କରୋନା ଭାଇରସ୍ ସଂକ୍ରମଣ ବାୟୁରେ ବ୍ୟାପେ ନାହିଁ ବୋଲି ସ୍ପଷ୍ଟ କରିଛି ଆଇ.ସି.ଏମ୍.ଆର୍.

ଯଦି କରୋନା ଭାଇରସ୍ ସଂକ୍ରମଣ ଡ୍ରପଲେଟ୍ (କାଶ ଓ ଛିଙ୍କର ଜଳ ବିନ୍ଦୁ) ଦ୍ୱାରା ନ ବ୍ୟାପି ବାୟୁ ଦ୍ୱାରା ବ୍ୟାପୁଥାଆନ୍ତା, ତାହେଲେ ପରିବାରର ପ୍ରତ୍ୟେକ ବ୍ୟକ୍ତି ସଂକ୍ରମିତ ହେଉଥାନ୍ତେ ବୋଲି କହିଛନ୍ତି ଆଇ.ସି.ଏମ୍.ଆର୍.ର ଜଣେ ଅଧିକାରୀ ।

କରୋନା ଭାଇରସ୍ ସଂକ୍ରମଣ ବାୟୁରେ ବ୍ୟାପେ ନାହିଁ ବୋଲି ସ୍ପଷ୍ଟ କରିଛି ଆଇ.ସି.ଏମ୍.ଆର୍.
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣରେ ଏ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩,୫୭୭ ହୋଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) କହିଛି ଯେ କରୋନା ଭାଇରସ୍‌ ସଂକ୍ରମଣ ବାୟୁବାହିତ ନୁହେଁ ।

‘‘ଯଦି କରୋନା ଭାଇରସ୍‌ ସଂକ୍ରମଣ ଡ୍ରପଲେଟ୍ (କାଶ ଓ ଛିଙ୍କର ଜଳ ବିନ୍ଦୁ) ଦ୍ୱାରା ନ ବ୍ୟାପି ବାୟୁ ଦ୍ୱାରା ବ୍ୟାପୁଥାଆନ୍ତା, ତାହେଲେ ପରିବାରର ପ୍ରତ୍ୟେକ ବ୍ୟକ୍ତି ସଂକ୍ରମିତ ହେଉଥାନ୍ତେ, ଆଉ ଡାକ୍ତରଖାନାର ଥିବା ଅନ୍ୟ ରୋଗୀ ବି ଏଥିରେ ସଂକ୍ରମିତ ହେଉଥାଆନ୍ତେ,’’ ଆଇ.ସି.ଏମ୍‌.ଆର୍‌.ର ଜଣେ ଅଧିକାରୀ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ନିଜ ଦୈନିକ ପ୍ରେସ୍‌ ମିଟରେ କହିଛନ୍ତି ଯେ ଗତ କାଲି ଠାରୁ ଏ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ ସଂକ୍ରମଣର ୪୭୨ଟି ନୂଆ ମାମଲା ଚିହ୍ନଟ ହୋଇଛି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

ଇତି ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଜଣ ପୂର୍ବତନ ରାଷ୍ଟ୍ରପତି – ପ୍ରଣବ ମୁଖାର୍ଜୀ ଓ ପ୍ରତୀଭା ପାଟିଲ – ତଥା କଂଗ୍ରେସ୍‌ ପାର୍ଟିର ମୁଖ୍ୟ ସୋନିଆ ଗାନ୍ଧୀ, ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟ ମନ୍ତ୍ରୀ ଅଖିଳେଶ ଯାଦବ, ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ, ଏଚ୍‌. ଡି. ଦେବଗୌଡ଼ ଓ ଅନ୍ୟ କେତେକ ବିରୋଧୀ ଦଳର ନେତାମାନଙ୍କ ସହିତ ଦେଶର କୋଭିଡ-୧୯ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।

ସଦ୍ୟ ତଥ୍ୟ ଅନୁସାରେ କରୋନା ଭାଇରସ୍ ମହାମାରୀ ଯୋଗୁଁ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୫ଟି ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ ରବିବାର ଦିନ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୫୭୭କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରୁ ୩,୨୧୯ଟି ସକ୍ରିୟ କୋଭିଡ-୧୯ ମାମଲା ଅଛି ଓ ୨୭୪ ଜଣ ଆରୋଗ୍ୟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ।
First published: April 5, 2020, 8:26 PM IST
corona virus btn
corona virus btn
Loading