ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଗତ ୨୪ ଘଣ୍ଟାରେ ଦେଶରେ ୩୮,୦୦୦ରୁ ବେଶୀ କରୋନା ମାମଲା ସାମନାକୁ ଆସିଲା; ୪୪୯ ଜଣଙ୍କ ମୃତ୍ୟୁ ହେଲା

ଗତ ୨୪ ଘଣ୍ଟାରେ ଦେଶରେ ୩୮,୦୦୦ରୁ ବେଶୀ କରୋନା ମାମଲା ସାମନାକୁ ଆସିଲା; ୪୪୯ ଜଣଙ୍କ ମୃତ୍ୟୁ ହେଲା

ଦେଶରେ ପୁଣି ବଢ଼ିଲା କରୋନା ରୋଗୀଙ୍କ ସଂଖ୍ୟା । ଏ ପର୍ଯ୍ୟନ୍ତ ୪,୨୧,୬୬୫ ସକ୍ରିୟ ମାମଲାରୁ ୩୦,୩୦,୮୪୫୬ ଜଣଙ୍କୁ ଡିସଚାର୍ଜ୍ କରାଯାଇଛି ଓ ଦେଶରେ ୪,୧୪,୧୦୮ ଜଣଙ୍କର ମୃତ୍ୟୁ ଘଟିଛି ।

ଗତ ୨୪ ଘଣ୍ଟାରେ ଦେଶରେ ୩୮,୦୦୦ରୁ ବେଶୀ କରୋନା ମାମଲା ସାମନାକୁ ଆସିଲା; ୪୪୯ ଜଣଙ୍କ ମୃତ୍ୟୁ ହେଲା
ଦେଶରେ ନୂଆ କରୋନା ମାମଲା ଏବେ ବି ସାମନାକୁ ଆସୁଛି । (ପ୍ରତୀକାତ୍ମକ ଛବି) (ଏ.ଏଫ୍‌.ପି. ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଦ୍ୱିତୀୟ କରୋନା ଲହର ସମୟରେ ଭାରତରେ ଭାଇରସର ଆକଳନ ଦୁଇ କୋଟି ଅତିକ୍ରମ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୧୬୪ଟି ନୂଆ ମାମଲା ଦେଖିବାକୁ ମିଳିଥିବା ବେଳେ ୪୪୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩୮,୬୬୦ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ସକ୍ରିୟ ମାମଲାରେ ୯୯୫ ମାମଲା ହ୍ରାସ ପାଇଛି । କରୋନାର ସମୁଦାୟ ନିଶ୍ଚିତ ହୋଇଥିବା ମାମଲା ୩୧,୧୪୪,୨୨୯କୁ ବୃଦ୍ଧି ପାଇଛି ।

ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୪,୨୧,୬୬୫ ସକ୍ରିୟ ମାମଲାରୁ ୩୦,୩୦,୮୪୫୬ ଜଣଙ୍କୁ ଡିସଚାର୍ଜ୍ କରାଯାଇଛି ଓ ଦେଶରେ ୪,୧୪,୧୦୮ ଜଣଙ୍କର ମୃତ୍ୟୁ ହୋଇଛି। ଟିକାକରଣ ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ଦେଶରେ ୪୦,୬୪,୮୧,୪୯୩ ଲୋକଙ୍କୁ ଟିକା ଦିଆଯାଇଛି। ଏଥିମଧ୍ୟରୁ ୧୩,୬୩,୧୨୩ ଜଣଙ୍କୁ ରବିବାର ଟିକା ଦିଆଯାଇଥିଲା ।

ରବିବାର ଦିନ ମନ୍ତ୍ରଣାଳୟ ତରଫରୁ ଏକ ବିବୃତ୍ତିରେ କହୁଯାଇଛି ଯେ ୧୫,୭୫,୧୪୦ ଅଧିକ ଟିକା ପଠାଇବା ପ୍ରକ୍ରିୟା ଚାଲିଛି। ଏପର୍ଯ୍ୟନ୍ତ ସମସ୍ତ ଉତ୍ସରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୪୧,୯୯,୬୮,୫୯୦ ଟିକା ଉପଲବ୍ଧ କରାଯାଇଛି। ରବିବାର ସକାଳ ୮ଟା ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, ନଷ୍ଟ ହୋଇଥିବା ଟିକା ସମେତ ମୋଟ ୩୯,୪୨,୯୭,୩୪୪ ଟିକା ବ୍ୟବହାର କରାଯାଇଛି । ବର୍ତ୍ତମାନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ୨,୫୬,୭୧,୨୪୬ ଟିକା ଉପଲବ୍ଧ ଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଭାରତ ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ଯୋଗାଇ ସହାୟତା କରୁଛନ୍ତି । ଟିକାକରଣ ଅଭିଯାନର ନୂତନ ପର୍ଯ୍ୟାୟରେ, କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀଙ୍କ ଠାରୁ ୭୫ ପ୍ରତିଶତ ଟିକା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣାରେ ଯୋଗାଇ ଦେବେ। ଏହା ସହିତ ଆଇ.ସି.ଏମ.ଆର. (ICMR) କହିଛି ଯେ ରବିବାର ପର୍ଯ୍ୟନ୍ତ ଦେଶରେ ୪୪,୫୪,୨୨,୨୫୬ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ଗୋଟିଏ ଦିନରେ ୧୪,୬୩,୫୯୩ଟି ପରୀକ୍ଷା ହୋଇଥିଲା  ।

ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ କରୋନା ସଂକ୍ରମଣର ୩୫୭ଟି ନୂଆ ମାମଲା ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୫,୪୦,୬୭୭କୁ ବୃଦ୍ଧି ପାଇଛି ବୋଲି ସୋମବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରବିବାର ଦିନ ଏହି ନୂଆ ମାମଲା ନିଶ୍ଚିତ ହୋଇଛି ବୋଲି ସେ କହିଛନ୍ତି। ଏହି ଅଧିକାରୀ କହିଛନ୍ତି ଯେ ସଂକ୍ରମଣ ହେତୁ ଆଉ ଆଠ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି, ଏହି କାରଣରୁ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦,୯୧୨କୁ ବୃଦ୍ଧି ପାଇଛି। ଥାଣେରେ କୋଭିଡ କାରଣରୁ ହେଉଥିବା ମୃତ୍ୟୁ ହାର ୨.୦୧ ପ୍ରତିଶତ ରହିଛି ।

ରବିବାର ଦିନ ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ବୟାନ ଅନୁଯାୟୀ ଜାତୀୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣ ହେତୁ କାହାର ମୃତ୍ୟୁ ହୋଇନାହିଁ । ହେଲେ ୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ସହରରେ ସଂକ୍ରମଣ ହାର ୦.୦୭ ପ୍ରତିଶତ ରହିଛି । ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୦ ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି ।
Published by: Lipina Das
First published: July 19, 2021, 1:39 PM IST