କରୋନା ସଙ୍କଟର ସମୟ ସରିନି: ରାଜ୍ୟରେ ସଂକ୍ରମଣ ହାର ପ୍ରତି ଛଅ ଦିନରେ ଦ୍ୱିଗୁଣିତ ହେଉଛି

ରାଜ୍ୟରେ ଏବେ ୩୪ଟି କୋଭିଡ ହସ୍ପିଟାଲ ଅଛି ଓ ସେଥିରେ ମୋଟ ପାଖାପାଖି ୫,୪୯୩ ଶଯ୍ୟା ଅଛି । ରାଜ୍ୟରେ ଏବେ ICU ସଂଖ୍ୟା ୨୯୬ । ରାଜ୍ୟରେ ସଂକ୍ରମିତଙ୍କ ବୃଦ୍ଧି ହାର ଦେଖିଲେ ଖୁବ୍ ଶୀଘ୍ର ଏହି ସୁବିଧା କମ୍ ପଡ଼ିପାରେ ।

କରୋନା ସଙ୍କଟର ସମୟ ସରିନି: ରାଜ୍ୟରେ ସଂକ୍ରମଣ ହାର ପ୍ରତି ଛଅ ଦିନରେ ଦ୍ୱିଗୁଣିତ ହେଉଛି
ଭୁବନେଶ୍ୱରରେ ଏକ କଳାକାର ଗୃପ୍ ଦ୍ୱାରା କରୋନା ଭାଇରସ୍ ବିଷୟରେ ସଚେତନତା ପାଇଁ ତିଆରି ହୋଇଥିବା ମଡେଲ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ପଜିଟିଭ ସଂଖ୍ୟା। ଦୁଇ ମାସ ଭିତରେ ସଂଖ୍ୟା ୮୦୦ ପାର୍ କରିଛି। ଚିନ୍ତାଜନକ ବିଷୟ ହେଲା ଏବେ ରାଜ୍ୟରେ କରୋନା ହାର ପ୍ରତି ଛଅ ଦିନରେ ଦ୍ବିଗୁଣିତ ହେବାରେ ଲାଗିଛି ଯାହା ଜାତୀୟ ହାର ଠାରୁ ମଧ୍ୟ ଅଧିକ । ଭୂତାଣୁ ବିଶେଷଜ୍ଞଙ୍କ ମତରେ ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଯୁଦ୍ଧରେ ଜୀବନ ଜୀବିକା ସହିତ କରୋନା ଭୂତାଣୁକୁ ବି ନେଇ ଚାଲିବାକୁ ପଡ଼ିବ । ଏହା ଆଗକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାର ସମ୍ଭାବନା ଥିବା ବେଳେ ସେଥି ପାଇଁ ପ୍ରସ୍ତୁତ ରହିବାକୁ ମତ ରଖିଛନ୍ତି ସ୍ବାସ୍ଥ୍ୟ ସେବା ବିଶେଷଜ୍ଞ ଓ ଡାକ୍ତରମାନେ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ମାତ୍ର ଦୁଇ ମାସରେ ପଜିଟିଭ ସଂଖ୍ୟା ୮୦୦ ଟପିବା ସହିତ ପ୍ରତି ଛଅ ଦିନରେ ଡବଲ ହେଉଛି ସଂକ୍ରମଣ ହାର ।  ଏବେ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ କରୋନା ନିଜ ଉପସ୍ଥିତି ଜାହିର କରିଥିବାବେଳେ ଚାରୋଟି ଜିଲ୍ଲାରେ – ଗଞ୍ଜାମ, ଯାଜପୁର, ବାଲେଶ୍ଵର ଓ ଭଦ୍ରକ – ସ୍ଥିତି ଜଟିଳ ହେବାରେ ଲାଗିଛି । ମହିଳାଙ୍କ ତୁଳନାରେ ପୁରୁଷ ସଂକ୍ରମଣ ହାର ଅଧିକ ଥିବା ସହିତ ୧୫ରୁ ୪୦ ବର୍ଷ ଲୋକଙ୍କ ଭିତରେ ସଂକ୍ରମଣ ହାର ଅଧିକ ହେଉଛି। ତେବେ କିଛିଟା ଆଶ୍ୱସ୍ତିର କଥା ହେଲା ରାଜ୍ୟରେ କରୋନା ଜନିତ ସଂକ୍ରମଣ ହାର ମାତ୍ର ୦.୯୧  ପ୍ରତିଶତ ଭିତରେ ସୀମିତ ରହିଛି ।

‘‘ରାଜ୍ୟରେ ଏବେ ସୁଦ୍ଧା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିଲେ ବି ଆଗକୁ ସଂକ୍ରମଣ ବଢିବା ନିଶ୍ଚିତ। କାରଣ ହେଲା ଦିନକୁ ଦିନ ନମୂନା ପରୀକ୍ଷା ସଂଖ୍ୟା ବଢିବାରେ ଲାଗିଛି । ତେଣୁ କରୋନା ଭୂତାଣୁର ଏବେ ମୁଳୋତ୍ପାଟନ ହୋଇ ପାରିବ ନାହିଁ । ଭୂତାଣୁ ସହ ଲମ୍ବା ଯୁଦ୍ଧରେ ଆମକୁ କରୋନାକୁ ସାଥିରେ ନେଇ ଆଗକୁ ବଢିବାକୁ ହେବ,’’ କହିଛନ୍ତି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ଭୂତାଣୁ ଗବେଷକ ଡଃ ସନ୍ଦୀପ ମିଶ୍ର ।

ରାଜ୍ୟରେ ଜିଲ୍ଲାମାନଙ୍କର ତାଜା କରୋନା ସଂକ୍ରମଣ ତଥ୍ୟ ମ୍ୟାପ୍


ରାଜ୍ୟ ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୧୫ ମାର୍ଚ୍ଚ ୨୦୨୦ରେ ଚିହ୍ନଟ ହୋଇଥିଲା ରାଜ୍ୟର ପ୍ରଥମ କରୋନା ପଜିଟିଭ । ଏହାର ୪୦ ଦିନ ପରେ ଅର୍ଥାତ ଅପ୍ରେଲ ୨୫ରେ ଏହି ପଜିଟିଭ ସଂଖ୍ୟା ୧୦୦ ଛୁଇଁଥିଲା । ଏହାର ଠିକ ୧୧ ଦିନ ପରେ ପଜିଟିଭ ସଂଖ୍ୟା ୨୦୦ ଟପିଥିବା ବେଳେ ଦୁଇ ମାସ ଭିତରେ ପଜିଟିଭ ସଂଖ୍ୟା ୮୦୦ ଟପିଛି। ନିହାତି ଚିନ୍ତାଜନକ ବିଷୟ ହେଲା ରାଜ୍ୟରେ ଏବେ ହାରାହାରି ଛଅ ଦିନରେ ଡବଲ ହେଉଛି ସଂଖ୍ୟା, ଯାହା ଜାତୀୟ ହାରଠାରୁ ଅଧିକ ।

ସ୍ବାସ୍ଥ୍ୟ ପରିଚାଳନା ବିଶେଷଜ୍ଞ ବିଷ୍ଣୁ ଚରଣ ପଣ୍ଡା କହିଛନ୍ତି: ‘‘ରାଜ୍ୟରେ ଏବେ ସୁଦ୍ଧା ୩୪ଟି କୋଭିଡ ହସ୍ପିଟାଲ ଥିବା ବେଳେ ମୋଟ ଶଯ୍ୟା ସଂଖ୍ୟ ୫,୪୯୩ରୁ ଅଧିକ । ସେହିଭଳି ଆଇ ସି ୟୁ ସଂଖ୍ୟା ୨୯୬ । ଚିନ୍ତାର କାରଣ ହେଲା ଯେଉଁ ହାରରେ କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି ଖୁବ ଶୀଘ୍ର ଏହି ମେଡ଼ିକାଲ ବେଡ଼ ସଂଖ୍ୟା କମ୍‌ ପଡିବ । ସେଥି ପାଇଁ ଏବେ ଠାରୁ ରାଜ୍ୟ ସରକାର ପ୍ରସ୍ତୁତ ହେବା ଜରୁରୀ । ନିହାତି ଭାବେ କୋଭିଡ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରିବା ଦରକାର ।’’

‘‘କରୋନାକୁ ପ୍ରତ୍ୟେକ ଲୋକ ଏବେ ନିଜ ଆଡୁ ଚ୍ୟାଲେଞ୍ଜ କରିବା ଦରକାର । ଅର୍ଥାତ ସରକାରୀ ନିୟମ ଅନୁସାରେ ସାମାଜିକ ଦୂରତ୍ୱକୁ ମାନିବା ଦରକାର । କରୋନାଉପରେ କାବୁ ପାଇବାକୁ ସମୟ ଲାଗିବ,’’ କହିଛନ୍ତି ଭୁବନେଶ୍ୱର ହାଇଟେକ ହସ୍ପିଟାଲର ଡାକ୍ତର ଅମରିତ ପାଟଯୋଶୀ ।

ଜୀବନ ସହିତ ଜୀବିକାକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ ଏବେ କୋହଳ ହେବାରେ ଲାଗିଛି କୋଭିଡ-୧୯ କଟକଣା । ତେଣୁ ନିଜ ଆଡୁ ସଂଯମ ଜରୁରୀ । ନ ହେଲେ ସ୍ଥିତି ସାଙ୍ଘାତିକ ହେବ ବୋଲି ବିଶେଷଜ୍ଞଙ୍କମାନେ ମତ ରଖିଛନ୍ତି ।

ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ଏହା ବି ପଢ଼ନ୍ତୁ: ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ଫନ; ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 17, 2020, 9:27 PM IST
corona virus btn
corona virus btn
Loading