କରୋନା ଯୋଗୁଁ ବିଶ୍ୱରେ ୧୦ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ; ପୁଣି ଚୀନରେ ବ୍ୟାପିପାରେ

କରୋନା ମହାମାରୀ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ପ୍ରସିଦ୍ଧ ‘ଲାନସେଟ୍’ ପତ୍ରିକାରେ ଏକ ରିସର୍ଚ୍ଚ ପେପରରେ କୁହାଯାଇଛି । ଏହାର ପ୍ରଭାବ ୧୯୧୮ ମସିହାର H1N1 ଇନଫ୍ଲୁଏଞ୍ଜା (ସ୍ପାନିଶ୍‌ ଫ୍ଲୁ) ମହାମାରୀ ପରି ସାମନାକୁ ଆସିପାରେ ।

କରୋନା ଯୋଗୁଁ ବିଶ୍ୱରେ ୧୦ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ; ପୁଣି ଚୀନରେ ବ୍ୟାପିପାରେ
ଦିଲ୍ଲୀରେ କରୋନା ଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିର ଶବକୁ ପୋତାଯାଉଛି । (ରୟଟର୍ସ୍)
  • News18 Odia
  • Last Updated: June 10, 2020, 10:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଜିଂ: କରୋନା ଭାଇରସ୍ (Coronavirus) ସଂକ୍ରମଣରେ ବିଶ୍ୱରେ ଦଶ କୋଟି ଲୋକଙ୍କ ମୃତ୍ୟୁ (death of 10 crore people) ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଉପରେ ଗବେଷଣା ପ୍ରକାଶ କରୁଥିବା ‘ଲାନସେଟ୍’ (Lancet) ପତ୍ରିକା ଦ୍ୱାରା ଏହି ଦାବି କରାଯାଇଛି ।

ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପେପର (research paper)ରେ କୁହାଯାଇଛି ଯେ ୧୯୧୮ ମସିହାରେ ଘଟିଥିବା H1N1 ଇନ୍‌ଫ୍ଲୁଏଞ୍ଜା (ସ୍ପାନିଶ୍‌ ଫ୍ଲୁ) ଭଳି କରୋନା ମହାମାରୀର ପ୍ରକୋପ ବି ଭୟଙ୍କର ହୋଇପାରେ । ଉଲ୍ଲେଖନୀୟ କଥା ହେଉଛି ଯେ H1N1 ଇନଫ୍ଲୁଏଞ୍ଜା ଯୋଗୁଁ ବିଶ୍ୱରେ ୧୦ କୋଟି ଲୋକ ପ୍ରାଣ ହରାଇଥିଲେ । ପ୍ରସିଦ୍ଧ ମେଡିକାଲ୍ ଜର୍ଣ୍ଣାଲ୍ ‘ଲାନସେଟ୍’ରେ ପ୍ରକାଶିତ ଏହି ଗବେଷଣାତ୍ମକ ପେପରର ନାମ ‘ଆକ୍ଟିଭ୍ କେସ୍ ଫାଇଣ୍ଡିଂ ୱିଥ୍‌ କେସ୍ ମ୍ୟାନେଜମେଣ୍ଟ: ଦ କି ଟୁ ଟ୍ରାକିଂ ଦ କୋଭିଡ-୧୯ (COVID-19) ପାଣ୍ଡେମିକ୍’ ।

ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ଗାଓ ଫୁ’ଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣା ପେପରରେ ଏହା ମଧ୍ୟ ଦର୍ଶାଯାଇଛି ଯେ ମୌସୁମୀ ଇନ୍‌ଫ୍ଲୁଏଞ୍ଜା ରୋଗର ମୃତ୍ୟୁହାର ଅନୁପାତ (ସଂକ୍ରମଣ ମାମଲା ଓ ମୃତ୍ୟୁ ହାର, case-fatality ratio, CFR) ପ୍ରାୟ ୦.୧ ପ୍ରତିଶତ ଥିବା ବେଳେ ଚୀନର ହୁବେଇ ପ୍ରଦେଶରେ କୋଭିଡ-୧୯ର ଆନୁମାନିକ ମୃତ୍ୟୁହାର ଅନୁପାତ ୫.୯ ପ୍ରତିଶତ ଥିଲା ଓ ଚୀନର ଅନ୍ୟ ସମସ୍ତ ଅଞ୍ଚଳରେ ୦.୯୮ ପ୍ରତିଶତ ଥିଲା ।

