ରୂପ ବଦଳାଉଛି କରୋନା; ନୂଆ ଲକ୍ଷଣ ସାମନାକୁ ଆସୁଛି; ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ

କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ରୋଗର ଲକ୍ଷଣ ବଦଳିବା ଚିନ୍ତାଜନକ ବୋଲି ସ୍ବାସ୍ଥ୍ୟ ସେବା ପରିଚାଳକମାନେ ମତ ଦେଇଛନ୍ତି । କରୋନା ସଂକ୍ରମଣର ନୂଆ ଲକ୍ଷଣ ଚିକିତ୍ସା କ୍ଷେତ୍ରରେ ବାଧକ ସାଜିପାରେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବାରମ୍ବାର ବଦଳୁଥିବା କରୋନା ରୋଗର ଲକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଏହି ମହାମାରୀ ରୂପ ବଦଳାଉଛି । ସଂକ୍ରମଣ ଆରମ୍ଭ ହେବା ସପ୍ତାହଗୁଡ଼ିକରେ ଡାକ୍ତରମାନେ ମତ ଦେଇଥିଲେ ଯେ ଜ୍ଵର, ଥଣ୍ଡା, କାଶ ବା ଗଳା ଦରଜ ହେବା ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଗଲେ ତାହା କରୋନା ଲକ୍ଷଣ ହୋଇପାରେ। କିନ୍ତୁ ସମୟ ବଦଳିବା ଅନୁସାରେ ବଦଳିବାରେ ଲାଗିଛି କରୋନା ରୋଗର ଲକ୍ଷଣ । ଏବେ ଏକ୍ସପର୍ଟମାନଙ୍କ ମତରେ ପତଳା ଝାଡ଼ା ହେବା, ଏକ  ନିର୍ଦ୍ଦିଷ୍ଟ ପ୍ରକାରର କାଶ ହେବା ଓ ଛାତିରେ ଯନ୍ତଣା ହେବା ମଧ୍ୟ କରୋନା ଲକ୍ଷଣ ହୋଇପାରେ । ବାରମ୍ବାର ଲକ୍ଷଣ ବଦଳାଇବାରେ ଲାଗିଛି ଏହି ମହାମାରୀ, ଆଉ ବଢ଼େଇଛି ଚିନ୍ତା ।

‘‘କରୋନା ଭାଇରସ୍‌ ସଂକ୍ରମଣ ରୂପ ବଦଳାଉଥିବା ଅମୁଳକ ନୁହେଁ, ସତ। ଗତ କିଛି ମାସ ଭିତରେ ବଦଳିବାରେ ଲାଗିଛି ଏହି ରୋଗରେ ଆକ୍ରାନ୍ତଙ୍କ ଲକ୍ଷଣ । ଏବେ ଡାକ୍ତରଙ୍କ ମତରେ ପତଳା ଝାଡ଼ା ହେବା ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର କାଶ ମଧ୍ୟ କରୋନା ଲକ୍ଷଣ ହୋଇପାରେ । ଛାତି ଯନ୍ତ୍ରଣା ବି କରୋନାର ଲକ୍ଷଣ ହୋଇପାରେ,’’ କହିଛନ୍ତି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ସନ୍ଦୀପ ମିଶ୍ର ।

ସେ ଆହୁରି କହିଛନ୍ତି ଯେ ଅନେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ରୋଗର ଜୀବାଣୁ ବା ଭୂତାଣୁମାନେ ରୂପ ବଦଳାଇବା ନଜିର ଅଛି । ତା’ ସହିତ ସେହି ରୋଗର ଲକ୍ଷଣ ମଧ୍ୟ ବଦଳିଥାଏ। କରୋନା ରୋଗରେ ମଧ୍ୟ ସେଭଳି ହୋଇଛି ବୋଲି କୁହାଯାଇପାରେ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ରୋଗର ଲକ୍ଷଣ ବଦଳିବା ଚିନ୍ତାଜନକ ବୋଲି ସ୍ବାସ୍ଥ୍ୟ ସେବା ପରିଚାଳକମାନେ ମତ ଦେଇଛନ୍ତି । ସ୍ବାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ଭାରତ କୁମାର ବେହେରା କହିଛନ୍ତି, ‘‘କରୋନା ଭୂତାଣୁର ୩ଟି ଷ୍ଟ୍ରେନର ତଥ୍ୟ ଆସିବା ପରେ ଏବେ ରୋଗର ଲକ୍ଷଣ ବଦଳିବା ନିହାତି ଭାବେ ଚିନ୍ତାଜନକ । କାରଣ ଏହା ଚିକିତ୍ସା କ୍ଷେତ୍ରରେ ବାଧକ ହେବ ।’’

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ହେଲଥ ଭିଲେଜ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଶୋଭନ କୁମାର ରଥ କହିଛନ୍ତି, ‘‘ଏକାଧିକ ପ୍ରକାର ପଦ୍ଧତିରେ କୋଭିଡ-୧୯ ଭୂତାଣୁର ପରୀକ୍ଷା କରଯାଇଥାଏ । ସେଗୁଡ଼ିକ ହେଲା ଏଚ.ଆର.ସି.ଟି.ସି., ଆଣ୍ଟିଜେନ, ଆଣ୍ଟିବଡି ଇତ୍ୟାଦି । ଏବେ ଏ ସବୁ ପଦ୍ଧତି ଏତେ ସଠିକ ଫଳ ପ୍ରଦାନ କରୁ ନ ଥିବା କୁହାଯାଉଛି । ତେଣୁ ଏବେ ଏଚ.ଆର.ସି.ଟି.ସି. ସହିତ ସିଟି ଫୋରାକ ମେଥଡ଼କୁ ଗୁରୁତ୍ତ୍ୱ ଦିଆଯିବା ଦରକାର । ଅଧିକ ଟେଷ୍ଟିଂ ସମୟରେ ଏହି ପଦ୍ଧତି ବ୍ୟବହାର ହେବା ଉଚିତ।’’



ଦୁଇ ମିନିଟ ସମୟ ଦେଇ ଦୟାକରି ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।
Published by:Anand Shankar Thankur Das
First published: