ଭାରତ ପହଞ୍ଚିଲା କୋରୋନା ଭାଇରସ: କେରଳ ଛାତ୍ରଙ୍କ ସାମ୍ପୁଲ ପରୀକ୍ଷା ପରେ ବାହାରିଲା ପଜେଟିଭ୍, ବୁହାନରୁ ଘରକୁ ଫେରିଥିଲେ

ଚୀନରେ କୋରୋନା ଭାଇରସ କାରଣରୁ ମୃତକଙ୍କ ସଂଖ୍ୟା ବଢ଼ି ୧୭୦ ହୋଇଯାଇଛି । ସେହିପରି ଭାରତରେ ଏହି ଭାଇରସର ପ୍ରଥମ ଘଟଣା କେରଳରେ ଦେଖିବାକୁ ମଳିଛି ।

ଭାରତ ପହଞ୍ଚିଲା କୋରୋନା ଭାଇରସ: କେରଳ ଛାତ୍ରଙ୍କ ସାମ୍ପୁଲ ପରୀକ୍ଷା ପରେ ବାହାରିଲା ପଜେଟିଭ୍, ବୁହାନରୁ ଘରକୁ ଫେରିଥିଲେ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 30, 2020, 3:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ଶେଷରେ ଭାରତରେ ପହଞ୍ଚିଛି । ଦକ୍ଷିଣ ରାଜ୍ୟ କେରଳରେ ଏହାର ପ୍ରଥମ ଘଟଣା ସ୍ପଷ୍ଟ  ହୋଇଥିବା ଡାକ୍ତର ଏବଂ ସରକାରୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଏହି ରୋଗୀ ଜଣଙ୍କ କେଉଁଠାର ବୋଲି ଜଣାପଡ଼ିନଥିଲେ ବି ସରକାରୀ ସୁତ୍ର ମୁତାବକ ସେ ଜଣେ ଛାତ୍ର ଅଟନ୍ତି ଏବଂ ବୁହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ଏବଂ ସେଠାରୁ ଫେରିଥିଲେ । କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ୨୦ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ତା ମଧ୍ୟରୁ ଗୋଟିଏ ସାମ୍ପୁଲ ପଜେଟିଭ୍ ବାହାରିଛି । ଛାତ୍ରଙ୍କୁ ତ୍ରିସୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ରଖାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଛାତ୍ରଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ତାଙ୍କ ଉପରେ ବିଭାଗର ସମ୍ପୂର୍ଣ୍ଣ ନଜର ରହିଛି । ଏ ସମ୍ପର୍କରେ ସ୍ବତନ୍ତ୍ର ସଚିବ ସଞ୍ଜୀବ କୁମାର ଗଣମାଧ୍ୟମକୁ ସନ୍ଧ୍ୟାରେ ବିସ୍ତୃତ ଭାବେ ସୂଚନା ଦେବେ ।

ଏହା ମଧ୍ୟରେ ଜଣେ ତ୍ରିପୁରା ନାଗରିକ କୋରୋନା ଭାଇରସରେ ଆକ୍ରାନ୍ତ ହେବା ଫଳରେ ତାଙ୍କର ମାଲେସିଆରେ ମୃତ୍ୟୁହୋଇଯାଇଛି । ପରିବାର ଲୋକଙ୍କ କହିବା ମୁତାବକ ମାଲେଶିଆର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ତାଙ୍କ ନାମ ମାନିର ହୁସେନ ଏବଂ ସେ ୨୦୧୮ରେ ମାଲେସିଆ ଯାଇଥିଲେ । ମାନିର ମାଲେଶିଆରେ ଏକ ରେଷ୍ଟୋରାଣ୍ଟରେ କାମ କରୁଥିଲେ । ସମାଚାର ଏଜେନ୍ସି ଏଏନ୍ଆଇ ଅନୁସାରେ ତାଙ୍କ ଦାଦା କହିଛନ୍ତି ଯେ, ମୋର ୨୩ ବର୍ଷୀୟ ପୁତୁରା ମାଲେସିଆରେ ରହୁଥିଲେ । ୨୯ ତାରିଖରେ ମାଲେଶିଆରୁ ଜଣେ ଅଧିକାରୀଙ୍କ ଫୋନ ଆସିଥିଲା ଏବଂ ସେ କହିଥିଲେ ଯେ, ହୁସେନଙ୍କୁ କୋରୋନା ଭାଇରସ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏହି ମାରାତ୍ମକ ଭାଇରସ୍ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୧୭୦ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଆହୁରି ଶତାଧିକ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି । ଚୀନର ବୁହାନ ସହର ଏହି ରୋଗର ପ୍ରକୋପ ଅଧିକ ଦେଖିବାକୁ ମିଳୁଛି । ଏହି ଭାଇରସ ଏବେ ଏକ ଡର୍ଜନରୁ ଅଧିକ ଦେଶକୁ ବ୍ୟାପିବାରେ ଲାଗିଛି ।
First published: January 30, 2020, 3:40 PM IST