ମୁମ୍ବାଇରେ ପୋଲିସ କର୍ମୀଙ୍କୁ ସାନିଟାଇଜ୍ କରାଯାଉଛି ।


ଗବେଷଣା ପେପରରେ ଏହା କୁହାଯାଇଛି ଯେ କରୋନା ସଂକ୍ରମଣ ବଢ଼ିବା ସହିତ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭୀଷଣ ପ୍ରଭାବ ପଡ଼ିବ ଓ ଏହା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ । COVID-19 ମହାମାରୀ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଏହି ପେପରରେ କୁହାଯାଇଛି । ଏହାର ପ୍ରଭାବ ୧୯୧୮ ମସିହାର H1N1 ଇନଫ୍ଲୁଏଞ୍ଜା ମହାମାରୀ ପରି ସାମନାକୁ ଆସିପାରେ । ସେହି ମହାମାରୀରେ CFR ୨ ପ୍ରତିଶତରୁ ଅଧିକ ଥିଲା ଏବଂ ସାରା ବିଶ୍ୱରେ ୫ କୋଟିରୁ ୧୦ କୋଟି ଲୋକଙ୍କ ମୃତ୍ୟୁ ଘଟିଥିଲା ।

କୋଭିଡ-୧୯ ଚୀନରେ ପୁଣି ହଇଚଇ ସୃଷ୍ଟି କରିପାରେ

ଗବେଷଣା ପେପରରେ ଦର୍ଶାଯାଇଛି ଯେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣର କୌଣସି ଜଣାଶୁଣା ଉତ୍ସ ମିଳିନାହିଁ, କିନ୍ତୁ ଆନ୍ତର୍ଜାତୀୟ ସ୍ତରରେ ବଢ଼ିଚାଲିଥିବା ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଚୀନର ପ୍ରାୟ ସମସ୍ତ ଜନସଂଖ୍ୟା SARS-CoV-2 ସଂକ୍ରମଣ ଯୋଗୁଁ ଅତି ସମ୍ବେଦନଶୀଳ ହୋଇ ରହିଛି ଓ ସେଥି ପାଇଁ COVID-୧୯ ମହାମାରୀର ବିପଦ ରହିଛି ବୋଲି ଏଥିରେ କୁହାଯାଇଛି ।

ଭାଇରସ୍ ଚୀନର ଉହାନ୍ ସହରକୁ ଫେରିପାରେ

ଚୀନ୍ ଦାବି କରିଛି ଯେ ଏହା କରୋନା ଭୂତାଣୁ ଉପରେ ସେଠାରେ ନିୟନ୍ତ୍ରଣ ଆସି ସାରିଛି । ଗତ ବର୍ଷ ମଧ୍ୟ ସମୟରେ ଚୀନର କେନ୍ଦ୍ରୀୟ ସହର ଉହାନରୁ ବାହାରିବା ପରେ ଏହି ଭୂତାଣୁ ବିଶ୍ୱ ସାରା ବ୍ୟାପିଗଲା । ଏହି ଅଧ୍ୟୟନରେ କୁହାଯାଇଛି ଯେ ଚୀନରେ କରୋନା ଭାଇରସ୍‌ ମହାମାରୀର ଦ୍ୱିତୀୟ ଲହର ଆସିବାର ବିପଦ ଅଛି କାରଣ ଦେଶର ପ୍ରାୟ ସମସ୍ତ ଜନସଂଖ୍ୟା ଏହି ଭାଇରସ୍‌ ପାଇଁ ଅତି ସମ୍ବେଦଶୀଳ ହୋଇ ରହିଛି । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ନିର୍ଦ୍ଦେଶାବଳୀଗୁଡିକର ରଣନୀତି ସଫଳ ହୋଇଛି, କିନ୍ତୁ ବିଶ୍ୱ ସାରା ଏହି ମହାମାରୀ ବ୍ୟାପୁଥିବାରୁ ଏହା ଚୀନରେ ପୁଣି ଆସିବାର ସମ୍ଭାବନା ରହିଛି ବୋଲି ଏହି ଅଧ୍ୟୟନରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 10:16 PM IST
corona virus btn
corona virus btn
Loading