ରାଜ୍ୟରେ ଠିକଣା ବଦଳାଉଛି କରୋନା; ନନ-ହଟସ୍ପଟ୍ ଅଞ୍ଚଳ ଏବେ ପାଲଟୁଛି ହଟସ୍ପଟ୍ ଜୋନ୍

ସରକାରୀ ତଥ୍ୟ ଅନୁଯାୟୀ ଗତ କିଛି ମାସ ଧରି କରୋନା ସଂକ୍ରମଣର ହଟସ୍ପଟ୍ ଥିଲା ଗଞ୍ଜାମ ଜିଲ୍ଲା । କିନ୍ତୁ ଗତ ଦୁଇ ଦିନର ସରକାରୀ ତଥ୍ୟ ଅନୁସାରେ ଏବେ ଗଞ୍ଜାମ ଜିଲ୍ଲାର ସ୍ଥାନ ନେଇଛି ଖୋର୍ଦ୍ଧା ଜିଲ୍ଲା ।

ରାଜ୍ୟରେ ଠିକଣା ବଦଳାଉଛି କରୋନା; ନନ-ହଟସ୍ପଟ୍ ଅଞ୍ଚଳ ଏବେ ପାଲଟୁଛି ହଟସ୍ପଟ୍ ଜୋନ୍
ନନ-ହଟସ୍ପଟ୍ ଅଞ୍ଚଳରେ କରୋନା ବ୍ୟାପିବାର ମୁଖ୍ୟ କାରଣ ହେଲା ଜୀବନ ଓ ଜୀବିକା ।
  • News18 Odia
  • Last Updated: August 8, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଲଗାତର ନିଜ ଠିକଣା ବଦଳାଇ ଚାଲିଛି । ଗୋଟିଏ ପଟେ ହଟସ୍ପଟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ଆର ପଟେ ନନ-ହଟସ୍ପଟ ଅଞ୍ଚଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଦୁଇ ଦିନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ତଥ୍ୟରୁ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ତଥ୍ୟ ସହିତ ସହମତି ପ୍ରକାଶ କରିଛନ୍ତି ଏକ୍ସପର୍ଟମାନେ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ କରୋନା ସଂକ୍ରମଣର ପରିଧି ଏବେ କେବଳ ହଟସ୍ପଟ ଜିଲ୍ଲା ଭିତରେ ସୀମିତ ନାହିଁ । ଧୀରେ ଧୀରେ ନନ-ହଟସ୍ପଟ ଅଞ୍ଚଳ ପାଲଟିଛି କରୋନାର ନୂଆ ଠିକଣା। ସରକାରୀ ତଥ୍ୟ ଅନୁଯାୟୀ ଗତ କିଛି ମାସ ଧରି କରୋନାର ହଟସ୍ପଟ ଥିଲା ଗଞ୍ଜାମ ଜିଲ୍ଲା । କିନ୍ତୁ ଗତ ଦୁଇ ଦିନର ସରକାରୀ ତଥ୍ୟ ଅନୁସାରେ ଏବେ ଗଞ୍ଜାମ ଜିଲ୍ଲାର ସ୍ଥାନ ନେଇଛି ଖୋର୍ଦ୍ଧା ଜିଲ୍ଲା । ଗଞ୍ଜାମ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏବେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଗତ ୬ ତାରିଖ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୯୮ । ୭ ତାରିଖରେ ଉଭୟ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟ ସମାନ ଥିଲା । ସବୁ ଠାରୁ ବଡ଼ କଥା ହେଲା ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଅଞ୍ଚଳ ପୂର୍ବରୁ ନନ-ହଟସ୍ପଟ ଥିବା ବେଳେ ଏବେ ଏସବୁ ପାଲଟିଛି ହଟସ୍ପଟ ଜୋନ୍‌ । କାରଣ ଏ ସବୁ ଅଞ୍ଚଳରେ କ୍ରମାଗତ ଭାବେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା।

କରୋନା ସଂକ୍ରମଣର ପରିଧି ଏବେ କେବଳ ହଟସ୍ପଟ ଜିଲ୍ଲା ଭିତରେ ସୀମିତ ନାହିଁ ।


ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ

‘‘ଏହାର ମୁଖ୍ୟ କାରଣ ହେଲା ଜୀବନ ଓ ଜୀବିକା। ପ୍ରାରମ୍ଭିକ ପର୍ଯ୍ୟାୟରେ ଲକଡାଉନ ସମୟରେ କେବଳ ବାହାର ରାଜ୍ୟରୁ ଆସୁଥିବା ଲୋକେ ସଂକ୍ରମିତ ହେଉଥିଲେ । ପରେ ଲକଡାଉନ କୋହଳ ହେବା କାରଣରୁ ଏବେ ସ୍ଥାନୀୟ ସଂକ୍ରମଣ ବଢ଼ିଛି ଓ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ହୁଏତ ଟେଷ୍ଟିଂ ବଢ଼ୁଥିବାରୁ ନୂଆ ନୂଆ ଅଞ୍ଚଳରେ କରୋନା ପଜିଟିଭ ସାମ୍ନାକୁ ଆସୁଛନ୍ତି । କିନ୍ତୁ ଗୋଷ୍ଠୀ ସଂକ୍ରମଣ ଯେ ବଢୁଛି ଏକଥାକୁ ଅସ୍ବୀକାର କରାଯାଇ ନ ପାରେ,’’ କହିଛନ୍ତି ଭୁବନେଶ୍ୱରସ୍ଥ ହେଲଥ ଭିଲେଜ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଶୋଭନ ରଥ ।



ଆଇ.ଏଲ.ଏସ.ର ବୈଜ୍ଞାନିକ ଡଃ ସନ୍ଦୀପ ମିଶ୍ର କହିଛନ୍ତି, ‘‘ସରକାରୀ କଟକଣା ସତ୍ତ୍ୱେ ଲୋକଙ୍କ ଅମାନିଆପଣ କାରଣରୁ କରୋନା ତା’ର ଠିକଣା ବଦଳାଇବାରେ ଲାଗିଛି । ପୂର୍ବରୁ ଲକ୍ଷଣ ନ ଥିବା ଲୋକଙ୍କ ଦେହରେ କରୋନା ଭୂତାଣୁ ଆତ୍ମପ୍ରକାଶ କରିଛି । କରୋନା ରୂପ ବଦଳାଉଥିବାର କାରଣ ଜଳବାୟୁ ପରିବର୍ତ୍ତନ, ହେଲେ ବିଭିନ୍ନ କାରଣରୁ ଏହା ଠିକଣା ମଧ୍ୟ ବଦଳାଉଛି । ସାଙ୍ଘାତିକ କଥା ହେଲା ଏହି ଠିକଣା ବଦଳାଉଥିବା କରୋନା ଆଗକୁ ଅଧିକ କ୍ଷତି ଘଟାଇପାରେ ।’’
Published by: Anand Shankar Thankur Das
First published: August 8, 2020, 11:59 PM IST
corona virus btn
corona virus btn
Loading