Coronavirus new strain: ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନର ଏଣ୍ଟ୍ରି; ବ୍ରିଟେନରୁ ଫେରିଥିବା ୬ ଜଣ ଲୋକ ସଂକ୍ରମିତ ହେଲେ
Coronavirus in India: କରୋନା ଭୂତାଣୁର (COVID-19 New Strain) ଏହି ନୂଆ ଷ୍ଟ୍ରେନ୍ ତିନି ଗୁଣ ଅଧିକ ସଂକ୍ରାମକ ବୋଲି କୁହାଯାଏ । ଯଦିଓ କୋଭିଡ-୧୯ ର ଏହି ନୂଆ ଷ୍ଟ୍ରେନ୍ କେତେ ବିପଜ୍ଜନକ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନର ଏଣ୍ଟ୍ରି
- News18 Odia
- Last Updated: December 29, 2020, 11:24 AM IST
ନୂଆ ଦିଲ୍ଲୀ: ବ୍ରିଟେନରେ ମିଳୁଥିବା କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ନୂଆ ଷ୍ଟ୍ରେନ୍ (Coronavirus New Strain) ମଧ୍ୟ ଭାରତରେ ପହଞ୍ଚି ସାରିଛି । ସେଠାରୁ ଫେରିଥିବା ୬ ଜଣ ଲୋକଙ୍କ ନମୁନା ବ୍ରିଟେନର ଭାରିଆଣ୍ଟ ଜିନୋମ (Coronavirus In India) ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ନିମାନ୍ସ ବେଙ୍ଗାଲୁରୁ, ୨ ସିସିଏମବି ହାଇଦ୍ରାବାଦ ଓ ଅନ୍ୟ ଜଣକୁ ଏନଆଇଭି ପୁଣେରେ ଭର୍ତ୍ତି କରାଯାଇଛି ।
ସୂଚନା ଦିଆଯାଇଛି ଯେ ସମସ୍ତ ସଂକ୍ରମିତଙ୍କ ସ୍ଥିତି ଉପରେ ନଜର ରଖାଯାଉଛି । ଏହା ସହିତ INSACOG ଲାବୋରେଟୋରୀରେ ନମୁନା ପଠାଇବା, ରକ୍ଷଣାବେକ୍ଷଣ, ପରୀକ୍ଷା ଓ ନମୁନା ପଠାଇବା ପାଇଁ ରାଜ୍ୟମାନଙ୍କୁ ନିୟମିତ ପରାମର୍ଶ ଦିଆଯାଉଛି ।
କରୋନା ଭୂତାଣୁର କରୋନା ଭୂତାଣୁର (B.1.1.7) ଏହି ନୂଆ ଷ୍ଟ୍ରେନ୍ ତିନି ଗୁଣ ଅଧିକ ସଂକ୍ରାମକ ବୋଲି କୁହାଯାଏ । ଯଦିଓ କୋଭିଡ-୧୯ ର ଏହି ନୂଆ ଷ୍ଟ୍ରେନ୍ କେତେ ବିପଜ୍ଜନକ ଏହା ସ୍ପଷ୍ଟ ନୁହେଁ । ବୈଜ୍ଞାନିକମାନେ ବର୍ତ୍ତମାନ ଏହାର ଜିନୋମ ଗଠନ ଉପରେ ଅନୁସନ୍ଧାନ କରୁଛନ୍ତି ଓ ଏଥିରେ ପରିବର୍ତ୍ତନ ଯୋଗୁଁ ଭୂତାଣୁ ଅଧିକ ବିପଜ୍ଜନକ କିମ୍ବା ଅସୁରକ୍ଷିତ ହୋଇପଡିଛି କି ନାହିଁ ଜାଣିବାକୁ ଚେଷ୍ଟା କରୁଛନ୍ତି ।