ରୋଗୀ

ମଧୁସୂଦନ ବାଥରୁମ ଭିତରେ ଏକ ବ୍ଲେଡରେ ନିଜ ହାତରେ ଏକାଧିକ କ୍ଷତ ସୃଷ୍ଟି କରିଥିଲେ । ଅନେକ ଶୀରାକୁ କାଟି ଦେଇଥିଲେ ଓ ରକ୍ତ ଜୁଡୁବୁଡୁ ହୋଇ ଘଣ୍ଚାଏ କାଳ ବାଥରୁମରେ ପଡ଼ିରହିଥିଲେ । ପ୍ରବଳ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ପୁରୀ: ମାନସିକ ଭାରସାମ୍ୟ ହରାଇ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆତ୍ମହତ୍ୟା କଲେ କରୋନା ରୋଗୀ
ମଧୁସୁଦନ ନିସ୍ତେଜ ହୋଇପଡ଼ିଥିବା ଦେଖି ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।
  • News18 Odia
  • Last Updated: September 16, 2020, 6:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଦିନକୁ ଦିନ ପୁରୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଏକ ଦୁଃଖଦ ଦିଗ ସାମନାକୁ ଆସିଛି । କେତେକ ରୋଗୀ ମାନସିକ ଚାପରେ ରହି ଜୀବନ ହାରି ଦେଉଛନ୍ତି । ଏମିତି ଏକ ଘଟଣା ପୁରୀ ସମୁଦ୍ର କୂଳ ଥାନା ଅଞ୍ଚଳରେ ଥିବା ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦେଖିବାକୁ ମିଳିଛି ।

କୁମ୍ଭାରପଡା ଥାନା ଅଧୀନ ରାୟବାହାଦୁର ଲେନର ପ୍ରଦୀପ କୁମାର ଦାସଙ୍କ ୨୯ ବର୍ଷୀୟ ପୁଅ ମଧୁସୁଦନ ଦାସ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି ।  ୫୦ ବର୍ଷୀୟ ପ୍ରଦୀପ କୁମାର ଦାସଙ୍କ କହିବା ଅନୁସାରେ ତାଙ୍କ ପୁଅ ମଧୁସୂଦନ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପଜିଟିଭ୍ ଭାବେ ଚିହ୍ନଟ ହେବା ପରେ ତାଙ୍କୁ ସମୁଦ୍ର କୂଳ ଥାନା ଅଧୀନରେ ଥିବା ହୋଟେଲ ରୁମାନୀରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ  ତାଙ୍କୁ ଭର୍ତ୍ତି କରାଯାଇଥିଲା । ମଧୁସୂଦନଙ୍କ ପାଖରେ ତାଙ୍କ ମା’ ରହୁଥିଲେ  ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ରବିବାର ଅର୍ଥାତ ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତ୍ରରେ ମା’ ଶୋଇଥିବା ବେଳେ ମଧୁସୁଦନ ଶୌଚ ହେବା ପାଇଁ ବାଥରୁମରେ ପଶିଥିଲେ । ଭିତରୁ କବାଟ ବନ୍ଦ କରିଥିଲେ । ତେବେ ଶୌଚ କରିବାକୁ ଯାଇଛି ବୋଲି ଜାଣି ମା’ ମଧ୍ୟ ଶୋଇପଡ଼ିଥିଲେ । ହେଲେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ହେଲା । ପରେ କବାଟ ବାଡ଼େଇ ଓ ଭାଙ୍ଗି ଖୋଲିବା ପରେ ମଧୁସୁଦନ ନିସ୍ତେଜ ହୋଇପଡ଼ିଥିବା ଦେଖି ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା  ।



‘‘କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ମଧୁସୂଦନଙ୍କର ସେପ୍ଟେମ୍ବର ୧୩ରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ମୃତ୍ୟୁ ହୋଇଥିଲା । ତାଙ୍କ ମା’ ଓ ହୋଟେଲ କର୍ତ୍ତୃପକ୍ଷଙ୍କ ବୟାନ ଅନୁସାରେ ମଧୁସୂଦନ ବାଥରୁମ ଭିତରେ ଏକ ବ୍ଲେଡରେ ନିଜ ହାତରେ ଏକାଧିକ କ୍ଷତ ସୃଷ୍ଟି କରିଥିଲେ । ଅନେକ ଶୀରାକୁ କାଟି ଦେଇଥିବା ଯୋଗୁଁ ରକ୍ତ ଜୁଡୁବୁଡୁ ହୋଇ ଏକ ଘଣ୍ଚା କାଳ ବାଥରୁମର ପଡ଼ିରହିଥିଲେ । ପ୍ରବଳ ରକ୍ତସ୍ରାବ ହୋଇ ତା’ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁରୀ ଡାକ୍ତରଖାନା ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବକୁ ଜବତ କରାଯାଇ ଏକ ଅପମୃତ୍ୟୁ  ମାମଲା (୧୪/2୦)ଲ ରୁଜୁ କରିଛୁ । ବ୍ୟବଛେଦ ପରେ ନିୟମ ଅନୁଯାୟୀ ଶବ ସତ୍କାର କରାଯାଇଛି  । କର୍କଟ ରୋଗରେ ପୀଡ଼ିତ ହୋଇ ମାନସିକ ଭାରସାମ୍ୟ ହରାଇ ମଧୁସୁଦନ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି,’’ କହିଛନ୍ତି  ସମୁଦ୍ର କୂଳ ଥାନା ଅଧିକାରୀ ଶଙ୍କର୍ଷଣ ଦଳେଇ ।
Published by: Anand Shankar Thankur Das
First published: September 16, 2020, 6:39 PM IST
corona virus btn
corona virus btn
Loading