ଚକ୍ରାନ୍ତ: ନେପାଳ ସୀମା ଦେଇ ଭାରତ ଭିତରକୁ କରୋନା ସଂକ୍ରମିତ ଲୋକଙ୍କୁ ପଠାଯାଉଛି!

ଏ ପର୍ଯ୍ୟନ୍ତ ୪୦ରୁ ୫୦ କରୋନା ସନ୍ଦିଗ୍ଧ ବ୍ୟକ୍ତି ଭାରତରେ ପହଞ୍ଚିସାରିଛନ୍ତି ଓ ତାଙ୍କ ଉଦ୍ଦେଶ୍ୟ କେବଳ ଭାରତରେ କରୋନା ଭାଇରସର ବିସ୍ତାର କରିବା ବୋଲି ଏହି ଚିଠିରୁ ଜଣା ପଡ଼ିଛି ।

ଚକ୍ରାନ୍ତ: ନେପାଳ ସୀମା ଦେଇ ଭାରତ ଭିତରକୁ କରୋନା ସଂକ୍ରମିତ ଲୋକଙ୍କୁ ପଠାଯାଉଛି!
ଗତ ବର୍ଷ ନଭେମ୍ବରରେ ନେପାଳରେ ଭାରତ-ବିରୋଧୀ ପ୍ରଦର୍ଶନର ଏକ ଦୃଶ୍ୟ । (ରୟଟର୍ସ୍)
  • News18 Odia
  • Last Updated: April 10, 2020, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: କରୋନା ଭାଇରସ୍ ବିରୋଧରେ ଦେଶରେ ଚାଲିଥିବା ଯୁଦ୍ଧ ଜିତିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସବୁ ପ୍ରକାର ଉଦ୍ୟମ କରୁଥିବା ସମୟରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଲକ୍ଷ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କରିବା । ଏମିତି କିଛି ଲୋକଙ୍କ ବିଷୟରେ ଜଣା ପଡ଼ିଛି ।

କିଛି କରୋନା ସଂକ୍ରମିତ ଲୋକଙ୍କୁ ନେପାଳ ବାଟ ଦେଇ ଭାରତ ପଠାଯାଇଛି ଓ ଆଉ କିଛି ଲୋକଙ୍କୁ ଭାରତରେ ପ୍ରବେଶ କରାଇବାକୁ ପ୍ରସ୍ତୁତି ଚାଲିଛି ବୋଲି ଖବର ଆସିଛି । ବିହାରର ପଶ୍ଚିମ ଚମ୍ପାରନ୍ (ବେତିଆ) ର ଜିଲ୍ଲାପାଳ କୁନ୍ଦନ କୁମାରଙ୍କ ଏକ ଚିଠି ସାମନାକୁ ଆସିବା ପରେ ଏହି ଚକ୍ରାନ୍ତ ବିଷୟରେ ଜଣାପଡ଼ିଛି । ଏହି ଚିଠିରେ କୁହାଯାଇଛି ଯେ ନେପାଳ ସୀମାରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କୁ ଭାରତ ପଠାଇବା ପାଇଁ ଷଡଯନ୍ତ୍ର କରାଯାଉଛି ।

ବିହାରର ଗଣମାଧ୍ୟମରେ ଆସିଥିବା କେତେକ ରିପୋର୍ଟ ଅନୁସାରେ ନେପାଳ ସୀମାରୁ କରୋନା ସଂକ୍ରମିତ ଲୋକମାନଙ୍କୁ ଭାରତରେ ଭର୍ତ୍ତି କରାଯାଇଛି ବୋଲି ଜିଲ୍ଲାପାଳ ସୀମା ସୁରକ୍ଷା ବଳ (SSB)ର ୪୭ତମ କର୍ପସ ବାଟାଲିୟନକୁ ସୂଚନା ଦେଇଛନ୍ତି । ଏହି ଚିଠି ଅନୁଯାୟୀ ଏ ପର୍ଯ୍ୟନ୍ତ ୪୦ରୁ ୫୦ କରୋନା ସନ୍ଦିଗ୍ଧ ବ୍ୟକ୍ତି ଭାରତରେ ପହଞ୍ଚିସାରିଛନ୍ତି, ଯାହାଙ୍କ ଉଦ୍ଦେଶ୍ୟ କେବଳ ଭାରତରେ କରୋନା ଭାଇରସର ବିସ୍ତାର କରିବା ।

ଏହି ଚିଠିରେ କୁହାଯାଇଛି ଯେ ଏହି ସମସ୍ତ ଲୋକଙ୍କୁ ଜାଲିମ୍‌ ମୁଖିଆ ନାମକ ଜଣେ ବ୍ୟକ୍ତି ଭାରତରେ ପ୍ରବେଶ କରାଇଛନ୍ତି । ଜାଲିମ୍ ମୁଖିଆ ଜଣେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ଓ ସେ ନେପାଳର ପାର୍ସା ଜିଲ୍ଲାର ସେରୱା ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଜଗନ୍ନାଥପୁର ଗାଁର ବାସିନ୍ଦା ।

ଭାରତ-ନେପାଳ ସୀମାର ଏକ ଦୃଶ୍ୟ (ରୟଟର୍ସ୍)


ଏକ ସୁଚିନ୍ତିତ ଷଡଯନ୍ତ୍ରର ଅଂଶ ଭାବରେ ଜାଲିମ୍‌ ମୁଖିଆ କରୋନା ଭାଇରସରେ ଆକ୍ରାନ୍ତ ଲୋକମାନଙ୍କୁ ନେପାଳ ସୀମାରୁ ଭାରତ ଭିତରକୁ ପଠାଉଛନ୍ତି ବୋଲି ଏହି ଚିଠିରେ ସୂଚନା ଦିଆଯାଇଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ପଚରାଉଚରା କରିବା ପାଇଁ ଜିଲ୍ଲାପାଳ ସୀମା ସୁରକ୍ଷା ବଳର ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ।

ଜିଲ୍ଲାପାଳଙ୍କ ଏହି ଚିଠିକୁ ଗମ୍ଭୀରତାର ସହ ଗ୍ରହଣ କରି ବିହାରର ଗୃହ ସଚିବ ଆମୀର ସୁଭାନୀ କହିଛନ୍ତି ଯେ ଏହି ମାମଲାର ସମସ୍ତ ବିନ୍ଦୁ ଉପରେ ତଦନ୍ତ କରାଯାଉଛି । ଏ ସମ୍ପର୍କରେ ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବି ଦିଆଯାଇଛି । ସେ କହିଛନ୍ତି ଯେ ସୀମାରେ ସଜାଗତା ବୃଦ୍ଧି କରାଯାଇଛି ଓ ସୀମା ଆରପାରିରୁ କାହାରିକୁ ଭାରତ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସୀମାରେ ମୁତୟନ ହୋଇଥିବା ସମସ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ସତର୍କ କରାଯାଇଛି ।
First published: April 10, 2020, 10:53 PM IST
corona virus btn
corona virus btn
Loading