ଭାରତରେ ସେପ୍ଟେମ୍ବର୍ ମଧ୍ୟ ଭାଗରେ କରୋନା ସଂକ୍ରମଣ ସମାପ୍ତ ହୋଇପାରେ: ବିଶେଷଜ୍ଞ

ଏହି ବିଶ୍ଳେଷଣ ଅନୁଯାୟୀ ଭାରତରେ ପ୍ରକୃତରେ କରୋନା ମହାମାରୀ ମାର୍ଚ୍ଚ ୨ ତାରିଖରେ ଆରମ୍ଭ ହୋଇଥିଲା ଓ ସେବେ ଠାରୁ ଚିହ୍ନଟ ହେଉଥିବା ମାମଲାର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି ।

ଭାରତରେ ସେପ୍ଟେମ୍ବର୍ ମଧ୍ୟ ଭାଗରେ କରୋନା ସଂକ୍ରମଣ ସମାପ୍ତ ହୋଇପାରେ: ବିଶେଷଜ୍ଞ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ମହାମାରୀ (କୋଭିଡ-୧୯) ସେପ୍ଟେମ୍ବର ମାସର ମଧ୍ୟ ଭାଗରେ ସମାପ୍ତ ହୋଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୁଇ ଜଣ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି । ଏହି ଆକଳନ କରିବା ପାଇଁ ସେମାନେ ଏକ ଗାଣିତିକ ମଡେଲ୍‌ ଆଧାରିତ ବିଶ୍ଳେଷଣ ବ୍ୟବହାର କରିଥିଲେ ।

ଏହି ବିଶ୍ଳେଷଣରୁ ଜଣାପଡିଛି ଯେ ଯେତେବେଳେ ସଂକ୍ରମିତଙ୍କ ସଂଖ୍ୟା ସୁସ୍ଥ ହୋଇଥିବା ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ସହ ସମାନ ହୋଇଯିବ, ସେତେବେଳେ କୋଏଫିସିଣ୍ଟେଣ୍ଟ ଶତ ପ୍ରତିଶତ ସୀମାରେ ପହଞ୍ଚିବ ଓ ଏହି ମହାମାରୀ “ଲିଭାଯିବ” ।

ଅନଲାଇନ୍ ପତ୍ରିକା ‘ଏପିଡେମିଓଲୋଜି ଇଣ୍ଟରନ୍ୟାସନାଲ’ରେ ପ୍ରକାଶିତ ଏହି ବିଶ୍ଳେଷଣକୁ ଡି.ଜି.ଏଚ.ଏସ. (DGHS)ର ଡେପୁଟି ଡାଇରେକ୍ଟର ଜେନେରାଲ୍ (ଜନସ୍ୱାସ୍ଥ୍ୟ) ଡଃ ଅନିଲ କୁମାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡେପୁଟି ଆସିଷ୍ଟାଣ୍ଟ ଡାଇରେକ୍ଟର (କୁଷ୍ଠ ରୋଗ) ରୂପାଲୀ ରାୟ ଲେଖିଛନ୍ତି ।

ଏହି ଆକଳନ କରିବା ପାଇଁ ସେମାନେ ବେଲିଙ୍କ ଗାଣିତିକ ମଡେଲ (Bailey's mathematical model) ବ୍ୟବହାର କରିଥିଲେ । ଏହି ଗାଣିତିକ ମଡେଲରେ ଉଭୟ ସଂକ୍ରମିତ ଓ ଅପସାରିତ ଲୋକଙ୍କୁ ମିଶାଇ କୌଣସି ମହାମାରୀର ମୋଟ ଆକାରର ବଣ୍ଟନକୁ ବିଚାରକୁ ନିଆଯାଇଥାଏ ।

ତାଜା ତଥ୍ୟ ଅନୁଯାୟୀ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮ରେ ପହଞ୍ଚିଛି


ଏହି ବିଶ୍ଳେଷଣ ଅନୁଯାୟୀ ଭାରତରେ ପ୍ରକୃତରେ କରୋନା ମହାମାରୀ ମାର୍ଚ୍ଚ ୨ ତାରିଖରେ ଆରମ୍ଭ ହୋଇଥିଲା ଓ ସେବେ ଠାରୁ ଚିହ୍ନଟ ହୋଇଥିବା ମାମଲାର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି ।

ଭାରତରେ ଏବେ ବି ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁଯାୟୀ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୯,୯୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ୧ ଲକ୍ଷ ୧୯ ହଜାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ୧ ଲକ୍ଷ ୨୦ ହଜାରରୁ ଅଧିକ ଆକ୍ରାନ୍ତଙ୍କର ଚାଲିଛି ଚିକିତ୍ସା ।

ଦେଶର ୬ଟି ରାଜ୍ୟ – ମହାରାଷ୍ଟ୍ର, ତାମିଲ ନାଡ଼ୁ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ – ରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି । ସବୁ ଠୁ ଅଧିକ ଚିନ୍ତା ମହାରାଷ୍ଟ୍ରକୁ ନେଇ । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୨,୯୬୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ପାର କରିଛି । ଗୁଜରାଟରେ ୧,୨୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୭୬୧ ଜଣଙ୍କ ଜୀବନ ନେଲାଣି ଏହି କିଲର୍‌ ଭାଇରସ୍ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 7, 2020, 3:09 PM IST
corona virus btn
corona virus btn
Loading