ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୦୦୦ ପାର୍ କଲା; ୧,୩୦୦ ମୃତ୍ୟୁ; ଭୟାବହ ସ୍ଥିତି

ଆମେରିକାରେ କରୋନା ଭାଇରସ୍ ସଂକ୍ରମଣରେ ୧,୩୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ପରେ ଆଗକୁ ମହାସଙ୍କଟ ହେବାର ଆଶଙ୍କା କରି ଦେଶର ସବୁ ପ୍ରମୁଖ ସହରରେ କରୋନା ମୁକାବିଲା ଦାୟିତ୍ବ ଜାତୀୟ ସୁରକ୍ଷା ବାହିନୀ ହାତରେ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୦୦୦ ପାର୍ କଲା; ୧,୩୦୦ ମୃତ୍ୟୁ; ଭୟାବହ ସ୍ଥିତି
ନ୍ୟୁୟର୍କରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ହସପିଟାଲକୁ ନିଆଯାଉଛି । (ରୟଟର୍ସ୍)
  • News18 Odia
  • Last Updated: March 27, 2020, 4:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ତ୍ତମାନ ବିଶ୍ବର ସବୁ ଠୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଚୀନ ଓ ଇଟାଲୀକୁ ପଛରେ ପକାଇ ତାଲିକାର ଶୀର୍ଷରେ ରହିଛି ଆମେରିକା । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ସଂକ୍ରମଣର ୧୭,୦୦୦ ନୂଆ ମାମଲା ଆସିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୦୦୦ ପାର୍‌ କରିଛି ।

କରୋନା ଭାଇରସ୍‌ ଜନିତ ରୋଗ (COVID-19) କାରଣରୁ ଏ ଯାଏଁ ଆମେରିକାରେ ୧,୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଆଗକୁ ମହାସଙ୍କଟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦେଶର ସମସ୍ତ ପ୍ରମୁଖ ସହରରେ କରୋନାର ମୁକାବିଲା ଦାୟିତ୍ବ ଜାତୀୟ ସୁରକ୍ଷା ବାହିନୀ ହାତରେ ନ୍ୟସ୍ତ କରିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଏ ପର୍ଯ୍ୟନ୍ତ ବିଶ୍ବର ୧୯୯ଟି ଦେଶ ଓ ଭୂଖଣ୍ଡକୁ ବ୍ୟାପିସାରିଛି କିଲର କରୋନା ଭାଇରସ୍‌ । ଏହି ସବୁ ଦେଶରେ ମୋ’ଟ ୨୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏହି ଘାତକ ଭାଇରସ । କେବଳ ଗତ କାଲି ଗୋଟିଏ ଦିନରେ ୨,୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୫ ଲକ୍ଷ ୩୦ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟାରେ ଆମେରିକା ପଛକୁ ରହିଛି ଚୀନ । ଏଠାରେ ୮୧ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ୩ ହଜାର ୨ ଶହରୁ ଅଧିକ ମୃତ୍ୟୁ ହୋଇଛି ।

କରୋନାର ମୁକାବିଲା ଦାୟିତ୍ବ ଜାତୀୟ ସୁରକ୍ଷା ବାହିନୀ ହାତରେ ନ୍ୟସ୍ତ କରିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।


ସବୁଠୁ ଅଧିକ ଉଦବେଗଜନକ ସ୍ଥିତି ରହିଛି ଇଟାଲୀରେ । ଇଟାଲୀରେ ୮ ହଜାର ୨ ଶହରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା ଭାଇରସ୍‌ । ଗତ ୨୪ ଘଣ୍ଟାରେ ଇଟାଲୀରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୬ ହଜାର ୨ ଶହ ନୂଆ ମାମଲା ସହ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ୫ଶହ ଅତିକ୍ରମ କରିଛି ।

ସେହିପରି ସ୍ପେନରେ ଗୋଟିଏ ଦିନରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ ହଜାର ୭ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ପେନରେ ମୃତ୍ୟୁ ସଂଖ୍ୟା ୪ ହଜାର ୩ ଶହ ପାର କରିଛି । ଇରାନରେ  ୨୨ ଶହ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫ୍ରାନ୍ସରେ ୧୬ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।
First published: March 27, 2020, 4:57 PM IST
corona virus btn
corona virus btn
Loading