କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ମର୍ମାହତ ହୋଇଥିଲେ । ସେଠାରେ ଜଣେ କରୋନା ରୋଗୀଙ୍କ ମୃତ ଦେହ ପୋଡ଼ା ଯାଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ଜଳି ନ ଥିଲା ବୋଲି ସେମାନେ କହିଛନ୍ତି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପାଟନା: ବିହାରର ବୈଶଳୀ ଜିଲ୍ଲାର ହାଜିପୁରରେ ଏକ ଅର୍ଦ୍ଧ-ଦଗ୍ଧ ମାନବ ଶରୀରକୁ କୁକୁର ଓ କୁଆ ଖାଉଥିବାର ଖବରରେ ସ୍ଥାନୀୟ ପ୍ରଶାସନର ମଥା ଗରମ ହୋଇଯାଇଛି । ସ୍ଥାନୀୟ ଲୋକେ ପ୍ରଶାସନ ଉପରେ ଅବହେଳାର ଅଭିଯୋଗ ଲଗେଇଛନ୍ତି ଓ କହିଛନ୍ତି ଯେ ଏହି ଅଧା ଜଳିଥିବା ଶରୀର ଜଣେ କରୋନା ରୋଗୀଙ୍କର, ଯାହାଙ୍କୁ ଗୁରୁବାର ଦିନ ଶବଦାହ ପାଇଁ ଏଠାକୁ ଅଣାଯାଇଥିଲା ।

ଶବକୁ ଅନ୍ତିମ ସଂସ୍କାର ପାଇଁ ଆଣି ଜଳେଇବା ପରେ ତାକୁ ଅଧା ଜଳିଥିବା ଅବସ୍ଥାରେ ଛାଡିଦିଆଯାଇଥିଲା । ଏବେ ତାକୁ କୁକୁର ଓ କୁଆମାନେ ଟାଣି ଓଟାରି ଖାଉଥିବା ଦେଖାଯାଇଛି । ଏହି ଖବର ଜଣାପଡ଼ିବା ପରେ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଓ ସେମାନେ ବହୁତ ହଙ୍ଗାମା କରିଥିଲେ ।

ହାଜିପୁରର କୋନହାରା ଘାଟରେ ଏକ ଦୋକାନ ଚଳାଉଥିବା କୁନ୍ତୀ ଦେବୀ କହିଛନ୍ତି ଯେ ସେଠାରେ ଜଣେ କରୋନା ରୋଗୀଙ୍କ ମୃତ ଦେହ ପୋଡ଼ା ଯାଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ଜଳି ନ ଥିଲା । ସେହି କାରଣରୁ କୁଆ ଓ କୁକୁରମାନେ ସେହି ଅଧା ଜଳି ପଡ଼ିରହିଥିବା ମାନବ ଶରୀରକୁ ଟାଣି ଓଟାରି ଖାଉଥିଲେ ।

ଯେତେବେଳେ ଲୋକେ ସ୍ଥାନୀୟ ପ୍ରଶାସନକୁ ଏହି ଘଟଣାର ସୂଚନା ଦେଲେ, ସଦର ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରଶାସନ ସ୍ଥାନୀୟ ଲୋକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା କରୋନା ରୋଗୀଙ୍କ ଶବ ନୁହେଁ ।

ବୈଶାଳୀ ଜିଲ୍ଲାର ସିଭିଲ୍ ସର୍ଜନ ଇନ୍ଦ୍ରଦେବ ରଂଜନ କହିଛନ୍ତି ହୁଏତ ଏହା ଅନ୍ୟ କେଉଁ ଲୋକର ମୃତ ଦେହ ହୋଇଥାଇପାରେ । ଏଥି ସହ ସିଭିଲ ସର୍ଜନ କହିଛନ୍ତି ଯେ ଗତ କାଲି (ଗୁରୁବାର) ଜଣେ କରୋନା ରୋଗୀଙ୍କ ଶବକୁ ଶବଦାହ କରାଯାଇଛି । ଯେଉଁ ଶବଟି କୁକୁର ଓ କାଉ ଖାଉଥିବା ଦେଖାଯାଇଥିଲା ସେଠାରେ କୌଣସି କରୋନା ରୋଗୀ ନାହାଁନ୍ତି । ବରଂ ଏହା ଅନ୍ୟ କୌଣସି ମୃତ ଲୋକର ଶରୀରର ହୋଇପାରେ ।

ସେ କହିଛନ୍ତି ଯେ ଗ୍ରାମବାସୀଙ୍କ ହଙ୍ଗାମା ପରେ ଉକ୍ତ ମୃତ ଦେହକୁ ଜଳେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ କୋନହାରା ଘାଟରେ ପ୍ରଶାସନ ସେହି ମୃତ ଦେହର ଟୁକୁଡ଼ାଗୁଡ଼ିକୁ ସଂଗ୍ରହ କରି ପୋଡ଼ି ଦେଇଥିଲା । ତେବେ ଏହି ସମୟ ମଧ୍ୟରେ ଏଠାରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା ଓ ସ୍ଥାନୀୟ ଲୋକେ ଏହି ମାମଲାକୁ ପ୍ରଶାସନ ଦବେଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ।

ଦୁଇ ଦିନ ପୂର୍ବେ ପାଟେରୀ ବେଲସରରେ ରହୁଥିବା ପ୍ରବାସୀ ଶ୍ରମିକ ରାଜେଶ କୁମାର ସରକାରୀ ଆମ୍ବେଦକର ଆବାସିକ ବାଳିକା ବିଦ୍ୟାଳୟରେ ନିର୍ମିତ କ୍ୱାରେଣ୍ଟିନ ସେଣ୍ଟରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ନୋଏଡାରୁ ରାଜେଶ ଏଠାକୁ ଆସିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା । ଏହା ପରେ ପ୍ରଶାସନର ତତ୍ତ୍ୱାବଧାନରେ ଗୁରୁବାର ତାଙ୍କ ମୃତଦେହ କୋନହାରା ଘାଟରେ ଦାହ କରାଯାଇଥିଲା ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: