କରୋନା ପ୍ରଭାବ: ରେଳ ଷ୍ଟେସନରେ ଭିଡ଼ କମେଇବା ପାଇଁ ପ୍ଲାଟଫର୍ମ ଟିକେଟର ଦାମ୍ ୫୦ ଟଙ୍କାକୁ ବଢ଼ିଲା

ଏସି କୋଚରୁ ସମସ୍ତ ପରଦା ହଟାଇ ନେବା ପାଇଁ ରେଳ ବୋର୍ଡ଼ ନିଜର ଜେନେରାଲ୍ ତଥା ଜୋନାଲ୍ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏସି କୋଚରେ ସର୍ବନିମ୍ନ ଏସି ତାପମାତ୍ରା ୨୪-୨୫°C ରେ ସ୍ଥିର ରଖିବାକୁ ମଧ୍ୟ ବୋର୍ଡ଼ ପକ୍ଷରୁ ପରାମର୍ଶ ଦିଆଯାଇଛି ।

କରୋନା ପ୍ରଭାବ: ରେଳ ଷ୍ଟେସନରେ ଭିଡ଼ କମେଇବା ପାଇଁ ପ୍ଲାଟଫର୍ମ ଟିକେଟର ଦାମ୍ ୫୦ ଟଙ୍କାକୁ ବଢ଼ିଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 17, 2020, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବିଶ୍ୱ ମହାମାରୀ କରୋନା ଭାଇରସର ବିସ୍ତାର କମୁ ନ ଥିବା ବେଳେ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ହ୍ରାସ କରି ଏହି ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳ ଦେଶର ୨୫୦ଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍‌ ୧୦ ଟଙ୍କାରୁ ବଢ଼େଇ ୫୦ ଟଙ୍କା କରିଛି।

ପଶ୍ଚିମ ରେଳବାଇ ଏହାର ଛଅଟି ଡିଭିଜନରେ – ମୁମ୍ବାଇ, ବଡ଼ୋଦରା, ଅହମଦାବାଦ, ରତଲାମ, ରାଜକୋଟ ଓ ଭାବନଗରର – ସମସ୍ତ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍‌ ୫୦ ଟଙ୍କାକୁ ବୃଦ୍ଧି କରିଛି। ରେଲୱେ ଅଧିକାରୀଙ୍କ କହିବାନୁସାରେ ଦେଶରେ ପ୍ରାୟ ୨୫୦ଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଛି ।

‘‘କରୋନା ଭାଇରସ୍ ସମସ୍ୟାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମ ଟିକେଟର ଦାମ୍‌ ବୃଦ୍ଧି କରାଯାଇଛି,’’ ଜଣେ ରେଳ ଅଧିକାରୀ କହିଛନ୍ତି ।

ଏହି ଦାମ୍‌ ବୃଦ୍ଧି ରେଲୱେର ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଉଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମ ରେଳବାଇ ଓ କେନ୍ଦ୍ରୀୟ ରେଳବାଇ ଏହାକୁ କେତେକ ଷ୍ଟେସନରେ ଲାଗୁ କରିଛନ୍ତି । ପୂର୍ବ ତଟ ରେଳବାଇ (ଇଷ୍ଟ୍‌ କୋଷ୍ଟ୍‌ ରେଲୱେ) ଓ ଦକ୍ଷିଣ ପୂର୍ବ ରେଳବାଇ (ସାଉଥ୍‌ ଇଷ୍ଟର୍ଣ୍ଣ ରେଲୱେ) ଏ ପର୍ଯ୍ୟନ୍ତ ଏହି ଦାମ୍‌ ବୃଦ୍ଧି ଲାଗୁ କରିବା ବିଷୟରେ ନିରିଣ୍ଣୟ ନେଇ ନାହାନ୍ତି । ଇଷ୍ଟ୍‌ କୋଷ୍ଟ୍‌ ରେଲୱେର ଜଣେ ଅଧିକାରୀ କହିଛନ୍ତି ଯେ ଓଡ଼ିଶାରେ ଏହି ଦାମ୍‌ ବୃଦ୍ଧି ଲାଗୁ ହୋଇ ନ ପାରେ କାରଣ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଭାଇରସ୍‌ ଜନିତ ସମସ୍ୟା ନିୟନ୍ତ୍ରଣରେ ଅଛି ।

ମଙ୍ଗଳବାର ଦିନ CSMT, ଠାଣେ, ଦାଦର ଓ କଲ୍ୟାଣ ରେଳ ଷ୍ଟେସନରେ ସ୍ବେଚ୍ଛାସେବୀ ଇନଫ୍ରାଡ୍ ଥର୍ମୋମିଟର ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ଏସି କୋଚରୁ ସମସ୍ତ ପରଦା ହଟାଇ ନେବା ପାଇଁ ରେଳ ବୋର୍ଡ଼ ନିଜର ଜେନେରାଲ୍‌ ତଥା ଜୋନାଲ୍‌ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦେଇଛି । ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଏସି ବଗିର ସେବାରୁ କମ୍ବଳ ପ୍ରତ୍ୟାହାର କରାଯିବା ଉଚିତ ବୋଲି ମଧ୍ୟ ବୋର୍ଡ଼ କହିଛି ।

ସର୍ବନିମ୍ନ ଏସି ତାପମାତ୍ରା ୨୪-୨୫° C ରେ ସ୍ଥିର କରିବାକୁ ଓ କିଛି ଅଧିକ ସଂଖ୍ୟାରେ ସଫାହୋଇଥିବା ବେଡ୍ ସିଟ୍ ପ୍ରତି ଏସି କୋଚରେ ରଖିବାକୁ ମଧ୍ୟ ବୋର୍ଡ଼ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି ଆବଶ୍ୟକ ହୁଏ ତାହେଲେ ତାଜା ସଫ ହୋଇଥିବା କଭରଗୁଡ଼ିକୁ ପ୍ରଥମ ଏସି (ଫଷ୍ଟ୍‌ ଏସି) ରୋଚଗୁଡ଼ିକରେ ଯୋଗାଇ ଦିଆଯିବ । ସବୁ ପରଦା ଓ ଅତିରିକ୍ତ କମ୍ବଳ ଧୋଇ ଶୁଖାଯିବ ଓ ପରିଷ୍କାର, ଶୁଖିଲା ସ୍ଥାନରେ ରଖାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ନିର୍ଦ୍ଦେଶ ଅନୁଯାୟୀ ସିଲ୍ ପ୍ୟାକେଟରେ ଶହ ଶହ ତାଜା ସଫା ହୋଇଥିବା ଲାଇନନ୍ (ବେଡ୍‌ ସିଟ୍‌ ଆଦି) ଯୋଗାଇ ଦିଆଯିବ  । ଏହି ପଦକ୍ଷେପଗୁଡ଼ିକ ବିଷୟରେ ଏସି ଯାତ୍ରୀମାନଙ୍କୁ ମଧ୍ୟ IVRS / sms ମାଧ୍ୟମରେ ଏକ ସଂକ୍ଷିପ୍ତ ବାର୍ତ୍ତା ପଠାଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ରେଳ ଅଧିକାରୀ ।
First published: March 17, 2020, 7:01 PM IST
corona virus btn
corona virus btn
Loading