ରାଜ୍ୟରେ ଆହୁରି ଲମ୍ବା ସମୟ ରହିପାରେ କରୋନା; କମ୍ ଲୋକଙ୍କ ଦେହରେ ଅଛି ଆଣ୍ଟିବଡି

କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିଲେ ବି ଏହା ସନ୍ତୋଷଜନକ ନୁହେଁ ବୋଲି ଏକ୍ସପର୍ଟମାନଙ୍କ ମତ। ଅନଲକ-୪ରେ ଅନେକ କଟକଣା କୋହଳ ହୋଇଥିବାରୁ ଲୋକେ କୋଭିଡ ନିୟମ ମାନିବାକୁ ନାରାଜ ।

ରାଜ୍ୟରେ ଆହୁରି ଲମ୍ବା ସମୟ ରହିପାରେ କରୋନା; କମ୍ ଲୋକଙ୍କ ଦେହରେ ଅଛି ଆଣ୍ଟିବଡି
ଭୁବନେଶ୍ୱରରେ ଏକ ପ୍ଲାଜମା ବ୍ୟାଙ୍କରେ ଜଣେ ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି ।
  • News18 Odia
  • Last Updated: September 13, 2020, 11:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା କିମ୍ୱା ଅକ୍ଟୋବର ଭିତରେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ଯାହା ଆକଳନ କରାଯାଉଛି ତାହା ହୁଏତ ଭୁଲ ପ୍ରମାଣିତ ହୋଇପାରେ ।  ଏକ୍ସପର୍ଟଙ୍କ ମତରେ ରାଜ୍ୟରେ ଟେଷ୍ଟିଂ ଅଧିକ ହେଉଥିବାରୁ ପଜିଟିଭ ସଂଖ୍ୟା ବଢୁଛି ସତ, ହେଲେ ଅନଲକ-୪ରେ କରୋନା କଟକଣା ଅନେକ କୋହଳ ହୋଇଯାଇଥିବାରୁ ଲୋକେ ବେପରୁଆ ହେଉଛନ୍ତି ।

ମୁଖ୍ୟ କଥା ହେଲା ଖୁବ କମ୍‌ ଲୋକଙ୍କ ଦେହରେ ଆଣ୍ଟିବଡି ଅଛି ବୋଲି ସେରୋ ସର୍ଭେଇଲାନ୍ସରେ ସ୍ପଷ୍ଟ ହୋଇଥିବା କାରଣରୁ ଆଗକୁ କରୋନା ଆହୁରି ବଢ଼ିବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ତେଣୁ ପୂର୍ବ ପରି ଜନସଚେତନତା ଉପରେ ଗୁରୁତ୍ୱ ଦେବାକୁ ମତ ରଖିଛନ୍ତି ସେମାନେ।

ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲେ ବି ଏହା ସନ୍ତୋଷଜନକ ନୁହେଁ ବୋଲି ଏକ୍ସପର୍ଟମାନଙ୍କ ମତ। ସେମାନଙ୍କ ମତରେ  ଟେଷ୍ଟିଂ ଅଧିକ ହେଉଥିବାରୁ  ପଜିଟିଭ ସଂଖ୍ୟା ବଢୁଛି । ହେଲେ ଅନଲକ-୪ରେ କରୋନାର ଅନେକ କଟକଣା କୋହଳ ହୋଇଯାଇଥିବାରୁ ଲୋକେ କୌଣସି କୋଭିଡ ନିୟମ ମାନିବାକୁ ନାରାଜ । ସେହି କାରଣରୁ ବଢ଼ୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା।

‘‘ସାରା ରାଜ୍ୟରେ ନ ହୋଇପାରେ, କିନ୍ତୁ ଭୁବନେଶ୍ୱର ସମେତ କିଛି ବଛା ବଛା ସହରରେ ସ୍ଥିତି ସାଙ୍ଘାତିକ ହୋଇପାରେ । କାରଣ ଜୀବିକା ସନ୍ଧାନରେ ବିଭନ୍ନ ପ୍ରାନ୍ତରୁ ଲୋକେ ସହରକୁ ଚାଲି ଆସୁଥିବାରୁ ସଂକ୍ରମଣ ପୁଣି ବଢ଼ିପାରେ । ସରକାରୀ ଭାବେ ଏହି ଦିଗ ଉପରେ ଗୁରୁତ୍ୱ ଦିଆଯିବା ଦରକାର,’’ କହିଛନ୍ତି ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଡାକ୍ତର  ମଧୁସୂଦନ ମିଶ୍ର  କହିଛନ୍ତି, ‘‘ଅଧିକ ଦିନ କରୋନା ରହିଲେ କମ୍ୟୁନିଟିରେ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୁଏ, ଯାହା ସେହି ନିର୍ଦ୍ଦିଷ୍ଟ ପ୍ରକାର ରୋଗର ସଂକ୍ରମଣକୁ ପ୍ରତିରୋଧ କରେ । କିନ୍ତୁ ଏ ପର୍ଯ୍ୟନ୍ତ କେବଳ ଭୁବନେଶ୍ବରରେ ମାତ୍ର ୫ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଛି ଯାହା ସନ୍ତୋଷଜନକ ନୁହେଁ । ସାମଗ୍ରିକ ଭାବେ କହିଲେ ରାଜ୍ୟର କୋଭିଡ ସ୍ଥିତି ମଧ୍ୟ ଚିନ୍ତାଜନକ । ହୁଏତ ଏହା ଦ୍ଵିତୀୟ ସଂକ୍ରମଣ ସ୍ରୋତକୁ ବାଟ କଢାଇପାରେ। ଏଥି ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଦରକାର । ଲୋକମାନେ ବି ଅଧିକ ସତର୍କ ହେବା ଜରୁରୀ ।’’



‘‘ଆଗକୁ ଛୁଟି ଦିନ ସବୁ ଆସୁଛି । ସେ ସମୟରେ କୋଭିଡର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ । ସେଥି ପାଇଁ ଉଭୟ ସରକାର ଓ ଜନ ସାଧାରଣ ସଚେତନ ରହିବା ଜରୁରୀ । ମୋଟ ଉପରେ ଲୋକେ ନିଜ ଆଡ଼ୁ ସଚେତନ ହେଲେ ଦ୍ୱିତୀୟ ଥର ସଂକ୍ରମଣରୁ ମୁକ୍ତି ମିଳିବ ନାହିଁ,’’ କହିଛନ୍ତି ସ୍ୱାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ଭାରତ କୁମାର ବେହେରା ।
Published by: Anand Shankar Thankur Das
First published: September 13, 2020, 11:43 PM IST
corona virus btn
corona virus btn
Loading